କର୍ଣ୍ଣାଲଙ୍କ ମୃତ୍ୟୁ ପରେ ଭାରତୀୟ ସୈନିକ ଚୀନକୁ ଦେଖାଇଲେ ନିଜ ଶକ୍ତି ! ଭାଙ୍ଗିଦେଲେ ଚୀନୀ ସୈନିକଙ୍କ ବେକ !

Spread the love

ଗଲୱାନ ଘାଟିରେ ଭାରତ ଓ ଚୀନ ମୁହାଁମୁହିଁକୁ ନେଇ ଅନେକ ପ୍ରକାର ତଥ୍ୟ ସାମ୍ନାକୁ ଆସୁଛି । ମିଡ଼ିଆର ଖବର ଅନୁସାରେ ୧୫ ଜୁନ ରାତିରେ ଭାରତୀୟ ସୈନିକ ମାନେ ଚୀନୀ ସେନା ଉପରେ ଆକ୍ରମଣ କରିଛନ୍ତି ଏବଂ ଏହି ସମୟରେ ଅଧିକାଂଶ ଚୀନୀ ସୈନିକଙ୍କ ହତ୍ୟା କରାଯାଇଛି । ସୂତ୍ରରୁ ଜଣାପଡ଼ିଛି ଯେ, ୧୫ ଜୁନକୁ ନିଜ କମାଣ୍ଡିଙ୍ଗ ଅଫିସର କର୍ଣ୍ଣାଲ ବି.ସନ୍ତୋଷ ବାବୁ ଶହୀଦ ହେବ ପରେ ଭାରତୀୟ ସେନା ଆଉ ଚୀନୀ ସୈନିକ ମାନଙ୍କୁ କ୍ଷମା କଲେ ନାହିଁ ଏବଂ ନିଜ କମାଣ୍ଡିଙ୍ଗ ଅଫିସରଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛନ୍ତି ।

ଭାଙ୍ଗିଦିଆଗଲା ଚୀନୀ ସୈନିକଙ୍କ ବେକ

google

ଗଲୱାନ ଘାଟିରେ ହୋଇଥିବା ହିଂସାକାଣ୍ଡ ସମୟରେ ଭାରତୀୟ ସେନା ପକ୍ଷରୁ କୌଣସି ଅସ୍ତ୍ରଶସ୍ତ୍ରର ପ୍ରୟୋଗ କରାଯାଇ ନାହିଁ । କିନ୍ତୁ ଭାରତୀୟ ସେନା ବିନା ଅସ୍ତ୍ରଶସ୍ତ୍ରରେ ଚୀନୀ ସୈନିକଙ୍କୁ ଉଚିତ ଉତ୍ତର ଦେଇଛନ୍ତି । ସୂତ୍ରରୁ ଜଣାପଡ଼ିଛି ଯେ, ଭାରତୀୟ ଯବାନ ମାନେ ଚୀନ ସୈନିକ ମାନଙ୍କ ବେକ ଓ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି ଏବଂ ଭାରତ-ଚୀନ ମଧ୍ୟରେ ପାଖପାଖି ୪ ଘଣ୍ଟା ଧରି ସଂଘର୍ଷ ଚାଲିଥିଲା, ଯାହାକି ବହୁତ ଘାତକ ଥିଲା ।

ଜୀବନ୍ତ ଧରିଲେ ଚୀନ ସେନାର କର୍ଣ୍ଣାଲଙ୍କୁ

google

ଭାରତୀୟ ସେନା ଚୀନ ସହିତ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଚୀନର ଏକ କର୍ଣ୍ଣାଲଙ୍କୁ ଜୀବନ୍ତ ଧରି ନେଇଥିଲେ । କୁହାଯାଉଛି ଯେ, ଭାରତ ଅନେକ ଚୀନୀ ସୈନିକ ମାନଙ୍କୁ ନିଜ ଆୟତ୍ତରେ ରଖିଥିଲେ । ଏହିପରି ଭାବରେ ଚୀନ ସେନା ମଧ୍ୟ ବହୁ ସଂଖ୍ୟକ ଭାରତୀୟ ସୈନିକ ମାନଙ୍କୁ ଧରି ନେଇଥିଲେ । ଯଦିଓ ଉଭୟ ଦେଶ ପକ୍ଷରୁ ସୈନିକ ମାନଙ୍କୁ ମୁକ୍ତ କରି ଦିଆଯାଇଛି ।

