ହିଂସାତ୍ମକ ସଂଘର୍ଷ ପରେ ଭାରତ ଚୀନକୁ ଦେଲା ବଡ଼ ଝଟକା, ସମାପ୍ତ କଲା ଚୀନୀ କମ୍ପାନୀ ମାନଙ୍କଠାରୁ ନିଜ ସମ୍ପର୍କ

Spread the love

ଭାରତ-ଚୀନ ମଧ୍ୟରେ ଲଦାଖ୍ ସୀମା ନିକଟରେ ବିବାଦ ଲାଗି ରହିଛି । ଯେଉଁଭଳି ଭାବେ ଚୀନର ସୈନିକ ମାନେ ନିଜ ଅସଭ୍ୟ ଉପାୟରେ ଗୁପ୍ତପ୍ରବେଶ କରିବା ଚେଷ୍ଟାରେ ଲାଗିଛନ୍ତି, ସେଥିପାଇଁ ବର୍ତ୍ତମାନ ସମ୍ପୂର୍ଣ୍ଣ ଦେଶ ଆକ୍ରୋଶରେ ଅଛନ୍ତି । କିଛିଦିନ ତଳେ ଶହୀଦ ହୋଇଥିବା ୨୦ ଯବାନ ସମସ୍ତ ଦେଶବାସୀଙ୍କ ମନରେ ଚୀନ ବିରୁଦ୍ଧରେ ରୋଷ ଉତ୍ପନ୍ନ କରିଦେଇଛନ୍ତି । ସମସ୍ତ ଦେଶବାସୀ ଏହାର ପ୍ରତିଶୋଧ ଚାହଁନ୍ତି । ଏହା ମଧ୍ୟ କୁହାଯାଉଛି ଯେ ହିଂସାତ୍ମକ ସଂଘର୍ଷରେ ଚୀନର ୪୦ ଜଣ ସୈନିକ ମଧ୍ୟ ଆହତ ହୋଇଛନ୍ତି ଏବଂ କିଛି ମୃତ୍ୟୁ ବରଣ କରିଛନ୍ତି । କିନ୍ତୁ ଚୀନ ଏହା ବିଷୟରେ କିଛି ସ୍ପଷ୍ଟ କହି ନାହିଁ । ଏଥି ମଧ୍ୟରେ ଭାରତ ଚୀନକୁ ଘେରାଉ କରିବା ପାଇଁ ଚେଷ୍ଟାରେ ଲାଗିପଡିଛି, ଏବଂ ଲଗାତାର ଗୋଟିଏ ପରେ ଗୋଟିଏ ଏପରି ଅନେକ ଝଟକା ଦେଉଛି, ଯାହା ଫଳରେ ଚୀନକୁ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିବ ।

google

ଶହୀଦ ମାନଙ୍କ ପ୍ରତିଶୋଧ ନେବା ପାଇଁ ଗୋଟିଏ ପଟେ ଯେତେବେଳେ ଗୁରୁବାର ଦିନ ଭାରତ ଓ ଚୀନ ସେନା ମଧ୍ୟରେ ମେଜର ଜେନେରାଲ୍ ସ୍ତରର କଥାବାର୍ତ୍ତା ହେଲା, ତେବେ ଅନ୍ୟସ୍ଥଳେ ଭାରତୀୟ ରେଳ ବିଭାଗ ଚୀନୀ କମ୍ପାନୀ ମାନଙ୍କରୁ ନିଜର ସମ୍ପର୍କ ଛିନ୍ନ କରିଛି । ବାସ୍ତବରେ ସମାଚାର ଏଜେନ୍ସି ଏଏନଆଇ ଅନୁସାରେ ଭାରତୀୟ ରେଳ ବିଭାଗର ଡେଡ଼ିକେଟେଡ଼ ଫ୍ରେଣ୍ଟ କରିଡୋର କର୍ପୋରେସନ ଅଫ ଇଣ୍ଡିଆ ବିଜିଙ୍ଗ ନେସନାଲ ରେଳବାଇ ରିସର୍ଚ୍ଚ ଏଣ୍ଡ ଡିଜାଇନ ଇନଷ୍ଟିଚ୍ୟୁଟ ଅଫ ସିଗ୍ନାଲ ଏଣ୍ଡ କମ୍ୟୁନିକେସନ ଗ୍ରୁପ କେ.ଲି. ସହ ନିଜର ସମ୍ପର୍କ ଶେଷ କରିଦେଇଛି । କୁହାଯାଉଅଛି ଯେ ଏହି ପ୍ରୋଜେକ୍ଟ ଆଧାରରେ କାନପୁର ଓ ଦିନ ଦୟାଲ ଉପାଧ୍ୟାୟ ରେଳ ଷ୍ଟେସନର ସେକ୍ସନ ମଧ୍ୟରେ ୪୧୭ କିଲୋମିଟରର ସିଗ୍ନ ଲିଙ୍ଗ ଓ ଟେଲି କମ୍ୟୁନିକେସନ କାର୍ଯ୍ୟ ସମ୍ପାଦନ ହେବାର ଥିଲା । ଯାହାର ନିବେଶପୁଞ୍ଜି ୪୧୭ କୋଟି ଟଙ୍କା ବୋଲି କୁହାଯାଉଛି ।

