୩୦ ବର୍ଷୀୟ IPS ଅଫିସର୍ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ଦେଖେଇଥିଲେ ବର୍ଦିର ତାକତ୍, କହିଲେ ସସପେଣ୍ଡ ହେବାର ଭୟ ନାହିଁ ।

Spread the love

ସବରୀମାଲା ମନ୍ଦିର ପାଇଁ ମହିଳାମାନଙ୍କ ପ୍ରବେଶକୁ ନେଇ ଚାଲୁ ଥିବା ବିରୋଧ ସମୟରେ କେରଳ ପୋଲିସ କେନ୍ଦ୍ରୀୟ ମନ୍ତ୍ରୀ ପୋନ ରାଧାକୃଷ୍ଣନଙ୍କର ନିଜସ୍ୱ ବାହାନକୁ ଭଗବାନ ଅୟପ୍ପା ମନ୍ଦିରକୁ ଯିବା ପାଇଁ ରୋକି ଥିଲେ । ଏହି କାର୍ଯ୍ୟାନୁଷ୍ଠାନ IPS ଅଧିକାରୀ ୟତିଶ ଚନ୍ଦ୍ର କରିଥିଲେ । ୟତିଶଙ୍କର ବୟସ ପାଖା ପାଖି 30 ବର୍ଷ ହେବ । ସେଠାକାର ଅଂଚଳରେ “ଦବଙ୍ଗ” ଅଫିସର ଭାବରେ ପରିଚିତ ଶ୍ରୀଯୁକ୍ତ ୟତିଶ ।

ୟତିଶ ଚନ୍ଦ୍ର ସ୍କୁଲ ଶିକ୍ଷା ପୂରଣ କରିବା ପରେ ବାପୁଜି ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଭର୍ତ୍ତି ହୋଇଥିଲେ । କ୍ୟାମ୍ପସରୁ ହିଁ ତାଙ୍କୁ କୋଂଗ୍ନିଜେଟ ଟେକ୍ନୋଲୋଜିରେ ସଫ୍ଟୱେର ଇଞ୍ଜିନିୟର ଭାବରେ ମନୋନୀତ କରାଗଲା । ଏହା ପରେ ସେ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ 2010ରେ ପାସ କରିଥିଲେ । ସେଥିରେ ସେ ସାରା ଦେଶରେ 211 ରେଙ୍କରେ ରହିଥିଲେ । ଆଉ ଏହି ଘଟଣା ପରେ ସେ ହିରୋ ହୋଇଗଲେ । ଦବଙ୍ଗ ଅଫିସର ସିଧା ସିଧା ନିର୍ଭୟରେ ମନ୍ତ୍ରୀଙ୍କୁ କହିଥିଲେ ।

ତାଙ୍କର ନିଜ ବାହାନକୁ ପରିସର ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । IPS ଅଫିସର କହିଥିଲେ – ସେଠାରେ ପାର୍କିଙ୍ଗର ସମସ୍ୟା ଅଛି । ସରକାରୀ ବାହାନ ସେଠାରେ ଭିଆଇପିମାନଙ୍କୁ ଛାଡି ଫେରି ଆସୁଛି । ଯଦି ଗୋଟେ ନିଜସ୍ୱ ବାହାନକୁ ସେଠାକୁ ଯିବାକୁ ଅନୁମତି ଦିଆଯାଏ ତୋ ଆଉ ସମସ୍ତେ ମଧ୍ୟ ସେଠାକୁ ଯିବା ପାଇଁ ଚାହିଁବେ । ଯଦି ସେଠାରେ ଟ୍ରାଫିକ ବ୍ୟବସ୍ଥା ଖରାପ ହୁଏ, ତା’ହେଲେ କ’ଣ ଆପଣ ସେଥିପାଇଁ ଉତ୍ତର ଦାୟୀ ହେବେ କି..? IPS କହିଲେ ଆପଣ ମୋତେ ଲେଖିକରି ଦେଇ ଦିଅନ୍ତୁ ଯେ, “ସେଠାରେ ଟ୍ରାଫିକ ଜନିତ କୌଣସି ସମସ୍ୟା ହେବ ତାହାଲେ ଆପଣ ଦାୟୀ ରହିବେ ।” ତେବେ ଯାଇ ଆପଣଙ୍କର ନିଜସ୍ୱ ବାହାନକୁ ଯିବା ପାଇଁ ଅନୁମତି ଦେଇ ପାରିବି । ମନ୍ତ୍ରୀ କହିଲେ, ମୁଁ ତୋ ଆପଣଙ୍କୁ ଲେଖିକରି ଦେବା ପାଇଁ ପ୍ରସ୍ତୁତ ଅଛି କିନ୍ତୁ ସେଠାକାର ସମସ୍ୟା ପାଇଁ ଉତ୍ତରଦାୟୀ ହୋଇପାରିବି ନାହିଁ । IPS କହିଲେ- ଏହା ହିଁ ତୋ ସମସ୍ୟା ଅଟେ କେହି ଦାୟିତ୍ୱ ନେବାକୁ ପ୍ରସ୍ତୁତ ନାହାନ୍ତି ।

IPS ୟତିଶ ଚନ୍ଦ୍ରଙ୍କ ବ୍ୟବହାରକୁ ଅଭଦ୍ର କହି କେରଳ ରାଜ୍ୟର ବିଜେପି ମହାସଚିବ ଏ.ଏନ ରାଧାକୃଷ୍ଣନ କହିଲେ ଯେ, ସବୁ ଲୋକେ ଦେଖିଲେ ଯେ କେମିତି ଏହି IPS ଅଧିକାରୀ ବିପକ୍ଷର ନେତା ରମେଶ ଚେନ୍ନିତଲାଙ୍କ ସାମ୍ନାରେ ହାତ ଯୋଡି ଛିଡା ହୋଇଥିଲେ । ଆଉ ବିଜେପିର ମନ୍ତ୍ରୀ ସହିତ କେମିତି ବ୍ୟବହାର କରିଲେ, ଆମେ ଏହି IPSଙ୍କୁ ଏଠାରୁ ହଟେଇବା ପାଇଁ ଦାବି କରିବୁ ।

ବାସ୍ତବରେ IPS ୟତିଶ ଚନ୍ଦ୍ର ନିଜ ବର୍ଦିର ତାକତ୍ ଦେଖାଇ ପୋଲିସ ବିଭାଗର ନାମକୁ ଉଜ୍ଜଳମୟ କରିଛନ୍ତି । ଏହିପରି ପୋଲିସ ଅଫିସର ଆଉ ଗୋଟେ ଦୁଇଟା ଯଦି ବାହାରିବେ ଆମ ଦେଶରୁ ଭ୍ରଷ୍ଟାଚାର ଚିର ଦିନ ପାଇଁ ଲୋପ ପାଇଯିବ । ଆପଣଙ୍କ କଣ କହୁଛନ୍ତି ? ନିଜ ମତାମତ Comment Boxରେ ପ୍ରଦାନ କରନ୍ତୁ । ଧନ୍ୟବାଦ !