ଚୀନକୁ ଉଚିତ ଉତ୍ତର ଦେବା ପାଇଁ ଭାରତ ରୁଷଠାରୁ ମାଗିଲା ବ୍ରହ୍ମାସ୍ତ୍ର ‘ଏସ-୪୦୦’, ଜାଣନ୍ତୁ ଏହାର ବିଶେଷତ୍ୱ

Spread the love

ରକ୍ଷାମନ୍ତ୍ରୀ ରାଜନାଥ ସିଂହ ବର୍ତ୍ତମାନ ରୁଷ ଗସ୍ତରେ ଯାଇଛନ୍ତି । ଭାରତ-ଚୀନ ସୀମା ବିବାଦ ଓ ୧୫ ଜୁନକୁ ଦୁଇଟି ଦେଶର ସେନା ମଧ୍ୟରେ ହୋଇଥିବା ହୋଇଥିବା ସଂଘର୍ଷରେ ୨୦ ଜଣ ଯବାନ ଶହୀଦକୁ ଲକ୍ଷ୍ୟକରି ରାଜନାଥ ସିଂହଙ୍କ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ରକ୍ଷାମନ୍ତ୍ରୀ ରାଜନାଥ ସିଂହ ରୁଷର ୭୫ତମ ବିକ୍ଟ୍ରି ପରେଡ଼ରେ ଅଂଶଗ୍ରହଣ କରିବେ । ସୂତ୍ରରୁ ଜଣାପଡ଼ିଛି ଯେ, ରାଜନାଥ ସିଂହ ନିଜର ଏହି ଗସ୍ତରେ ରୁଷରୁ ଏଣ୍ଟି ମିସାଇଲ ସିଷ୍ଟମ ‘ଏସ-୪୦୦’ର ଖୁବଶୀଘ୍ର ଆପୂର୍ତ୍ତି କରିବା ବିଷୟରେ କହିପାରନ୍ତି । ଭାରତ ଯେତେ ଶୀଘ୍ର ସମ୍ଭବ ଏସ-୪୦୦ ଆସିବାକୁ ଅପେକ୍ଷା କରିଛି ।

google

ଜଣାଇଦେଉଛୁ ଯେ, ଭାରତ ରୁଷ ସହ ଏହି ଏଣ୍ଟି ମିସାଇଲ ସିଷ୍ଟମ ‘ଏସ-୪୦୦’ର ଚୁକ୍ତି ୨୦୧୮ ମସିହାରେ କରିଥିଲା । ଏହା ଦୁନିଆର ସବୁଠାରୁ ଅଗ୍ରଣୀ ଏଣ୍ଟି ମିସାଇଲ ସିଷ୍ଟମ ବୋଲି ଧରାଯାଏ । ଭାରତ ରୁଷରୁ ୫ ଅର୍ବ ଡଲାର ଅର୍ଥାତ ୪୦,୦୦୦ କୋଟି ଟଙ୍କାର ଚୁକ୍ତି କରିଥିଲା । ଆସନ୍ତୁ ଜାଣିବା, ଏହି ସିଷ୍ଟମରେ ବିଶେଷ କଣ ରହିଛି….

google

୨୦୧୮ ମସିହାରେ ଭାରତ ସହ ଚୁକ୍ତି ପରେ ରୁଷ ‘ଏସ-୪୦୦’ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦେଇଥିଲା । ଚୁକ୍ତି ଅନୁଯାୟୀ ଭାରତକୁ ଏହି ମିସାଇଲ ୨୦୨୫ ପର୍ଯ୍ୟନ୍ତ ସମର୍ପଣ କରି ଦିଆଯିବ । ଚୁକ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, ଭାରତକୁ ଏଣ୍ଟି ମିସାଇଲ ପ୍ରତିରକ୍ଷା ବିଭାଗର ପ୍ରଥମ ପର୍ଯ୍ୟାୟରେ ଆସନ୍ତା ବର୍ଷ ଅର୍ଥାତ ୨୦୨୧ ପର୍ଯ୍ୟନ୍ତ ମିଳିଯିବ, କିନ୍ତୁ ଚୀନର ସୀମା ବିବାଦକୁ ଲକ୍ଷ୍ୟ କରି ଭାରତ ଖୁବଶୀଘ୍ର ଏହାର ବିତରଣ ଚାହେଁ ।

୪୦୦ କିଲୋମିଟର ମଧ୍ୟରେ ଆସିବାକୁ ଥିବା ସମସ୍ତ ଶତ୍ରୁ ହେବେ ସମାପ୍ତ

ଏହି ପ୍ରତିରକ୍ଷା ପ୍ରଣାଳୀର ବିଶେଷତ୍ୱ ହେଉଛି ୪୦୦ କିଲୋମିଟର ମଧ୍ୟରେ ଆସୁଥିବା ସମସ୍ତ ଶତ୍ରୁକୁ ଏହା ସମାପ୍ତ କରିଦିଏ । ଆପଣଙ୍କ ସୂଚନା ପାଇଁ ଜଣାଇଦେଉଛୁ ଯେ, ରୁଷ ନିଜ ରକ୍ଷା ପାଇଁ ଏହାର ବ୍ୟବହାର ୨୦୦୭ ଠାରୁ କରୁଅଛି । ଅନ୍ୟସ୍ଥଳେ ଚୀନ ଏହି ପ୍ରଣାଳୀକୁ ୨୦୧୪ ମସିହାରେ ଗର୍ଭରମେଣ୍ଟ ତୁ ଗଭରମେଣ୍ଟ ଚୁକ୍ତି ଅନୁଯାୟୀ କିଣିଥିଲା ।

