ଭାରତର ସବୁଠୁ ଧନୀ ମୁକେଶ ଅମ୍ବାନୀଙ୍କ ଏହି ୪ଟି ଅଭ୍ୟାସ ତାଙ୍କୁ ସଫଳ କରିଛି ।

Spread the love

ଫୋର୍ବସ ମ୍ୟାଗାଜିନ୍ ଅନୁସାରେ ମୁକେଶ ଅମ୍ବାନୀଙ୍କ ପାଖରେ ୪୨.୧ ଆରବ ଡଲାରର ସମ୍ପତ୍ତି ରହିଛି ।

ନା କେବଳ ଭାରତରେ ସମଗ୍ର ଏସିଆରେ ସବୁଠୁ ଧନୀ ବ୍ୟକ୍ତି ରୂପେ ଜଣା ଯାଉଥିବା ସଫଳ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କୁ ଟାଇମ୍ ମ୍ୟାଗାଜିନର ୧୦୦ ଉଦ୍ୟୋଗପତିଙ୍କ ମଧ୍ୟରେ ସାମିଲ କରାଯାଇଛି । ଆମେ ସମସ୍ତେ ଜାଣିଛୁ; ଏହି ବ୍ୟବସାୟ ମୁକେଶଙ୍କୁ ନିଜ ପିତାଙ୍କ ଠାରୁ ମିଳିଛି । ଦିନକୁ ଦିନ ମୁକେଶ ଅମ୍ବାନୀ ସଫଳତାର ସିଡ଼ି ଚଢି ଚାଲିଛନ୍ତି । ଆଜିକାଲି ସେ ଆମକୁ ବହୁତ ଇଣ୍ଟରନେଟ ସେବା ଦେଉଛନ୍ତି । ଆମେ ଏଠାରେ ଆପଣଙ୍କୁ ଜିଓ ବିଷୟରେ କହୁଛୁ; ଯାହାର ମାଲିକ ମୁକେଶ ଅମ୍ବାନୀ ଅଟନ୍ତି । ଇଣ୍ଟରନେଟ ସେବା ଯୋଗାଇ ଦେବା ଫଳରେ ଦେଶ ଉନ୍ନତିର ପଥରେ ଆଗେଇ ଚାଲିଛି ।

ଫୋର୍ବସ ମ୍ୟଗାଜିନ୍ ଅନୁସାରେ ମୁକେଶ ଅମ୍ବାନୀଙ୍କ ପାଖରେ ୪୨.୧ ଆରବ ଡଲାର ରହିଛି । ଏହାକୁ ଯଦି ଭାରତୀୟ ଟଙ୍କାରେ ଦେଖାଯାଏ ତେବେ ୨୭୧୮ ଆରବ ଡଲାର ଅଟେ । କାଲି ମୁକେଶ ଅମ୍ବାନୀ ନିଜର ୬୨ତମ ଜନ୍ମଦିନ ପାଳନ କରିଛନ୍ତି । ଏତେ ସମ୍ପତ୍ତିର ମାଲିକ ହେବା ସତ୍ତ୍ୱେ ମଧ୍ୟ ମୁକେଶଙ୍କୁ ନିଜର ଜନ୍ମ ଦିନ ପାଳନ କରିବା ପସନ୍ଦ ନୁହେଁ । ମୁକେଶଙ୍କ ପାଇଁ ଏକ ନୂଆ ସଫଳତା ହିଁ ଅସଲ ଜନ୍ମଦିନ ଅଟେ ।

ମୁକେଶ ଅମ୍ବାନୀଙ୍କ ସେହି ଅଭ୍ୟାସ ଯାହା ତାଙ୍କୁ ବଡ କରିଛି :

ଏହା ଆବଶ୍ୟକ ନୁହେଁ ଯେ କେବଳ ଧନରେ ହିଁ ଜଣେ ବଡ଼ ହୋଇ ପାରିବେ । ବଡ଼ ହେବା ପାଇଁ ଆପଣଙ୍କ ହୃଦୟ ମଧ୍ୟ ବଡ ହେବା ଜରୁରୀ ଅଟେ । ଆଜି ଆମେ ମୁକେଶଙ୍କ ଅଭ୍ୟାସ ଗୁଡିକ ବିଷୟରେ କହିବୁ, ଯାହା ଆପଣମାନେ ମଧ୍ୟ ସେହି ଅଭ୍ୟାସ ଗୁଡିକ ନିଜ ଜୀବନରେ କରିବା ଦ୍ୱାରା ଆପଣ ମଧ୍ୟ ସଫଳତା ହାସଲ କରିପାରିବେ ।

