ପ୍ରତିଦିନ ୫୦ ଟଙ୍କା ନିବେଶ କରିବା ଫଳରେ ୫.୩ କୋଟି ଟଙ୍କାର ଉପାର୍ଜନ ହୋଇପାରିବ । ଜାଣନ୍ତୁ ପୁରା ପ୍ରଣାଳୀ ।

Spread the love

ମହଙ୍ଗା ଦୁନିଆରେ ଲୋକେ ଅଧିକରୁ ଅଧିକ ଉପାର୍ଜନ କରିବା ପାଇଁ ଚିନ୍ତା କରିଥାନ୍ତି କିନ୍ତୁ ଅଧିକ ଉପାର୍ଜନ କରିପାରନ୍ତି ନାହିଁ । ବେଳେବେଳେ ଏହି ଭଳି ହୋଇଥାଏ ଆମେ ଅଧିକ ପରିଶ୍ରମ କରିଥାଉ କିନ୍ତୁ ଆମକୁ ପରିଶ୍ରମ ଅନୁସାରେ ଫଳ ମିଳିନଥାଏ । ଏହି ପରିପ୍ରେକ୍ଷିରେ ଆମେ ଆପଣଙ୍କ ପାଇଁ ଏକ ସ୍କିମ ନେଇ ଆସିଛୁ, ଯାହା ମାଧ୍ୟମରେ ଆପଣ ପ୍ରତିଦିନ ୫୦ ଟଙ୍କା ନିବେଶ କରି କୋଟିପତି ହୋଇଯିବେ । ଆସନ୍ତୁ ଜାଣିବେ କିପରି ଏବଂ କେଉଁଠି ନିବେଶ କରିବା ପାଇଁ ପଡିବ ।

SIPରେ ନିବେଶ ଦ୍ୱାରା ଅଧିକ ଆମଦାନୀ ହେବ :

ବିଗତ କିଛି ବର୍ଷ ହେବ ସିଷ୍ଟେମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନରେ ନିବେଶ କରିବାକୁ ଲୋକଙ୍କ ରୁଚି ବଢ଼ିବାରେ ଲାଗିଛି । ଏହାର କାରଣ ହେଉଛି ଏଥିରେ ନିବେଶ କରିବା ଦ୍ୱାରା ମୋଟଅଙ୍କରେ ଆମଦାନୀ ହୋଇପାରିବ ।

ଆସନ୍ତୁ ଜାଣିବେ କିପରି ୫୦ ଟଙ୍କା ନିବେଶ କରି କୋଟିପତି ହୋଇ ପାରିବେ :

କିପରି ୫୦ ଟଙ୍କା ନିବେଶରେ ଆପଣ ୫.୩ କୋଟି ଉପାର୍ଜନ କରିପାରିବେ :

ଆପଣ ଚିନ୍ତା କରୁଥିବେ କିପରି ୫୦ ଟଙ୍କା ନିବେଶରେ ୫.୩ କୋଟି ଟଙ୍କା ଉପାର୍ଜନ କରିପାରିବେ । ଆମେ ଆପଣଙ୍କୁ କହିବୁ ଏହା କିପରି ସମ୍ଭବ ଅଟେ । ବିଗତ କିଛି ବର୍ଷରେ SIP ନିଜ ଗ୍ରାହକ ମାନଙ୍କୁ ୧୮ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ଦେଉଛି । ଯଦି ଆପଣ ୩୫ ବର୍ଷ ପର୍ଯ୍ୟନ୍ତ ୫୦ ଟଙ୍କା ନିବେଶ କରନ୍ତି; ତେବେ ଆପଣଙ୍କୁ ଏହାର ୧୮ ପ୍ରତିଶତ ରିଟର୍ଣ୍ଣ ମିଳିବ, ଯାହା ୩୫ ବର୍ଷ ପରେ ୫.୩ କୋଟି ଟଙ୍କା ହୋଇଯିବ ।

SIP କିପରି କାମ କରେ :

SIP ନିର୍ଦ୍ଧାରିତ ସମୟ ସୀମାରେ ଆପଣଙ୍କ ପସନ୍ଦିୟ ମ୍ୟୁଚୁୟଲ ଫଣ୍ଡ ସ୍କିମରେ ପୂର୍ବରୁ ହିଁ ଆପଣ ଠିକ କରିଥିବା ଟଙ୍କା ଆପଣଙ୍କ ଖାତାରୁ ନିବେଶ କରିଦେବ । ସେୟାର ମାର୍କେଟରେ ମାନ୍ଦା ଚାଲିପାରେ କିନ୍ତୁ ଆପଣଙ୍କ ନିବେଶ ବନ୍ଦ କରିନଥାଏ ।

ଏକ କାଳୀନ ଅନେକ କମ୍ପାନୀରେ କରେ ନିବେଶ :

SIPରେ ଆପଣ ନିବେଶ କରିବା ଫଳରେ ଆପଣଙ୍କ ଟଙ୍କା କୌଣସି ଗୋଟିଏ କ୍ଷେତ୍ରରେ ନିବେଶ କରାନଯାଇ ପ୍ରତି କ୍ଷେତ୍ରରେ ନିବେଶ କରାଯିବ । ଏହି ପରିପ୍ରେକ୍ଷୀରେ ଯେତେବେଳେ ଆପଣଙ୍କ ଟଙ୍କା ଭିନ୍ନ ଭିନ୍ନ କ୍ଷେତ୍ରରେ ନିବେଶ ହେବ, ତେବେ ଆପଣ ମୋଟାଅଙ୍କରେ ଲାଭ ହୋଇପାରିବ ।