ଚନ୍ଦ୍ରପୃଷ୍ଟରେ ଉଡିବ ଭାରତର ତ୍ରିରଙ୍ଗା ! ଏହି ବର୍ଷ ଜୁଲାଇରେ ଲଞ୍ଚ ହେବ ଚନ୍ଦ୍ରାୟନ-୨ ।

Spread the love

ଇସ୍ରୋ ତରଫରୁ ଜୁଲାଇ ମାସରେ ଚନ୍ଦ୍ରାୟନ-୨ ଲଞ୍ଚ କରାଯିବ, ସେପ୍ଟେମ୍ବରରେ ପହଂଚି ଯିବ ଚନ୍ଦ୍ରରେ ।

ଭାରତ ତରଫରୁ ଚନ୍ଦ୍ରପୃଷ୍ଟକୁ ଖୁବ ଶୀଘ୍ର ଅନ୍ୟ ଗୋଟିଏ ଚନ୍ଦ୍ରାୟନ ପ୍ରେରଣ କରିବ । ଏହି ଚନ୍ଦ୍ରାୟନ ପଠାଇବାର ସମ୍ବାଦ ନିକଟ ଅତୀତରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଦ୍ୱାରା ଦିଆ ଯାଇଛି । ବୁଧବାର ଦିନ ଚନ୍ଦ୍ରାୟନ-୨ର ପ୍ରେରଣ ବିଷୟରେ ସୂଚନା ଭାରତୀୟ ଅନ୍ତରୀକ୍ଷ ସଂଗଠନ ଦ୍ୱାରା ଦିଆଯାଇଛି । ସୂଚନା ଅନୁଯାୟୀ ଏହାର ପ୍ରେରଣ ସମ୍ବନ୍ଧୀୟ ସମସ୍ଥ ପ୍ରସ୍ତୁତି ହୋଇସାରିଛି । ଚନ୍ଦ୍ରାୟନକୁ ଜିଏସଏଲବି ମାର୍କ-୩ ଯାନର ସାହାଯ୍ୟରେ ଶ୍ରୀହରିକୋଟାରୁ ଲଞ୍ଚ କରାଯିବ ।

ସେପ୍ଟେମ୍ବରରେ ଚନ୍ଦ୍ରମାରେ ପହଞ୍ଚି ଯିବ ଚନ୍ଦ୍ରାୟନ-୨ :

ଇସ୍ରୋର ସମସ୍ତ ବୈଜ୍ଞାନିକ ଚନ୍ଦ୍ରାୟନର ଲଞ୍ଚ ପାଇଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି ଏବଂ ଇସ୍ରୋ ଅନୁସାରେ ଚନ୍ଦ୍ରାୟନ-୨ର ସମସ୍ତ ମାଡୁଲସ୍ ୯ ଜୁଲାଇ ୨୦୧୯ ରୁ ୧୬ ଜୁଲାଇ ୨୦୧୯ ମଧ୍ୟରେ ଲଞ୍ଚ କରାଯିବ । ଇସ୍ରୋ ଅନୁସାରେ ଯଦି ଚନ୍ଦ୍ରାୟନକୁ ଜୁଲାଇରେ ଲଞ୍ଚ କରାଯାଏ; ତେବେ ଏହା ୬ ସେପ୍ଟେମ୍ବରରେ ଚନ୍ଦ୍ରମାରେ ପହଞ୍ଚିଯିବ ।ଇସ୍ରୋ ଦ୍ୱାରା ଲଞ୍ଚ କରିବାର ସମୟରେ ଚାରିଥର ପରିବର୍ତ୍ତନ କରାଯାଇଛି । ଏହା ପୂର୍ବରୁ ଇସ୍ରୋ ତରଫରୁ ୨୫ ରୁ ୩୦ ଏପ୍ରିଲ ମଧ୍ୟରେ ଏହି ଯାନକୁ ଲଞ୍ଚ କରିବା ପାଇଁ ସମୟ ନିର୍ଦ୍ଧାରିତ ହୋଇଥିଲା ।

ଏହି ପ୍ରକାରରେ ଏହି ମିଶନକୁ ପୁରା କରାଯିବ :

