ଭାରତ ପାଖରେ ଏପରି ଏକ ହତିଆର ଅଛି ଯାହା ଚୀନ ଓ ପାକିସ୍ତାନର ନିଦ ହଜାଇ ଦେଇଛି । ଏହି ହତିଆର ସାହାଯ୍ୟରେ ଭାରତ, ଚୀନ କିମ୍ବା ପାକିସ୍ତାନ ସହ ଯୁଦ୍ଧରେ ବିନା କ୍ଳେଶରେ ଲଢ଼ି ପାରିବ ।

Spread the love

ଏହିପରି ଏକ ଖବର ଯାହା ଭାରତୀୟ ସେନା ପାଇଁ ଖୁସୀର ଖବର କିନ୍ତୁ ଚୀନ ଓ ପାକିସ୍ତାନ ପାଇଁ ଦୁଃସମ୍ବାଦ ଅଟେ । ଖବର ଅନୁସାରେ ଦେଶୀ ବୋଫର୍ଶ ନାମରେ ପ୍ରଖ୍ୟାତ ଧନୁସ୍ ତୋପ ଭାରତୀୟ ସେନାରେ ଅନ୍ତର୍ଭୁକ୍ତ ହେବାକୁ ଯାଉଛି । ୨୬ ମାର୍ଚ୍ଚରେ ୫ଟି ଧନୁସ୍ ତୋପ ଭାରତୀୟ ସେନାରେ ଅନ୍ତର୍ଭୁକ୍ତ ହେବ । ଏହି ବର୍ଷର ଶେଷରେ ଆଉ ୧୮ଟି ତୋପ ମଧ୍ୟ ଭାରତୀୟ ସେନାରେ ଅନ୍ତର୍ଭୁକ୍ତ ହୋଇଯିବ । ସୂଚନା ଅନୁସାରେ ତୋପ ଗୁଡିକୁ ପାକିସ୍ତାନ ଓ ଚୀନ ସୀମା ଅଂଚଳରେ ସ୍ଥାପନ କରାଯିବ । ଧନୁସ୍ ତୋପକୁ ଭାରତୀୟ ସେନାର ମେରୁଦଣ୍ଡ ସହ ତୁଳନା କରାଯାଉଛି । ଧନୁସ୍ ତୋପ ଶତ୍ରୁର ଯେକୌଣସି ତୋପକୁ ମଧ୍ୟ ନଷ୍ଟ କରିବାର କ୍ଷମତା ରଖିଛି ।

ମଧ୍ୟପ୍ରଦେଶର ଜବଲପୁର ସ୍ଥିତ ଆୟୁଧି ନିର୍ମାଣ ସେଣ୍ଟରରେ ୨୦୧୫ରେ ଧନୁସକୁ ନିର୍ମାଣ କରାଯାଇଥିଲା । ଧନୁସ୍ ର ୮୦ ପ୍ରତିଶତ କାର୍ଯ୍ୟ ଭାରତରେ ହୋଇଛି । ଏହି କାରଣରୁ ଧନୁସକୁ ସ୍ଵଦେଶୀ ତୋପର ମାନ୍ୟତା ମିଳିଛି । ଏହାର କେଲିଭର ୧୫୫ ଏମ୍.ଏମ୍ ଅଟେ ଓ ଏହା ୪୦ କିଲୋମିଟର ଦୂରରୁ ଶତ୍ରୁକୁ ଆକ୍ରମଣ କରିପାରେ । ଗତ ମାସରେ ସେନା ଓ ରକ୍ଷାମନ୍ତ୍ରୀ ତରଫରୁ ୧୧୮ଟି ତୋପର ଅଡର୍ ଦିଆ ଯାଇଛି । ଧନୁସ୍ ଭାରତରେ ତିଆରି ହୋଇଥିବା ପ୍ରଥମ ଲମ୍ବା ରେଞ୍ଜ ଵାଲା ତୋପ ଅଟେ ।

କିଛି ଦିନ ପୂର୍ବରୁ ସରକାରଙ୍କ ତରଫରୁ କୁହାଯାଇଛି ଯେ, ଧନୁସ୍ କମ୍ପୁଟର ଚାଳିତ ଅତ୍ୟାଧୁନିକ ତୋପ ଅଟେ । ଏହା ଦିନ ଓ ରାତି ଉଭୟ ସମୟରେ ଲଢିବାର କ୍ଷମତା ରଖିଛି । ଏହି ତୋପକୁ ସହଜରେ ପାହାଡ଼ ଅଂଚଳରେ ଶତ୍ରୁର ମୁକାବିଲା ପାଇଁ ରଖାଯାଇ ପାରିବ । ଧନୁସ୍ ର ପରୀକ୍ଷା ବିଭିନ୍ନ କଠିନ ପରିସ୍ଥିତିରେ କରାଯାଇ ସାରିଛି । ମରୁଭୂମି ଠାରୁ ଆରମ୍ଭ କରି ପାହାଡ଼ିର ଦୁର୍ଗମ ଅଞ୍ଚଳରେ ମଧ୍ୟ ଏହା ଭରସାଯୋଗ୍ୟ ତୋପ ଅଟେ । ଧନୁସ୍ ପରେ ହିଁ ଆମେରିକାର ହାବିତ୍ୟର ତୋପର ନମ୍ବର ଆସେ । ହାବିତ୍ୟର ତୋପକୁ ମଧ୍ୟ ଭାରତରେ ନିର୍ମାଣ କରାଯିବାର ଯୋଜନା ରହିଛି ।