ଭାରତ ସରକାର ସୈନିକ ମାନେ ଧରା ପଡିଥିବା କଥାର ସୂଚନା ଦେଇ ନାହାଁନ୍ତି ଏବଂ ଭାରତ ସରକାର କେବଳ ଶହୀଦ ଯବାନ ମାନଙ୍କ ସୂଚନା ଦେଇଛନ୍ତି । କିନ୍ତୁ କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ଓ ପୂର୍ବ ଆର୍ମି ଚିଫ ଜେନେରାଲ ବି କେ ସିଂହ ଏକ ଇଣ୍ଟରଭିୟୁରେ ଦାବି କରିଛନ୍ତି ଯେ, ଚୀନ କିଛି ଭାରତୀୟ ସୈନିକଙ୍କୁ ଧରିରଖିଥିଲେ ଏବଂ ବର୍ତ୍ତମାନ ତାଙ୍କୁ ମୁକ୍ତ କରିଦିଆଯାଇଛି । ସେହିପରି ଭାରତ ମଧ୍ୟ କିଛି ଚୀନୀ ସୈନିକଙ୍କୁ ଧରି ରଖିଥିଲେ କିନ୍ତୁ ବର୍ତ୍ତମାନ ତାଙ୍କୁ ମୁକ୍ତ କରିଦେଇଛନ୍ତି ।

ଚୀନକୁ ହେଲା ଅଶେଷ କ୍ଷତି

google

ଏହି ହିଂସାକାଣ୍ଡରେ ଚୀନର ବହୁ ସଂଖ୍ୟକ ସୈନିକ ମୃତ୍ୟୁ ବରଣ କରିଛନ୍ତି । ଏହାକୁ ନେଇ ବର୍ତ୍ତମାନ ଚୀନ ଚୁପ ରହିଛି । କିନ୍ତୁ ଭାରତୀୟ ସେନା ଅନୁଯାୟୀ ଏହି ମୁହାଁମୁହିଁରେ ଚୀନର ୪୫ ରୁ ୫୦ ଜଣ ସୈନିକ ମୃତ୍ୟୁ ବରଣ କରିଛନ୍ତି । ଯେବେକି ଆଉ କିଛି ସୈନିକ ଆହତ ମଧ୍ୟ ହୋଇଛନ୍ତି । ଏହି ମୁହାଁମୁହିଁରୁ ସବୁଠାରୁ ଅଧିକ କ୍ଷତି ଚୀନକୁ ପହଞ୍ଚିଛି ।

ସୈନିକ ମାନଙ୍କୁ ଦିଆଗଲା ସମ୍ପୂର୍ଣ୍ଣ ସ୍ୱାଧୀନତା

google

ସୀମାର ଖରାପ ପରିସ୍ଥିତିକୁ ଲକ୍ଷ୍ୟ କରି ଭାରତ ନିଜ ସୈନିକ ମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରିଦେଇଛି । ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ରକ୍ଷା ଅଧ୍ୟକ୍ଷ ଜେନେରାଲ ବିପିନ ରାବତ ଓ ତିନୋଟି ସେନାର ପ୍ରମୁଖଙ୍କ ସହ ଲାଦାଖ ପରିସ୍ଥିତି ଉପରେ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ କରିଥିଲେ । ଏହି ବୈଠକରେ ରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ସଶସ୍ତ୍ର ବଳକୁ ବାସ୍ତବିକ ନିୟନ୍ତ୍ରଣ ରେଖା ଉପରେ ଚୀନ ସେନା ସହିତ ଲଢ଼ିବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରାଯାଇଛି । ଏହା ସହିତ ତିନୋଟି ସେନାର ଅଧ୍ୟକ୍ଷ ମାନଙ୍କୁ ସମ୍ପୂର୍ଣ୍ଣ ଭାବେ ସୁସଜ୍ଜିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କିଛି ମାସ ଧରି ଗଲୱାନ ଘାଟିରେ କଳହ ଲାଗି ରହିଛି । ଏହାକୁ ହ୍ରାସ କରିବା ପାଇଁ ବହୁତ ଚେଷ୍ଟା କରାଯାଉଛି, କିନ୍ତୁ ଚୀନ ୧୫ ଜୁନକୁ ଭାରତୀୟ ସେନା ସହିତ ମୁହାଁମୁହିଁ ହୋଇଥିଲେ । ଯାହାପରେ ଏହି କଳହ ହ୍ରାସ ହେବା ବଦଳରେ ଆହୁରି ଅଧିକ ବଢିଯାଇଛି ।