ଭାରତୀୟ ସେନାର ଅଧିକାରୀ ଅଟନ୍ତି ଦିଶା ପଟାନିଙ୍କ ବଡ଼ ଭଉଣୀ, ଦେଖିବାକୁ ଦିଶାଙ୍କ ଠାରୁ ମଧ୍ୟ ଆହୁରି ସୁନ୍ଦର ।

Spread the love

ବଲିଉଡ଼ ଅଭିନେତ୍ରୀ ଦିଶା ପଟାନିଙ୍କ ଭଉଣୀ ଇଣ୍ଡିଆନ ଆର୍ମିରେ ଅଧିକାରୀ ଅଛନ୍ତି । ଯେଉଁଠାରେ କି ଜଣଙ୍କୁ ଗ୍ଲେମର ଇଣ୍ଡଷ୍ଟ୍ରି ପସନ୍ଦ ତୋ ଆଉ ଜଣଙ୍କ ମନ ଦେଶ ସେବାରେ ଲାଗିଥାଏ ।

ଦିଶା ପଟାନି ବଲିଉଡ଼ର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ସେ ୨୦୧୬ରେ ଆସିଥିବା ଚଳଚ୍ଚିତ୍ର ‘ଏମ୍.ଏସ୍.ଧୋନି ଦି ଅନ ଟୋଲଡ଼ ଷ୍ଟୋରୀ’ରୁ ନିଜ କ୍ୟାରିୟରର ଆରମ୍ଭ କରିଥିଲେ । ଏଠାରେ ସେ ଧୋନିଙ୍କ ପ୍ରେମିକା ‘ପ୍ରିୟଙ୍କା’ଙ୍କ ଭୂମିକାରେ ନଜର ଆସିଥିଲେ । ଦର୍ଶକଙ୍କୁ ଏହି ଚରିତ୍ରରେ ସେ ବହୁତ ପସନ୍ଦ ଆସିଥିଲେ । ବର୍ତ୍ତମାନ ଦିଶା ପଟାନି ବଲିଉଡ଼ ଅଭିନେତା ଟାଇଗର ଶ୍ରଫଙ୍କୁ ଡେଟ କରୁଛନ୍ତି । ୨୬ ବର୍ଷୀୟ ଦିଶାଙ୍କ ଜନ୍ମ ୧୩ ଜୁନ ୧୯୯୨ରେ ହୋଇଥିଲା । ଦିଶା ଦେଖିବାକୁ ବହୁତ ସୁନ୍ଦର ଏବଂ ସେ ସବୁବେଳେ ତାଙ୍କର ଫୋଟୋ ଗୁଡ଼ିକ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳେ । ସେ ସ୍ୱାସ୍ଥ୍ୟ ପ୍ରତି ବହୁତ ଜାଗୃତ ଅଟନ୍ତି ଓ ସେ ଅଧିକାଂଶ ଜିମ ବାହାରେ ଦେଖାଯାନ୍ତି । ସେ ନିଜ ଖାଦ୍ୟପେୟର ମଧ୍ୟ ଧ୍ୟାନ ରଖନ୍ତି । ଦିଶା ନିଜର ସୌନ୍ଦର୍ଯ୍ୟତା ସହିତ ନିଜର ଫିଟ ଏବଂ ଆକର୍ଷଣୀୟ ଫିଗର ପାଇଁ ମଧ୍ୟ ଅଧିକ ଜଣା ଶୁଣା ଅଟନ୍ତି । କିନ୍ତୁ କଣ ଆପଣ ଜାଣନ୍ତି କି, ଦିଶାଙ୍କ ଗୋଟିଏ ସୁନ୍ଦର ବଡ଼ ଭଉଣୀ ମଧ୍ୟ ଅଛନ୍ତି; ଯିଏ କି ଦିଶାଙ୍କ ଠାରୁ ମଧ୍ୟ ଦୁଇ ଗୁଣ ଅଧିକ ସୁନ୍ଦର ଦେଖାଯାନ୍ତି ବୋଧହୁଏ ଆପଣଙ୍କୁ ଜଣାଥିବ । ଆପଣଙ୍କୁ ଜଣାଇଦେଉଛୁ ଯେ, ଦିଶାଙ୍କ ଜଣେ ବଡ଼ ଭଉଣୀ ମଧ୍ୟ ଅଛନ୍ତି; ଯାହାଙ୍କ ନାମ ଖୁସବୁ ପଟାନି ଅଟେ ।

ଭାରତୀୟ ସେନାରେ ଅଧିକାରୀ ଅଟନ୍ତି ଦିଶାଙ୍କ ଭଉଣୀ :

