ଭାରତ ଓ ଚୀନ୍ ମଧ୍ୟରେ ବର୍ତ୍ତମାନ ବଢ଼ିପାରେ ଅଶାନ୍ତି । ଲାଦାଖର ଅନ୍ୟ ଏକ ଅଞ୍ଚଳକୁ ନିଜ ପକ୍ଷରେ କରିବା ପାଇଁ ଚୀନ୍ ସୈନ୍ୟମାନଙ୍କ ଚେଷ୍ଟା !

Spread the love

ଲାଦାଖ ସୀମାରେ ହୋଇଥିବା ସଂଘର୍ଷକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଅଶାନ୍ତି ଚରମ ସୀମାରେ । ଋଷର ଭାରତକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଚୀନ୍ ସହଜରେ ଗ୍ରହଣ କରିପାରି ନାହିଁ । ଚୀନ୍ ରୁଷକୁ ସନ୍ଦେଶ ମାଧ୍ୟମରେ ଭାରତକୁ ଅସ୍ତ୍ରଶସ୍ତ୍ର ନଦେବାକୁ ଗୁହାରି କରିଛି । ଅନ୍ୟ ପକ୍ଷରେ ଭାରତୀୟ ସେନା କହିଛନ୍ତି ବର୍ତ୍ତମାନ ବାର୍ତ୍ତା ଆଦାନ ପ୍ରଦାନ ଶେଷ ହୋଇଛି । ଆମ ଭାରତୀୟ ସୈନ୍ୟ ଚୀନର ସମସ୍ତ ପ୍ରକାର ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ ରହିଛନ୍ତି । ଏହି ସମସ୍ତ କାର୍ଯ୍ୟ କଳାପ ମଧ୍ୟରେ ନ୍ୟୁଜ୍ ଏଜେନ୍ସି ପିଟିଆଇ ତରଫରୁ ଯେଉଁ ଖବର ଆସିଛି, ତାହା ନିଶ୍ଚିତଭାବେ ଚିନ୍ତା ଜନକ ଅଟେ । ତେବେ ଏହି ଖବରଟି ହେଉଛି କୁହାଯାଉଛି ଯେ LACର ଉତ୍ତରକୁ ଲଦାଖର ଦୋପସାଂଗ ଇଲାକାରେ ପୁଣି ଚୀନ୍ ସେନା ନିଜର ଡେରା ଜମାଇଛି । ଯେଉଁ କାରଣରୁ ଦୁଇ ଦେଶ ମଧ୍ୟରେ ଆସନ୍ତି ଆହୁରି ବଢ଼ିପାରେ ।

କେଉଁଠାରେ ରହିଛି ଦୋପସାଂଗ :-

google

ଏହି ଠାରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଦୋପସାଂଗ ଇଲାକା ଦୌଲତ ବେଗ ଓଲଡ଼ିର ବିମାନ ବନ୍ଦର ଠାରୁ ୩୦ କିମି ଦୂରରେ ରହିଛି । ଏହା ଏକ ମାର୍ଗଅଵରୋଧୀ ସଂକୀର୍ଣ୍ଣ ଅଞ୍ଚଳ ଅଟେ । ଏହାର ୧୮କିମି ଭାଗ ଭାରତୀୟ ଇଲାକା ଅଟେ । କୁହାଯାଉଛି ଯେ ଚୀନ୍ ଭାରତ ଉପରେ ଚାପ ସୃଷ୍ଟି କରିବା ପାଇଁ ସେଠାରେ ସୈନ୍ୟଙ୍କ ସଂଖ୍ୟା ବଢ଼ାଇ ଦେଇଛି । ଏହି ଖବରକୁ ଭାରତୀୟ ସେନା ସ୍ୱୀକାର ମଧ୍ୟ କରିନାହାନ୍ତି କି ଅସ୍ବୀକାର ମଧ୍ୟ କରିନାହାନ୍ତି । ଏହା ପୂର୍ବରୁ ମଧ୍ୟ ସେହି ଅଞ୍ଚଳରେ ଚୀନ୍ ତାହାର ସେନା ସଂଖ୍ୟା ବଢ଼ାଇ ଦେଇଥିଲା । ସେତେବେଳେ ସେଠାରେ ଅଧିକ ସଂଖ୍ୟକ ଭାରତୀୟ ସେନାଙ୍କୁ ମଧ୍ୟ ନିୟୋଜିତ କରାଯାଉଥିଲା । କିନ୍ତୁ ପରେ ଦୁଇ ପକ୍ଷର କଥାବାର୍ତ୍ତା ପରେ ସବୁ ସମାଧାନ ହୋଇଥିଲା । ଏହା ପରେ ଭାରତୀୟ ସେନା ପେଟ୍ରୋଲିଂ ଗସ୍ତ ତିଆରି କରିଥିଲେ ।

ଚୀନ୍ କଥାବାର୍ତ୍ତା ପାଇଁ ପ୍ରସ୍ତୁତ :-

google

ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ବିବାଦକୁ ନେଇ ଚୀନ୍ କଥାବାର୍ତ୍ତା ହେବାକୁ ପ୍ରସ୍ତୁତ । ଚୀନର ବିଦେଶ ମନ୍ତ୍ରୀ ବାଙ୍ଗ ୟୀ କହିଛନ୍ତି କି ଭାରତ, ଚୀନ୍ ଓ ଋଷୁ ସମସ୍ତଙ୍କ ହିତକୁ ନଜରରେ ରଖି ଏହିପରି ଏକ ସମ୍ବେଦନଶୀଳ ସମୟରେ ଏହି ଅସୁବିଧାର ସମାଧାନର ଦିଗରେ କାର୍ଯ୍ୟ କରିବା ଉଚିତ । ଚୀନ୍ ବର୍ତ୍ତମାନ ବାରମ୍ବାର ଏହି ମାମଲାକୁ ନେଇ ଭାରତ ସହିତ କଥାବାର୍ତ୍ତା ଉପରେ ଜୋର ଦେଉଛି ।

google

ବିଗତ ଦିନରେ ଭାରତ ଓ ଚୀନର ବିବାଦ ଏପରି ଏକ ସ୍ଥାନରେ ପହଞ୍ଚିସାରିଛି ଯେ ଚୀନ୍ ସୈନ୍ୟ ମାନେ ଭାରତୀୟ ସୈନ୍ୟ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ କରିଥିଲେ । ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ସୈନ୍ୟ ସହିଦ ହେବା ସହିତ ଚୀନର ୪୦ ଜଣ ସୈନ୍ୟ ନିହତ ହୋଇଥିଲେ । କିନ୍ତୁ ଏହି କଥାକୁ ସ୍ୱୀକାର କରିବାକୁ ଚୀନ୍ ପ୍ରସ୍ତୁତ ନୁହଁ ।