ବିହାରର ଏହି ଛାତ୍ରୀ ଜଣଙ୍କ କଲା, ଏମିତି ଏକ ଆବିଷ୍କାର ଯେ ବଡ ବଡ ଇଞ୍ଜିନିୟର ମାନେ ବି ହେଲେ ନତମସ୍ତକ

Spread the love

କୁହନ୍ତି ଯେ ଆବଶ୍ୟକତା ହିଁ ଆବିଷ୍କାରର ଜନନୀ ଅଟେ । ବିହାରରେ ମଦ ବନ୍ଦ କୁ ନେଇ ବୋବାଲ ଚାଲିଛି , ଏହାକୁ ନେଇ ନୀତିଶ ସରକାର ବି ବହୁତ ନିୟମ ତିଆରି କରିଛନ୍ତି । ଏହି ସମୟରେ ବିହାରର ଜଣେ ଛାତ୍ରୀ ଏକ ଏମିତି କାରନାମା କରି ଦେଖେଇଛି ଯେ ଯାହା ସତରେ ବହୁତ ଅବିଶ୍ୱାସନୀୟ ଅଟେ।  ଏହି ଛାତ୍ରୀ ଜଣଙ୍କ ମଦ୍ୟ ପାନ କରୁଥିବା ଲୋକମାନଙ୍କ ପାଇଁ ଏକ ମେସିନ ତିଆରି କରିଛି । ତା’ ଜୀବନ ସଂଗେ ସଂଗେ ନୀତିଶ ସରକାର ଏବଂ ସାରା ଦୁନିଆକୁ ବହୁତ ଅଧିକ ଖୁସି ଦେଇ ପାରିବ ।

କଥା ଏହା ଯେ ଏହି ଛାତ୍ରୀ ଜଣଙ୍କ ଏମିତି ଏକ ଚିପ ତିଆରି କରି ଦେଇଛି ଯେ ଯାହାକୁ ଗାଡ଼ିରେ ଲଗେଇବା ପରେ କେହି ବି ବ୍ୟକ୍ତି ମଦ ପିଇ ଗାଡି ଚଳେଇ ପାରିବ ନାହିଁ । ଐଶ୍ୱର୍ଯ୍ୟ ମଧ୍ୟପ୍ରଦେଶ ର ଭୋପାଳ ର ଲକ୍ଷ୍ମୀ ନାରାୟଣ କଲେଜର ବିଟେକ ର ଛାତ୍ରୀ ଅଟେ । ତାଙ୍କର କହିବା କଥା ଯେ ଭାରତରେ  ଲକ୍ଷ ଲକ୍ଷ ମୃତ୍ୟୁ ମଦ ପିଇବା ଦ୍ୱାରା ହିଁ ହୋଇ ଥାଏ । କେତେଯେ ନିରୀହ ଲୋକଙ୍କର ଜୀବନ ଯାଇ ଥାଏ । ଏହାକୁ ଦେଖି ସେ ଏହି ଯନ୍ତ୍ରର ନିର୍ମାଣ କଲେ ।

ଏହାଙ୍କ କହିବା ଅନୁସାରେ ଏହି ଯନ୍ତ୍ର ଗାଡିର ଦେସବୋର୍ଡ ରେ ବି ସେଟ ହୋଇ ଯିବ , ଆଉ ଡ୍ରାଇଭର ଭିତରକୁ ଆସିବା କ୍ଷଣି ହିଁ ଏଥିରେ ଲାଗି ଥିବା ସେନ୍ସର ମାଧ୍ୟମରେ ତାଙ୍କର ପରିଚୟ ନେବ କି ଡ୍ରାଇଭର ନିଶା କରିଛି ନା ନାହିଁ । ଯଦି ଡ୍ରାଇଭର ନିଶା କରି ଥିବ ତେବେ ଏହା ଆଉ ସେ ଗାଡିକୁ ଷ୍ଟାର୍ଟ ହେବାକୁ ଦେବ ନାହିଁ । ଏଥିପାଇଁ ପୁନେରେ ଆୟୋଜିତ ରାଷ୍ଟ୍ରୀୟ ସ୍ତରର ଇନଭେଟିଭ ମଡେଲ ପ୍ରଜେକ୍ଟ ପ୍ରତିଯୋଗିତାରେ ଐଶ୍ୱର୍ଯ୍ୟଙ୍କୁ ପ୍ରଥମ ସ୍ଥାନ ମିଳିଛି । ଯଦି ଦେଶର ସମସ୍ତ ବାହାନ ନିର୍ମାତା ଏହି ପ୍ରଜେକ୍ଟ କୁ ବ୍ୟବହାରରେ ଲଗେଇବେ ତେବେ ଏହା ନିଶ୍ଚିତ ଯେ ବହୁତ ଲୋକଙ୍କର ଅକାଳ ମୃତ୍ୟୁକୁ ରୋକା ଯାଇ ପାରିବ ।