ହଁ, ସୁନ୍ଦରତା ମାମଲାରେ ଦିଶାଙ୍କ ବଡ଼ ଭଉଣୀ ଖୁସବୁ ମଧ୍ୟ କାହା ଠାରୁ କମ ନୁହଁନ୍ତି । ବରଂ ଏହା କହିବା ଭୁଲ ନୁହେଁ ଯେ, ସେ ଦିଶାଙ୍କ ଠାରୁ ଅଧିକ ସୁନ୍ଦରୀ ଅଟନ୍ତି । ଜଣାଇ ଦେଉଛୁ ଯେ, ଦିଶାଙ୍କ ତିନୋଟି ଭାଇ ଭଉଣୀ ଅଛନ୍ତି; ସେମାନଙ୍କ ମଧ୍ୟରୁ ସବୁଠାରୁ ବଡ଼ ଖୁସବୁ ପଟାନି ଅଟନ୍ତି । ତାଙ୍କ ପରେ ନମ୍ବର ଆସେ ଦିଶାଙ୍କ ଓ ସବୁଠାରୁ ଛୋଟ ତାଙ୍କ ଭାଇ ଯାହାର ନାମ ସୂର୍ୟାଂଶ ପଟାନି ଅଟେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦିଶାଙ୍କ ବଡ଼ ଭଉଣୀ ଖୁସବୁ ଭାରତୀୟ ସେନାର ଅଧିକାରୀ ଅଟନ୍ତି । ବର୍ତ୍ତମାନ ସୁଦ୍ଧା ହିଁ ଦିଶା ନିଜର ଇଂଷ୍ଟଗ୍ରାମ ଆକାଉଣ୍ଟରେ ଭଉଣୀ ଖୁସବୁଙ୍କ ଏକ ଫୋଟୋ ସେୟାର କରିଥିଲେ । ଦିଶାଙ୍କ ସେୟାର କରିଥିବା ଫୋଟୋରେ ଖୁସବୁ ଭାରତୀୟ ସେନାର ପୋଷାକ ପିନ୍ଧିଥିବାର ନଜର ଆସୁଥିଲେ । ଯେଉଁଠାରେ କି କେତେକ ଲୋକ ଦିଶାଙ୍କ ଭଉଣୀଙ୍କ ପ୍ରଶଂସା କଲେ ଏବଂ ଆଉ କେତେକ ଲୋକ ଦିଶାଙ୍କୁ ତାଙ୍କ ଭଉଣୀଙ୍କ ଠାରୁ ଶିକ୍ଷା ନେବା ପାଇଁ ପରାମର୍ଶ ଦେଇଛନ୍ତି ।

ଗ୍ଲେମର ଇଣ୍ଡଷ୍ଟ୍ରି ଠାରୁ ଦୂରରେ ଅଛନ୍ତି ଖୁସବୁ :

ଯେଉଁଠାରେ କି ଦିଶା ଏକଦମ ଖୋଲା ବିନ୍ଦାସ ଏବଂ ସାହସୀ ଅଟନ୍ତି; ସେଠାରେ ତାଙ୍କ ଭଉଣୀ ତାଙ୍କ ଠାରୁ ସଂପୂର୍ଣ୍ଣ ଅଲଗା ଅଟନ୍ତି । ଖୁସବୁଙ୍କ ସ୍ଵଭାବ ବହୁତ ଶାନ୍ତ ଏବଂ ଗମ୍ଭୀର ଅଟେ । ଜଣେ କଳାକାରର ଭଉଣୀ ହେଲେ ମଧ୍ୟ ସେ ଲାଇମ ଲାଇଟରୁ ଦୂରେଇ ରୁହନ୍ତି । ଦିଶାଙ୍କ ସମ୍ପର୍କୀୟମାନଙ୍କ ଅନୁସାରେ, ତାଙ୍କ ବଡ଼ ଭଉଣୀ ଖୁସବୁ ତାଙ୍କ ମାଆଙ୍କ ସହିତ ବହୁତ ନିକଟତମ ଅଟନ୍ତି । ସେ ନିଜ ମାଆଙ୍କ ସହିତ ନିଜର ସମସ୍ତ କଥା ବାଣ୍ଟନ୍ତି । ଯେତେବେଳେ କି ଦିଶା ନିଜ ବାପାଙ୍କ ସହିତ ଅଧିକ ନିକଟତର ଅଟନ୍ତି ଏବଂ ସେ କୌଣସି କଥା ମଧ୍ୟ ବିନା ଭାବ ବିଚାରରେ ନିଜ ବାପାଙ୍କୁ କହି ଦିଅନ୍ତି । ଛୋଟ ଭଉଣୀ ପରି ଖୁସବୁଙ୍କୁ ଲାଇମ ଲାଇଟରେ ରହିବା ପସନ୍ଦ ନୁହେଁ । ସୁନ୍ଦର ହୋଇଥିଲେ ମଧ୍ୟ ଏହି ଇଣ୍ଡଷ୍ଟ୍ରିରୁ ନିଜକୁ ଦୂରେଇ ରଖନ୍ତି । ଯେଉଁଠାରେ କି ଦିଶା…..

ବର୍ତ୍ତମାନ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିସାରିଛନ୍ତି ଓ ଅପର ପକ୍ଷରେ ଖୁସବୁ ବଲିଉଡ ଇଣ୍ଡଷ୍ଟ୍ରିକୁ ଦୂରରୁ ହିଁ ଦେଖିବାକୁ ପସନ୍ଦ କରନ୍ତି । ଖୁସବୁ ଗୋଟିଏ ସାଧାରଣ ଝିଅ ପରି ଜୀବନଯାପନ କରିବାକୁ ପସନ୍ଦ କରନ୍ତି । ଯଦି ତାଙ୍କ କାର୍ଯ୍ୟ ବିଷୟରେ ଆଲୋଚନା କରିବା ତା’ହେଲେ ବର୍ତ୍ତମାନ ଦିଶା ମୋହିତ ସୁରିଙ୍କ ଚଳଚ୍ଚିତ୍ର ‘ମଳଙ୍ଗ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ଏକ ରୋମାଣ୍ଟିକ ହୋରୋର ଫିଲ୍ମ ଅଟେ । ଚଳଚ୍ଚିତ୍ରରେ ତାଙ୍କ ସହିତ ଆଦିତ୍ୟ ରାୟ କପୂର, ଅନୀଲ କପୂର ଏବଂ କୁନାଲ ଖେମୁ ମୁଖ୍ୟ ଭୂମିକାରେ ନଜର ଆସିବେ ।