କିଛି ଦିନ ତଳେ ମେଜର ଜେନେରାଲ୍ ସ୍ତରୀୟ କଥାବାର୍ତ୍ତାରେ ଗଲବାନ୍ ଘାଟିରେ ଯେଉଁ ପରିସ୍ଥିତି ଉତ୍ପନ୍ନ ହୋଇଛି, ତାକୁ ଲକ୍ଷ୍ୟ କରି ସୈନିକ ମାନେ ପଛକୁ ଫେରିବା ପ୍ରକ୍ରିୟାକୁ ଲାଗୁ କରିବା ଉପରେ ଚର୍ଚ୍ଚା କରାଯାଉଛି । ଏହା ପର୍ଯ୍ୟନ୍ତ ଯେ ୬ ଜୁନ୍ କୁ ଯେତେବେଳେ ଭାରତ ଓ ଚୀନ ମଧ୍ୟରେ ସୈନ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା, ସେତେବେଳେ ମଧ୍ୟ ଦୁଇଟି ଦେଶ ମଧ୍ୟରେ ଏହି କଥାବାର୍ତ୍ତା ହୋଇଥିଲା ଯେ ଦୁଇଟି ଦେଶ ନିଜ ନିଜର ସୈନିକଙ୍କୁ ପଛକୁ ଘୁଞ୍ଚାଇ ଦେବେ ।

google

କିନ୍ତୁ ଏହି ବୈଠକରେ ବେଶି କିଛି ପ୍ରଭାବ ଦେଖାଗଲା ନାହିଁ, ବରଂ ପରିସ୍ଥିତି ପୂର୍ବରୁ ଆହୁରି ଅଧିକ ଖରାପ ହୋଇଗଲା । ଏତିକିନୁହେଁ ସୋମବାର ରାତିରେ ଦୁଇଟି ଦେଶ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହେଲା, ଯେଉଁଥିରେ ଭାରତର ୨୦ ଜଣ ଯବାନ ଶହୀଦ ହୋଇଗଲେ । ଏମିତିରେ ବୁଧବାର ଦିନ ନରେନ୍ଦ୍ର ମୋଦି ମଧ୍ୟ ଚୀନକୁ ତାଗିଦ କରି କହିଲେ ଯେ ଭାରତ ନିଜ ସମସ୍ତ ପଡ଼ୋଶୀ ଦେଶ ଠାରୁ ଶାନ୍ତି ଆଶା କରେ । କିନ୍ତୁ ଯଦି ଏହାପରେ ମଧ୍ୟ ଯେତେବେଳେ ସୈନିକ ମାନଙ୍କୁ ଅଧିକ ବାଧ୍ୟ କରାଯିବ ତେବେ ସେମାନେ ଯଥୋଚିତ ଉତ୍ତର ଦେବାରେ ସକ୍ଷମ ଅଟନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ଯେ, “ଭାରତୀୟ ଯବାନ ମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ” ।