ଇସ୍ରୋ ଅନୁସାରେ ଚନ୍ଦ୍ରାୟନ-୨ରେ ତିନୋଟି ମାଡୁଲସ୍ ଅଛି ଯାହା ଓର୍ବିଟ, ଲେଣ୍ଡର(ବିକ୍ରମ) ଓ ରୋବର (ପ୍ରଜ୍ଞାନ) ଅଟେ । ଇସ୍ରୋରୁ ଆର୍ବିଟର ଓ ଲେଣ୍ଡର ଜିଏସଏଲବି ସହ ଜଦିତ ରହିବେ । ରୋବରକୁ ଲେଣ୍ଡର ଭିତରେ ଫିଟ କରାଯିବ । ଲଞ୍ଚ ହେବା ପରେ ଯେତେବେଳେ ଆର୍ବିଟର ଚନ୍ଦ୍ରର କକ୍ଷରେ ପହଞ୍ଚିବ, ସେହି ସମୟରେ ଲେଣ୍ଡରକୁ ଅଲଗା କରିଦିଆ ଯିବ ଏବଂ ପରେ ଲିଣ୍ଡର ଚନ୍ଦ୍ରର ଦକ୍ଷିଣ ଦ୍ରୁବରେ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିବ । ଲେଣ୍ଡର ଚନ୍ଦ୍ରରେ ଅବତୀର୍ଣ୍ଣ କରିବା ପରେ ଏଥିରେ ଲାଗିଥିବା ରୋବଟକୁ ସାହାଯ୍ୟରେ ଚନ୍ଦ୍ରକୁ ପ୍ରେରଣ କରାଯିବ । ଏହାର ସାହାଯ୍ୟରେ ଚନ୍ଦ୍ରର ନମୁନା ସଂଗ୍ରହ କରାଯିବ । ନମୁନା ସଂଗ୍ରହ ପରେ ବିଶ୍ଳେଷଣ କରି ନମୁନାକୁ ଇସ୍ରୋ ପଠାଇ ଦିଆଯିବ ।

୨୦୦୮ରେ ପ୍ରଥମ ଚନ୍ଦ୍ରାୟନ ପଠାଯାଇ ଥିଲା :

ଇସ୍ରୋ ତରଫରୁ ୨୦୦୮ରେ ପ୍ରଥମ ଚନ୍ଦ୍ରାୟନ ପ୍ରେରଣ କରାଯାଇଥିଲା । କିନ୍ତୁ ସେହି ସମୟରେ ଚନ୍ଦ୍ରରେ ଲେଣ୍ଡର ଠିକ ରୂପେ ଓହ୍ଲାଇ ପାରିନଥିଲା । ତେଣୁ ଚନ୍ଦ୍ରରେ ତାର କ୍ରସ ଲ୍ୟାଂଡିଂଗ କରାଯାଇଥିଲା । କ୍ରସ ଲ୍ୟାଡିଂଗ ଫଳରେ ଏମଆଇପି ବହୁତ ଗୁଡିଏ ଖଣ୍ଡରେ ଭାଙ୍ଗି ଯାଇଥିଲା ।

କିନ୍ତୁ ଏହିଥର ଚନ୍ଦ୍ରାୟନ-୨କୁ ତିଆରି କରିବାରେ କୌଣସି ଅସୁବିଧା ହୋଇନାହିଁ ଏବଂ ଏହିଥର ପ୍ରଚେଷ୍ଟା ରହିଛି ଠିକ ରୂପେ ଏହାର ଅବତରଣ ଚନ୍ଦ୍ରରେ କରାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକା, ରୁଷ ଓ ଚୀନ ନିଜର ଲେଣ୍ଡରକୁ ଠିକ ରୂପେ ଲ୍ୟାଡିଂଗ କରାଇବାରେ ସଫଳ ହୋଇଛନ୍ତି ଏବଂ ଏହିଥର ସଠିକ ରୂପେ ଭାରତ ମଧ୍ୟ ଚନ୍ଦ୍ରାୟନର ସଫଳ ଲ୍ୟାଡିଂଗ କରାଇବାରେ ସଫଳ ହୋଇ ଏହି ସୂଚୀରେ ଜୁଡି ହୋଇପାଇବ ।

୨୦୧୩ରେ ମଙ୍ଗଳାୟନ ପଠାଯାଇଥିଲା :

ଇସ୍ରୋ ୨୦୧୩ରେ ମଙ୍ଗଳାୟନର ଲଞ୍ଚ କରାଇଥିଲା ଏବଂ ଏହି ମିଶନ ସଫଳତାର ସହ ଲଞ୍ଚ ହୋଇଥିଲା । ମଙ୍ଗଳାୟନ ମିଶନର ସଫଳତା ପରେ ବର୍ତ୍ତମାନ ଭାରତ ଚନ୍ଦ୍ରାୟନ-୨କୁ ଚନ୍ଦ୍ର ଅଭିମୁଖେ ପଠାଇବା ପାଇଁ ପ୍ରସ୍ତୁତି ଜାରି ରଖିଛି ଏବଂ ଆଶା କରାଯାଉଛି ମଙ୍ଗଳାୟନ ପରି ମଧ୍ୟ ଚନ୍ଦ୍ରାୟନ-୨ ସଫଳତା ହାସଲ କରିବ ।