ଶୀତ ଋତୁରେ ପ୍ରତିଦିନ ଖାଆନ୍ତୁ ଗୋଟେ ରୁ ଦୁଇଟା ଗାଜର, ହେବ ଏହି 7 ଟି ଚମତକାରୀ ଲାଭ, ରହିବେ ସୁସ୍ଥ-ସବଳ

Spread the love

ଥଣ୍ଡା ପାଗରେ ପନିପରିବା ବହୁ ପରିମାଣରେ ମିଳିଥାଏ । ବଜାରରେ ମିଳୁଥିବା ବିଭିନ୍ନ ପନିପରିବାକୁ ଦେଖି ଆଧିକାଂଶ ବ୍ୟକ୍ତିଙ୍କ ଇଛା ହୋଇଥାଏ ଯେ, ବିଭିନ୍ନ ପ୍ରକାରର ପରିବା ଖାଇବା ଏବଂ ନିଜକୁ ସୁସ୍ଥ ରଖିବା । ଥଣ୍ଡା ଦିନରେ ବିଭିନ୍ନ ପନିପରିବା ମଧ୍ୟରୁ ଅଲଗା ଏବଂ ଖାସ ହେଉଛି ଗାଜର, ଯେଉଁଥିରେ ତରକାରୀ ଏବଂ ମିଠା ହାଲୁଆ ତିଆରି କରାଯାଏ । ଅଧିକତର ଘରରେ ଗାଜର ହାଲୁଆ ବନାଯାଏ କିନ୍ତୁ ଥଣ୍ଡା ପାଗରେ ପ୍ରତିଦିନ ଗୋଟେ ରୁ ଦୁଇଟା ଗାଜର ଖାଇବା ଦ୍ୱାରା ଆମକୁ ଆନେକ ଫାଇଦାମିଳିଥାଏ । ପେଟ ବି ଭଲ ରହିବ ଏବଂ ଶରୀର ବି ସୁସ୍ଥ ରହିବ । ଗାଜର ଶରୀର ପାଈଁ ବହୁତ ଲାଭକାରି ଏବଂ ଗୁଣକାରି ହୋଇଥାଏ ଏବଂ ଲାଲ ଲାଲ ଦିଶୁଥିବା ଗାଜର ଆପଣଙ୍କ ଶରୀରରେ ରକ୍ତ ସଞ୍ଚାର ବହୁତ ଭଲ ଭାବରେ କରିଥାଏ ଏବଂ ଗାଜର ଖାଇବା ଦ୍ୱାରା ଆନ୍ତରୀକତା ତୃପ୍ତି ମିଳିଥାଏ । ଗାଜରର ଏକ ସ୍ୱତନ୍ତ୍ରତା ଗୁଣ ରହିଛି, ଯାହା ସମସ୍ତଙ୍କୁ ପସନ୍ଦ ଆସେ ।

ଥଣ୍ଡା ପାଗରେ ଖାଆନ୍ତୁ ଗୋଟିଏ କିମ୍ବା ଦୁଇଟି ଗାଜର :

ଲାଲ ମିଠା ଗାଜରକୁ ଦେଖିବା ମାତ୍ରେ ବହୁତ ଲୋକ ଖାଇବାକୁ ପସନ୍ଦ କରନ୍ତି । ଭଲମନ୍ଦ ଦିନରେ ଘରେ ବିଶେଷ କରି ଗାଜର ହାଲୁଆ ବନାଯାଏ । ଗାଜର କେଵଳ ସ୍ୱାଦରେ ଭଲ ତାନୁହଁ ବରଂ ଆପଣଙ୍କ ଶରୀରକୁ ମଧ୍ୟ ସୁସ୍ଥ ରଖେ ଏବଂ ବିଶ୍ୱାସ ହେଉନାହିଁ ତେବେ ତାହେଲେ ଆସନ୍ତୁ ଜାଣିବା ତାହାର କିଛି ଲାଭ :

1. ଗାଜର ଜୁସ୍ ରେ ବିଟାକେରଟିନ,ବିଟାମିନସ୍ ଏବଂ ପଟାସିୟମ୍ ଯେମିତି ଗୁଣ ଭରପୁର ମାତ୍ରାରେ ରହିଥାଏ । ଗାଜରରେ ଥିବା ବିଟାକରେଟିନରେ ଭିଟାମିନ-A ସବୁଠୁ ଅଧିକ ପ୍ରଭାବକାରୀ ମାଧ୍ୟମ ଅଟେ । ଗାଜର ଖାଇଲେ ବ୍ୟକ୍ତିର ଇମ୍ୟୁନ-ସିଷ୍ଟମକୁ ଶକ୍ତି ମିଳିଥାଏ । ଏହା ବ୍ୟତିତ ଭିଟାମିନ-Aର ପ୍ରଭାବରେ ଆଖିର ଦୃଷ୍ଟିଶକ୍ତି ବଢିଥାଏ ଏବଂ ହୃଦରୋଗ ରୁ ମଧ୍ୟ ବର୍ତ୍ତି ପାରିବା ।

2. ଗାଜର ଜୁସରେ ମିଳୁଥିବା ପୋଟାସିୟମ୍ ଶରୀରରେ କୋଲେସ୍ଟ୍ରୋଲ୍ ର ସ୍ତର କୁ କମ କରିଥାଏ, ଗାଜରରେ ଲିଭର୍ କୁ ଠିକ୍ ରଖିବାର ଗୁଣ ମଧ୍ୟ ଦେଖିବାକୁ ମିଳିଥାଏ,ଏହା ବ୍ୟତିତ ପୋଟାସିୟମ୍, ମାଙ୍ଗାନିଜ ଏବଂ ମେଗ୍ନେସିୟମ୍ ସହିତ ମିଶି ବ୍ଲଡ଼ସୁଗର୍ ସ୍ତରକୁ ମଧ୍ୟମ ରଖିଥାଏ ।

3. ଗାଜରରେ ଭିଟାମିନ K ମଧ୍ୟ ରହିଛି ଯାହା ଆଘାତ ଲାଗିବା ପରେ ମଧ୍ୟ ରକ୍ତକୁ ଜମାଟ କରିବା ପାଇଁ ଦିଏ ନାହିଁ ଏବଂ ଝାଳକୁ ବୁହାଇ ତାକୁ ଠିକ୍ କରିବା ପାଇଁ ସାହାର୍ଯ୍ୟ କରେ । ଗାଜରରେ ଥିବା ଭିଟାମିନ C ଘା’କୁ ଠିକ୍ କରିବା ସହିତ ହାଡକୁ ବି ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ।

4. କ୍ୟାନସର ହେବା ଆରମ୍ଭରେ ଗାଜର ଜୁସ୍ ଯଦି ପିଇବେ ତାହେଲେ ଏଥିରେ କେରଟେନୋଇଡ ନାମକ ଏକ ଖାସ ତତ୍ତ୍ୱ ପ୍ରଷ୍ଟେଟ୍, କୋଲୋନ ଏବଂ ସ୍ତନ କ୍ୟାନସରରେ ଲଢ଼ିବା ପାଈଁ ବହୁତ ଭଲ ଏବଂ ମୁଖ୍ୟ ବୋଲି ଧରି ନିଆଯାଇଛି ।

5. ଗାଜର ଖାଇଲେ ଲିଭର୍ ସଫା ହୋଇଥାଏ ଏବଂ ଶରୀରରେ ସୃଷ୍ଟି ହେଉଥିବା ବିଭିନ୍ନ ପ୍ରକାରର ବିଷ, ଗାଜର ଜୁସ୍ ପିଇଲେ ବାହାରକୁ ବାହାରି ଯାଏ । ଏହି ଜୁସ୍ ପିଇଲେ ଲିଭରକୁ ଶକ୍ତି ମିଳିଥାଏ ଏବଂ କାମ କରିବାରେ କ୍ଷମତା ବି ମିଳିଥାଏ ।

6. ଏହି ଜୁସ୍ ଗର୍ଭସ୍ଥା ସମୟରେ ସେବନ କରିଲେ ବହୁତ ଭଲ ଏବଂ ଲାଭକାରୀ ହୋଇଥାଏ । ଏହାର ପ୍ରୟୋଗରେ ପିଲା ଏବଂ ମା ଦୁହେଁ ସୁସ୍ଥ ହୁଅନ୍ତି । ଏଥିପାଇଁ ଗର୍ଭସ୍ଥାରେ ମା କୁ ପ୍ରତିଦିନ ଗାଜର ଜୁସ୍ ପିଇବା ଦରକାର ।

7. ଯଦି ଆପଣ ଓଜନ କମ କରିବା ପାଇଁ ଚାହାନ୍ତି ତାହେଲେ ଗାଜର ଜୁସ୍ ବହୁତ ଳାଭକାରି ହୋଇଥାଏ, ଏହାକୁ ଖାଇଲେ କିମ୍ବା ଏହାର ଜୁସ୍ ପିଇଲେ କେଲରି ମାତ୍ରା କମ ହୁଏ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା comment କରି ଜଣାନ୍ତୁ ।