ଯଦି ଆପଣଙ୍କୁ କେହି କେବେ ଅପମାନିତ କରନ୍ତି, ତାହେଲେ ଆପଣ ସେହି ବ୍ୟକ୍ତିଙ୍କୁ ଅପମାନିତ ନକରି କାନୁନ୍ ର ସାହାରା ନିଅନ୍ତୁ ।

Spread the love

ପ୍ରାୟତଃ ଆମ୍ଭେମାନେ ଦେଖିଥିବା ଯେ, ଦୁଇ ଜଣ ବ୍ୟକ୍ତି ରାସ୍ତାରେ କିମ୍ବା ସାର୍ବଜନୀକ ସ୍ଥାନ ଗୁଡିକରେ ଗୋଣ୍ଡଗୋଳ ହେଉଥିବାର । ପ୍ରଥମେ ଗୋଣ୍ଡଗୋଳ ବଚସା ରୁ ଆରମ୍ଭ ହୋଇଥାଏ ପରେ ପରେ ଏହା ହିଂସାର ରୂପ ନେଇଥାଏ । ଏହି ପ୍ରକାରରେ ଗୋଣ୍ଡଗୋଳରେ ଦୁଇ ଜଣ ବ୍ୟକ୍ତିଙ୍କ କ୍ଷତି ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯଦି ଆପଣ କେଉଁଠାରେ ଅପମାନିତ ହେଉଛନ୍ତି, ତାହେଲେ ଆପଣ କଣ କରିବେ ? ଯଦି ଆପଣ ସେହି ବ୍ୟକ୍ତି ସହ ଗୋଣ୍ଡଗୋଳ କରନ୍ତି ତାହେଲେ ଆପଣ ଓ ସେହି ବ୍ୟକ୍ତି ମଧ୍ୟରେ କୌଣସି ଫରକ ରହିବ ନାହିଁ । ଆଜି ଆମେ ଆପଣଙ୍କୁ ଆଇପିସିର ସେହି ନିୟମ ବିଷୟରେ କହିବାକୁ ଯାଉଛୁ ଯାହା ଏହି ସମୟରେ ଭାରତୀୟ ନାଗରିକମାନଙ୍କୁ ଦିଆଯାଇଛି । ଯଦି ଆପଣଙ୍କୁ କେହି କେବେ ଅପମାନିତ କରନ୍ତି ତାହେଲେ ଆପଣ ସେହି ବ୍ୟକ୍ତିଙ୍କ ବିରୁଦ୍ଧରେ ଧାରା ୫୦୪ର ସାହାଯ୍ୟରେ ସେହି ବ୍ୟକ୍ତିଙ୍କ ବିରୁଦ୍ଧରେ ଏଫଆଇଆର୍ ଦାଖଲ କରି ପାରିବେ ।

ଆଇପିସି ର ଧାରା ୫୦୪ କଣ କହୁଛି ଜାଣନ୍ତୁ : – ଯଦି କୌଣସି ବ୍ୟକ୍ତି ଅନ୍ୟ କୌଣସି ବ୍ୟକ୍ତିର ଅପମାନ କରିଥାଏ କିମ୍ବା କୌଣସି ଅପରାଧ କରିବାରେ ଉସ୍କାଇ ଥାଏ, ତାହା ହେଲେ ସେହି ବ୍ୟକ୍ତି ଉପରେ ଆଇପିସିର ଧାରା ୫୦୪ ଅନୁସାରେ ଦଣ୍ଡ ବିଧାନ ହୋଇଥାଏ । ଯଦି କୌଣସି ବ୍ୟକ୍ତି ଅନ୍ୟ ଗୋଟିଏ ବ୍ୟକ୍ତିକୁ ଅପମାନିତ କରିଥାଏ ଓ ସେହି ବ୍ୟକ୍ତି ଯଦି କୌଣସି ଅପରାଧ କରେ, ତାହେଲେ ପ୍ରଥମ ବ୍ୟକ୍ତି ଉପରେ ଆଇପିସିର ଧାରା ୫୦୪ ଲାଗିଥାଏ । ଆଇପିସିର ଧାରାରେ ୨ ବର୍ଷ ଦଣ୍ଡାଦେଶ ହୋଇପାରେ ।

ଆଇପିସି ର ଧାରା ୫୦୬ :-

ଯଦି କୌଣସି ବ୍ୟକ୍ତି ଅନ୍ୟ ବ୍ୟକ୍ତିକୁ ଧମକ ଦେଇଥାଏ । ଯେମିତିକି କାହାକୁ ଜୀବନରୁ ମାରିଦେବା ଧମକ ଦେବା କିମ୍ବା କାହାକୁ ଜଳେଇ ମାରିଦେବା କିମ୍ବା କୌଣସି ବ୍ୟକ୍ତିର ସମ୍ପତିକୁ ଜଳେଇ ନଷ୍ଟ କରିଦେବ ଧମକ ଦେବା କିମ୍ବା କାହାର ଧର୍ଷଣ କରିବାର ଧମକ ଦେବା । ଏହିପରି ଧମକ ସବୁ ଅପରାଧିକ ଅଟେ । ଏହି ସବୁ ଧମକ ଦେବା ଦ୍ଵାରା ଆଇପିସିର ଧାରା ୫୦୬ ଅପରାଧୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ଧମକ ଦେବା ସହ ଯଦି କୌଣସି ବ୍ୟକ୍ତି କୌଣସି ନାରୀଙ୍କୁ ଅପମାନିତ କରିଥାଏ, ତାହା ହେଲେ ସେହି ବ୍ୟକ୍ତି ଉପରେ ଆଇପିସିର ଧାରା ୫୦୬ ଅନୁସାରେ ଦଣ୍ଡ ବିଧାନ ହେଇଥାଏ । ଆପଣ ଏହି ଘଟଣାଟିକୁ ଏପରି ବୁଝିପାରିବେ – ଯଦି କୌଣସି ବ୍ୟକ୍ତି ଅନ୍ୟ କୌଣସି ବ୍ୟକ୍ତିକୁ କୌଣସି ଏମିତି ଅପରାଧ ପାଇଁ ଧମକ ଦେଇଥାଏ । ତାହା ହେଲେ ସେହି ଅପରାଧ କରିବା ପାଇଁ ସେହି ବ୍ୟକ୍ତିକୁ ୭ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ ।