ୟୁପିର ମହାରାଜଗଞ୍ଜର ବାସିନ୍ଧା ରିଙ୍କୁ ଜର୍ମାନୀର ଜଣେ ସୁନ୍ଦର ତରୁଣୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି ।

Spread the love

ପ୍ରେମ ଏକ ଭିନ୍ନ ଧରଣର ଭାବ ହୋଇଥାଏ, ଏଥିରେ ଜଣେ ଅନ୍ୟ ଜଣଙ୍କୁ ଜୀବନର ସବୁକିଛି ବୋଲ ସ୍ଵୀକାର କରି ନେଇଥାଏ । ପ୍ରେମରେ ଲୋକେ ଜାତି ଧର୍ମ, ଦେଶ ବିଦେଶ କିଛି ମଧ୍ୟ ମାନନ୍ତି ନାହିଁ । କେବଳ ନିଜ ପ୍ରେମକୁ ପାଇବା ପାଇଁ ହିଁ ଚେଷ୍ଟା କରିଥାନ୍ତି । ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ କାହାଣୀ ଶୁଣିଥିବେ, ଯେଉଁମାନେ ସୋସିଆଲ ମିଡିଆରେ ସାକ୍ଷାତ କରିଛନ୍ତି ଏବଂ ପରେ ପ୍ରେମୀ ଯୁଗଳ ବିବାହ କରି ନେଇଥିବେ କିନ୍ତୁ ଆଜି ଯେଉଁ ପ୍ରେମ କାହାଣୀ ବିଷୟରେ କହିବା ପାଇଁ ଚାହୁଁଛୁ, ତାହା ଏକ ନିଆରା ଧରଣର ପ୍ରେମ କାହାଣୀ ଅଟେ । ୟୁପିର ଜଣେ ବ୍ୟକ୍ତି ଜର୍ମାନୀର ଜଣେ ତରୁଣୀଙ୍କୁ ନିଜ ପ୍ରେମରେ ଫସାଇବା ଦ୍ୱାରା ଯୁବତୀ ଜଣଙ୍କ ନିଜ ପିତାମାତାଙ୍କ ସହ ଭାରତ ଚାଲି ଆସିଥିଲେ । ଏହି ବିବାହ ବହୁତ ଅଦ୍ଭୁତ ଅଟେ । ଯେତେବେଳେ ୟୁପିର ମହାରାଜାଗଞ୍ଜର ବାସିନ୍ଧା ରିଙ୍କୁ ଜଣେ ଜର୍ମାନୀ ଯୁବତୀଙ୍କୁ ପ୍ରେମରେ ଫସାଇଥିଲା ।ଜାଣନ୍ତୁ ପରେ କଣ ସବୁ ଘଟିଛି :

ୟୁପିର ମହାରାଜାଗଞ୍ଜର ବାସିନ୍ଦା ରିଙ୍କୁ ଯାଦବ ଜର୍ମାନୀର ଜଣେ ସୁନ୍ଦର ତରୁଣୀଙ୍କୁ ପ୍ରେମ ଜାଲରେ ଫସାଇ ଦେଇଛନ୍ତି :