ଲକ୍ଷ୍ୟ ନିର୍ଦ୍ଧାରିତ କରନ୍ତୁ ଏବଂ ପୁରା ପରିଶ୍ରମର ସହ ତାକୁ ପୂରଣ କରିବା ପାଇଁ ଚେଷ୍ଟା କରନ୍ତୁ :

ବ୍ୟବସାୟ ଛୋଟ ହେଉ କିମ୍ବା ବଡ଼, ସଫଳତା ପାଇବା ପାଇଁ ଲକ୍ଷ୍ୟ ସ୍ଥିର କରନ୍ତୁ । ସେହି ଲକ୍ଷ୍ୟକୁ ପାଇବା ପାଇଁ କଠିନ ପରିଶ୍ରମ କରନ୍ତୁ । ମୁକେଶ ନିଜ ସାକ୍ଷାତକାର ସମୟରେ କହିଛନ୍ତି; ଜୀବନରେ ଲକ୍ଷ୍ୟ ରହିବା ଜରୁରୀ ଏବଂ ସେହି ଲକ୍ଷ୍ୟକୁ ପୁରଣ କରିବା ପାଇଁ ଚେଷ୍ଟା କରନ୍ତୁ ।

ସମସ୍ୟାକୁ ଡରନ୍ତୁ ନାହିଁ :

ଯଦି କୌଣସି କାମକୁ ହାତକୁ ନିଅନ୍ତି, ତେବେ ସେହି ସମୟରେ ଅନେକ ସମସ୍ୟା ଆସିଥାଏ । କେତେବେଳେ ଟଙ୍କାର ଅଭାବ ଥାଏ ତ କେତେବେଳେ ଲୋକ ସମ୍ପର୍କର ଅଭାବ ଥାଏ । କିନ୍ତୁ ଏହା ହିଁ ପ୍ରକୃତ ସମୟ ଯେଉଁଠି ଆପଣଙ୍କୁ ଡରିବା ଉଚିତ୍ ନୁହେଁ । ସମସ୍ୟା ଠାରୁ ଦୁରେଇବା ଅପେକ୍ଷା ସମସ୍ୟାର ମୁକାବିଲା କରନ୍ତୁ । ପ୍ରଥମେ ସମସ୍ୟା କେଉଁଠୁ ଆରମ୍ଭ ହୋଇଛି ଜାଣନ୍ତୁ; ଯାହାଫଳରେ ଆପଣ ସମସ୍ୟାର ମୁକାବିଲା କରିପାରିବେ ।

ଅସଫଳତାକୁ ଡରନ୍ତୁ ନାହିଁ :

ଦୁନିଆରେ ଏପରି କୌଣସି ବ୍ୟକ୍ତି ନାହାଁନ୍ତି, ଯେଉଁମାନେ ଅସଫଳ ହୋଇନଥିବେ । ଅସଫଳତା ଆମ ଜୀବନର ଏକ ଅଂଶ ଅଟେ । ଯେଉଁ ବ୍ୟକ୍ତି ଅସଫଳତାକୁ ଅତିକ୍ରମ କରିଚାଲିଯାଏ, ସେ ହିଁ ଜୀବନରେ ସଫଳ ହୋଇପାରେ । ଏଥିପାଇଁ ଜୀବନରେ କେବେ ମଧ୍ୟ ଅସଫଳତାକୁ ଡରନ୍ତୁ ନାହିଁ ।

ସକାରାତ୍ମକ ଚିନ୍ତାଧାରା ରଖନ୍ତୁ :

ଜୀବନରେ ଯେକୌଣସି ପରିସ୍ଥିତି ହେଉ ନା କାହିଁକି; ନିଜର ଚିନ୍ତାଧାରାକୁ ସକାରାତ୍ମକ ରଖନ୍ତୁ । ଏହି ଚିନ୍ତାଧାରାରେ କାମ କରି ଚାଲିଲେ ଆପଣଙ୍କୁ ସଫଳତା ନିଶ୍ଚିନ୍ତ ମିଳିପାରିବ । ଏହି ସମୟରେ ଆପଣଙ୍କ ଆଖପାଖରେ ଅନେକ ନକରାତ୍ମକ ଚିନ୍ତାଧାରା ଲୋକେ ମିଳିପାରନ୍ତି କିନ୍ତୁ ଆପଣଙ୍କ ଚିନ୍ତାଧାରା ସକାରାତ୍ମକ ରଖିବା ଉଚିତ୍ ଅଟେ ।