ଅପ୍ରେଲ ପହିଲାରୁ : ଯେଉଁମାନଙ୍କ ଘରେ ଅଛି ବିଦ୍ୟୁତ୍ ମିଟର ଅଛି, ସେମାନଙ୍କ ପାଇଁ ଖୁସି ଖବର… ସମସ୍ତଙ୍କ ଘରେ ଲାଗିବ

Spread the love

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସହଯୋଗରେ ଗ୍ରୀଡ୍-କୋ ସ୍ମାର୍ଟ ପ୍ରିପେଡ ମିଟର ବ୍ୟବସ୍ଥା ଆରମ୍ଭ କରିବ । ପ୍ରଥମ ପର୍ଯ୍ୟାୟରେ ବିଦ୍ୟୁତ ବିକାଶ ଯୋଜନା ଏହି ଏହି ସ୍ମର୍ଟ ପ୍ରିପେଡ ମିଟର ଦିଲ୍ଲୀର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଲଗାଇବାର ବ୍ୟବସ୍ଥା କରିଛି ।

ଭୋପାଳ ସହରର ଦକ୍ଷିଣ-ପଶ୍ଚିମ ଅଞ୍ଚଳର କେତେକ ନିର୍ଦ୍ଦିଷ୍ଟ ଉପଭୋକ୍ତାଙ୍କ ଘରେ ଓ କାର୍ଯ୍ୟାଳୟରେ ଏହି ଏହି ସ୍ମର୍ଟ ପ୍ରିପେଡ ମିଟର ଲଗାଯାଇଛି । ବର୍ତ୍ତମାନ ସମଗ୍ର ଦେଶରେ ଅର୍ଥାତ ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କ ଘରେ ଏହି ମିଟର ଲଗାଯିବ । ଅର୍ଥାତ ଆପଣଙ୍କ ଘରେ ଲାଗିଥିବା ସାଧାରଣ ମିଟରକୁ ସ୍ମର୍ଟ ମିଟରରେ ପରିବର୍ତ୍ତନ କରାଯିବ । ଏହା ଦ୍ୱାରା ଦେଶରେ ହେଉଥିବା ବିଦ୍ୟୁତର ନିଅଁଣ୍ଟକୁ ପୂର୍ଣ୍ଣ କରାଯାଇପାରିବ । ରାଷ୍ଟ୍ରୀୟ ବିଦ୍ୟୁତ ନୀତିକୁ ପରିବର୍ତ୍ତନ କରି ସ୍ମର୍ଟ ମିଟର ପ୍ରତ୍ୟେକଙ୍କ ଘରେ ଲଗାଯିବ ।

ଏହି ସ୍ମାର୍ଟ ମିଟର ବ୍ୟବହାର ହେଲେ ବିଦ୍ୟୁତ ମିଟିର ରିଡିଙ୍ଗ ଯଞ୍ଚ କରିବା ପାଇଁ ବିଦ୍ୟୁତ ବିଭାଗରୁ ଆଉ କର୍ମଚାରୀ ଆସିବେ ନାହିଁ । ଏହି ରିଡିଙ୍ଗ ଯାଞ୍ଚ କରିବା କାମଟି କାର୍ଯ୍ୟାଳୟରେ କର୍ମଚାରୀମାନେ ବସି ରିମୋଟ ମାଧ୍ୟମରେ ଆପଣଙ୍କ ଘରବ୍ୟ ବହୃତ ବିଦ୍ୟୁତ ରିଡିଙ୍ଗ ଯଞ୍ଚ କରିପାରିବେ ।

ଯଦି କୌଣସି ବ୍ୟକ୍ତି ବିଦ୍ୟୁତ ଚୋରି କରେ ତେବେ ବିଦ୍ୟୁତ ବିଭାଗର କର୍ମୀମାନେ କାର୍ଯ୍ୟାଳୟରେ ରିମୋଟ ଜରିଆରେ ଚୋରି କରି ବ୍ୟବହାର କରାଯାଉଥିବା ବିଦ୍ୟୁତକୁ ରଦ୍ଦ କରି ଦେବେ । ପ୍ରିପେଡ ମୋବାଇଲ ଭଳି ସ୍ମାର୍ଟ ମିଟରରେ ପୂର୍ବରୁ ରେଚାର୍ଜ କରିବାକୁ ହେବ । ଆପଣ ରିଚାର୍ଜ କରିଥା ଟଙ୍କା ଯେବେ ଶେଷ ହେବ, ଆପଣ ବିଦ୍ୟୁତ ମଧ୍ୟ ସେହି ଦିନ ରଦ୍ଦ ହେବ । ପୁର୍ନବାର ଆପଣ ରିଚାର୍ଜ କରି ପୁଣି ବିଦ୍ୟୁତ ବ୍ୟବହାର କରି ପାରିବେ ।

ଏହା ଦ୍ୱାରା ବିଦ୍ୟୁତ ଜନିତ ନିଅଣ୍ଟ ବା ଅଭାବ ଦୂର ହୋଇପାରିବ, ବିଦ୍ୟୁତ ସରକ୍ଷଣ ମଧ୍ୟ ହୋଇପାରିବ ଏହା ସଂଗେ ସଂଗେ ସର୍ବସାଧାରଣ ଆବଶ୍ୟକ ମାତ୍ରାର ବିଦ୍ୟୁତ ପାଇପାରିବେ ବୋଲି ବୈଠକରେ କୁହାଯାଇଛି ।

ସରକାରଙ୍କ ଏହିପରି ପଦକ୍ଷେପ ବାସ୍ତବରେ ଗ୍ରହଣଯୋଗ୍ୟ କି ନୁହେଁ Comment କରି ନିଜ ମତାମତ ଦିଅନ୍ତୁ ।