କଣ ଆପଣ ଜାଣିଛନ୍ତି କେଉଁ ଦେଶରେ ସାମ୍ପୁର ଆବିଷ୍କାର ହୋଇଥିଲା ?

Spread the love

ନିଜକୁ ସୁନ୍ଦର ଦେଖାଇବା ପ୍ରତି ବ୍ୟକ୍ତି ଚାହିଁଥାନ୍ତି ଏବଂ ବ୍ୟକ୍ତିର ସୁନ୍ଦରତା ତାର କେଶରୁ ହୋଇଥାଏ । କେଶକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ଆପଣ ଅନେକ କିଛି କରିଥାନ୍ତି । ଆପଣ ଅନେକ ପ୍ରକାରର ସାମ୍ପୁ ଏବଂ କ୍ୟାମିକେଲ ଟ୍ରିଟମେଣ୍ଟ କରିଥାନ୍ତି । କିନ୍ତୁ କେବେ ଆପଣ ଚିନ୍ତା କରିଛନ୍ତି, ଆପଣ ଯେଉଁ ସାମ୍ପୁ ବ୍ୟବହାର କରନ୍ତି; ତାହାର ଆବିଷ୍କାର କେବେ କେଉଁଠି ଏବଂ କିପରି ହୋଇଥିଲା ? ବୋଧେ କେବେ ଚିନ୍ତା କରି ନ ଥିବେ ! ସାମ୍ପୁର ଉତ୍ପତ୍ତି କେଉଁ ସ୍ଥାନରେ ହୋଇଛି ?

ସାମ୍ପୁ ଶବ୍ଦ ଶୁଣିବା ପରେ ଆପଣ ଭାବୁଥିବେ ଏହା ବିଦେଶୀ ଶବ୍ଦ ଅଟେ । କିନ୍ତୁ ଏହା ଆପଣଙ୍କ ଭୁଲ୍ ଧାରଣା ଅଟେ । କହିବା ପାଇଁ ଚାହୁଁଛୁ; ସାମ୍ପୁ ଏକ ହିନ୍ଦୀ ଶବ୍ଦ ଅଟେ । ଯାହା ସଂସ୍କୃତ ଶବ୍ଦରୁ ଆସିଛି । ସାମ୍ପୁ ଶବ୍ଦ ଚମ୍ପୁ ଶବ୍ଦରୁ ଆସିଛି । ଚମ୍ପୁର ଅର୍ଥ ହେଉଛି ମସାଜ କରିବା, ଏହା ସଂସ୍କୃତ ଶବ୍ଦରୁ ଆସିଛି ।

ଅତୀତରେ ଭାରତରେ ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟ ହରବଲରୁ ପ୍ରସ୍ତୁତ ହେଉଥିଲା । ସେହି ସମୟରେ କେଶକୁ ସୁନ୍ଦର ସୁସ୍ଥ ଏବଂ ମଜଭୁତ କରିବା ପାଇଁ ରିଠା, ଅଁଳାକୁ ବ୍ୟବହାର କରାଯାଉଥିଲା । ସେହି ପଦାର୍ଥ ଗୁଡିକରୁ ସାମ୍ପୁର ଉତ୍ପତ୍ତି ହୋଇଛି ।

ପ୍ରାୟ ସୌନ୍ଦର୍ଯ୍ୟ ପଦାର୍ଥର ସନ୍ଧାନ ମିଶରର ଲୋକେ କରିଛନ୍ତି କିନ୍ତୁ ସାମ୍ପୁ ବିଷୟରେ ଦୁନିଆ ଲୋକଙ୍କୁ ଭାରତୀୟ ମାନେ ଦର୍ଶାଇଥିଲେ । ଯେତେବେଳେ ବ୍ରିଟିଶମାନେ ଭାରତ ଆସିଥିଲେ, ସେହି ସମୟରେ ଭାରତୀୟଙ୍କ ଦ୍ୱାରା ବ୍ୟବହୃତ ରିଠା, ଅଁଳା ଏବଂ ଫଳର ମଞ୍ଜିକୁ ବ୍ୟବହାର କରି କେଶ ସଫା କରୁଥିଲେ ଏବଂ ଏହା କେଶ ପାଇଁ ଲାଭଦାୟକ ହୋଇଥିଲା । ପରେ ବ୍ରିଟିଶ, ଏହାକୁ ନିଜ ଦେଶକୁ ନେଇ ସାମ୍ପୁ ଶବ୍ଦର ବ୍ୟବହାର କରି ବଜାରରେ ବିକ୍ରି କରିଥିଲେ ।

ଆଜିର ଦୁନିଆରେ ପ୍ରତି ବ୍ୟକ୍ତି ସାମ୍ପୁ କରିଥାନ୍ତି କିନ୍ତୁ ପୁରାତନ କାଳରେ ଏହାର ବ୍ୟବହାର କେବଳ ଧନୀ ସମ୍ପ୍ରଦାୟର ବ୍ୟକ୍ତିମାନେ ହିଁ କରୁଥିଲେ । ତେଣୁ ଯେତେବେଳେ ଆପଣ ମଧ୍ୟ ସାମ୍ପୁ କରିବେ, ନିଜକୁ କୌଣସି ଧନୀ ବ୍ୟକ୍ତିଙ୍କ ଠାରୁ କମ ମନେ କରନ୍ତୁ ନାହିଁ ।