ମାନ୍ୟତା ରହିଛି ପ୍ରେମ ଅନ୍ଧ ଅଟେ ଏବଂ ପରେ କୌଣସି ବାଧାବିଘ୍ନ ନ ମାନି ନିଜ ପ୍ରେମକୁ ପାଇବା ପାଇଁ କିଛି ମଧ୍ୟ କରି ପାରେ । ଏହିପରି ଏକ ଘଟଣା ଘଟିଛି ୟୁପିର ରିଙ୍କୁ ଯାଦବ, ଜର୍ମାନୀର ଜଣେ ଯୁବତୀଙ୍କୁ ନିଜ ପ୍ରେମରେ ଫସାଇ ଦେଇଛି । ଜର୍ମାନୀ ପଢିବା ପାଇଁ ଯାଇଥିବା ରିଙ୍କୁ, ଜର୍ମାନୀର ବାସିନ୍ଦା “ସ୍ଵିଟି”ଙ୍କ ସହ ପ୍ରେମ ହୋଇଯାଇ ଥିଲା । ବହୁତ ଚେଷ୍ଟା ଏବଂ ଅପେକ୍ଷା ପରେ ଲାଲ ଯୋଡ଼ାରେ ସ୍ୱିଟି ସାତ ଫେରା ନେଇ ଜନ୍ମ ଜମ୍ନାନ୍ତର ପାଇଁ ରିଙ୍କୁ ସହ ବିବାହ କରି ନେଇଛନ୍ତି । ବର୍ତ୍ତମାନ ବର ଏବଂ କନ୍ୟା ଦୁହେଁ ବିବାହ ପରେ ଜର୍ମାନୀ ଚାଲି ଯାଇଛନ୍ତି । ମହାରାଜାଗଞ୍ଜର ଫରେଦା କ୍ଷେତ୍ରର ସିଦ୍ଧବାରି ଗାଆଁର ବାସିନ୍ଧା ଗଣେଶ ଚୋୖଧରି ଇଣ୍ଡିଆନ ଆର୍ମିରେ କାର୍ଯ୍ୟରତ ଅଟନ୍ତି । ସେ ପରିବାର ସହ ଚେନ୍ନାଇରେ ହିଁ ରୁହନ୍ତି ଏବଂ ସେବାରେ ନିବୃତ ହେବା ପରେ ନିଜ ପୈତୃକ ଗାଆଁ ସିଦ୍ଧିବାରି ଚାଲି ଆସିଥିଲେ । ଦଶମରେ ପଢ଼ୁଥିବା ତାଙ୍କର ପୁଅ ରିଙ୍କୁ ଚୌଧରିକୁ ସ୍କଲରସିପ ମିଳିବା ପରେ ସେ ଜର୍ମାନୀରେ ପଢିବା ପାଇଁ ଚାଲି ଯାଇଥିଲା । ସେଠାରେ ପଢ଼ୁଥିବା ସମୟରେ ରିଙ୍କକୁ ସ୍ୱିଟି ସହ ପ୍ରେମ ହୋଇଯାଇ ଥିଲା । ତାହାପରେ ଦୁହେଁ ଗୋଟିଏ କମ୍ପାନୀରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସମୟ ବିତିବା ସହ ଦୁହିଁଙ୍କ ମଧ୍ୟରେ ପ୍ରେମର ସମ୍ପର୍କ ଦୃଢରୁ ଦୃଢତର ଯାଇଥିଲା । ପରେ ଦୁହେଁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଦୁହେଁ ନିଜ ନିଜ ପରିବାରକୁ ଏହି ବିଷୟରେ ଜଣାଇଥିଲେ । ପ୍ରଥମେ ଦୁହିଁଙ୍କ ପରିବାର ବିବାହରେ ସହମତି ଜଣାଇ ନ ଥିଲେ କିନ୍ତୁ ବହୁତ ଚେଷ୍ଟା ପରେ ଦୁହେଁ ଦୁହିଁଙ୍କ ପରିବାରକୁ ଏହି ବିବାହ ବିଷୟରେ ରାଜି କରାଇ ପାରିଥିଲେ । ଏହି ସମୟ ମଧ୍ୟରେ ରିଙ୍କୁ ନିଜ ଦେଶର ସଂସ୍କୃତି ଓ ଚାଲି ଚଳନ ଶିଖାଇବା ପାଇଁ ୩ ବର୍ଷ ମଧ୍ୟରେ ୧୩ ଥର ସ୍ୱିଟିକୁ ନିଜ ଗାଆଁକୁ ନେଇ ଆସିଥିଲେ ଏବଂ ସ୍ୱିଟି ମଧ୍ୟ ଏଠାକାର ସଂସ୍କୃତିକୁ ବୁଝିବା ପାଇଁ ଚେଷ୍ଟା କରିଥିଲେ । ସ୍ୱିଟିଙ୍କୁ ଭାରତୀୟ ସଂସ୍କୃତି ପସନ୍ଦ ଆସିଥିଲା ଏବଂ ସେ ରିଙ୍କୁ ସହ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ପୈତୃକ ଗାଆଁରେ ହିନ୍ଦୁ ରୀତିନୀତିରେ ବିବାହ ସମ୍ପର୍ଣ୍ଣ ହୋଇଥିଲା :

ରିଙ୍କୁ ଏବଂ ସ୍ୱିଟି ନିଜ ପୈତୃକ ଗାଆଁ ଆସିଥିଲେ ଏବଂ ସମସ୍ତ ଦରକାରୀ କାଗଜ ପତ୍ର ନେଇ ଏସପି ଅଫିସ ପହଞ୍ଚିଥିଲେ । ମହାରାଜଗଞ୍ଜର ଏସପି “ରୋହିତ ସିଂହ ସାଜବାନ” ଦୁହିଁଙ୍କ ବିବାହରେ ବହୁତ ସାହାଯ୍ୟ କରିଥିଲେ । ସେ ଦୁହିଁଙ୍କ କାଗଜପତ୍ର ବିଦେଶ ମନ୍ତ୍ରାଳୟ ପଠାଇଥିଲେ ଏବଂ ସେଠାରୁ ମଞ୍ଜୁରୀ ମିଳିବା ପରେ ବିବାହ ପାଇଁ ସବୁଜ ସଂକେତ ଦେଇଥିଲେ । ସ୍ୱିଟିଙ୍କ ପିତା ଏବଂ ବଡ଼ ଭଉଣୀ ସିଦ୍ଧିବାରି ଗାଆଁ ପହଞ୍ଚିଥିଲେ । ୧୭ ମଇରେ ଦୁହିଁଙ୍କ ହିନ୍ଦୁ ରୀତିନୀତିରେ ବିବାହ ହୋଇଥିଲା । ଲାଲ ଯୋଡ଼ାରେ ସ୍ୱିଟିକୁ ରିଙ୍କୁ ସହ ଦେଖିବା ପରେ ଗାଆଁ ଲୋକେ ନିଜର ଖୁସି ଜାହିର କରିଛନ୍ତି । ସେମାନଙ୍କ ଅନୁସାରେ ପ୍ରଥମ ଥର କୌଣସି ବିଦେଶୀ କନ୍ୟା ସେମାନଙ୍କ ଗାଆଁକୁ ବିବାହ କରି ଆସିଛି ।