google

ବାସ୍ତବରେ, ଏସ-୪୦୦ ଏଣ୍ଟି ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ଏସ-୩୦୦ ର ଉନ୍ନତ ସଂସ୍କରଣ ଅଟେ । ଏହି ପ୍ରଣାଳୀ ଖୁବଶୀଘ୍ର ଭାରତରେ ସାମିଲ ହେବାକୁ ଯାଉଛି । କୁହାଯାଉଛି ଯେ, ଏହା ସାମିଲ ହେବା ପରେ ଭାରତୀୟ ସେନାର ଶକ୍ତି ଦୁଇଗୁଣ ହୋଇଯିବ । ଏସ-୪୦୦ ମିସାଇଲ ପ୍ରଣାଳୀ ଖୁବ ଶକ୍ତିଶାଳୀ ଅଟେ । ଏଥିରେ ଏତିକି କ୍ଷମତା ରହିଛି ଯେ, ଏହା ପଞ୍ଚମ ପିଢ଼ିର ଯୁଦ୍ଧ ବିମାନକୁ ସମାପ୍ତ କରିବାର କ୍ଷମତା ମଧ୍ୟ ରଖିଛି ।

୪୦୦ କିଲୋମିଟର ମଧ୍ୟରେ ସକ୍ରିୟ ରହୁଥିବା ଏହି ମିସାଇଲ ପ୍ରଣାଳୀ ଭାରତୀୟ ସେନାରେ ସାମିଲ ହେବା ପରେ ଭାରତୀୟ ସେନାକୁ ବହୁତ ସାହାଯ୍ୟ ମିଳିବ । ଏହା ୪୦୦ କିଲୋମିଟର ଦୂରତା ମଧ୍ୟରେ ଆସୁଥିବା ଶତ୍ରୁ ମାନଙ୍କୁ ତୁରନ୍ତ ଶେଷ କରିବାର କ୍ଷମତା ରଖିଛି । ଏଥିରୁ ଶତ୍ରୁ ମାନଙ୍କ ଯୁଦ୍ଧ ବିମାନ ହେଉ, ଦ୍ରୋନ ହେଉ କିମ୍ବା ମିସାଇଲ ହେଉ, ଏସ-୪୦୦ ଏଣ୍ଟି ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ନଜରରେ ଯଦି କେହି ଆସିଯିବେ, ତେବେ ଏହା ତାକୁ ସେହି ସ୍ଥାନରେ ହିଁ ସମାପ୍ତ କରିଦେବ ।

google

ଶତ୍ରୁ ମାନଙ୍କୁ କରିପାରେ ତୁରନ୍ତ ଟ୍ରେସ

ଏସ-୪୦୦ ପ୍ରଣାଳୀ ଖୁବ ଅତ୍ୟାଧୁନିକ ଯନ୍ତ୍ରପାତି ଅଟେ । ଏହା ସିଧାସଳଖ ସେଟେଲାଇଟ ସହ ସଂଯୋଗ ହୋଇଥାଏ ଓ ନିଜ ଶତ୍ରୁକୁ ତୁରନ୍ତ ଟ୍ରେସ କରିପାରେ । ଏହି ପ୍ରଣାଳୀର ଏକ ବଡ଼ ବିଶେଷତ୍ୱ ଏହିକିଯେ, ଏହା ଶତ୍ରୁର ବିମାନ ଏବଂ ମିସାଇଲକୁ ବାୟୁରେ ହିଁ ସମାପ୍ତ କରିପାରେ ।

google

ଏସ-୪୦୦ ଏଣ୍ଟି ମିସାଇଲ ପ୍ରତିରକ୍ଷା ପ୍ରଣାଳୀର ଅତ୍ୟାଧୁନିକ ସାମଗ୍ରୀ ୧୦୦ ରୁ ୩୦୦ ଲକ୍ଷ୍ୟ ଟାରଗେଟକୁ ଏକା ସାଙ୍ଗରେ ଟ୍ରାକ କରିପାରେ । ଏଥିରେ ସଂଯୋଗ ହୋଇଥିବା ମିସାଇଲ ୩୦ କିମି ଉଚ୍ଚତା ଓ ୪୦୦ କିଲୋମିଟର ଦୂରତାରେ ସ୍ଥିତ ଲକ୍ଷ୍ୟକୁ ସିଧାସଳଖ ଭେଦ କରିପାରେ । ଏହାର ଏକ ବିଶେଷ କଥା ଏହିକିଯେ, ଏହା ଏକା ସାଙ୍ଗରେ ୩୬ ଜଣଙ୍କୁ ସମାପ୍ତ କରିପାରେ । ଏହା ବ୍ୟତୀତ ଏହି ପ୍ରଣାଳୀରେ ୧୨ଟି ଲଞ୍ଚର ମଧ୍ୟ ମହଜୁଦ ରହିଛି ।