ଏହି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ରୂପରେ ମିଳୁଛି ଟଙ୍କା ଏବଂ ଗହଣା ।

Spread the love

ହିନ୍ଦୁମାନଙ୍କ ସବୁଠୁ ବଡ଼ ପର୍ଵ ହେଉଛି ଦୀପାବଳୀ । ଏହି ପର୍ଵରେ ମାଆ ଲକ୍ଷ୍ମୀ ଓ ଗଣେଶଙ୍କ ପୂଜା କରାଯାଇଥାଏ, ଯାହାଫଳରେ ଘରେ ସୁଖ ଓ ସମୃଦ୍ଧି ଭରି ହୋଇଯାଏ । ଲକ୍ଷ୍ମୀଙ୍କ ପୂଜା ସମୟରେ ଭକ୍ତମାନେ ତାଙ୍କୁ ସୁନାରୁପା ଭେଟ ଦିଅନ୍ତି । ଭକ୍ତମାନେ ମନ୍ଦିରରେ ଫଳ, ଫୁଲ, ସୁନାରୁପା ଇତ୍ୟାଦି ଭେଟ କରନ୍ତି । କିନ୍ତୁ ଆପଣ କେବେ ମଧ୍ୟ ଶୁଣି ନଥିବେ, କୌଣସି ମନ୍ଦିରରେ ପ୍ରସାଦରେ ଟଙ୍କା, ସୁନାରୁପା ଦିଆଯାଏ । ଏପରି ଏକ ମନ୍ଦିର ଅଛି, ଯେଉଁଠି ଭକ୍ତଙ୍କୁ ପ୍ରସାଦରେ ଟଙ୍କା ଓ ଗହଣା ମିଳିଥାଏ ।

ଆମେ କହୁଛୁ; ମଧ୍ୟପ୍ରଦେଶରେ ଥିବା ରତଲାମର ମାଣକଚେକ ସ୍ଥିତ ପ୍ରାଚୀନ ମହାଲକ୍ଷ୍ମୀ ମନ୍ଦିରର; ଯେଉଁଠି ଭକ୍ତମାନେ ଥାଳିରେ ଟଙ୍କା ଓ ଗହଣା ସଜାଇ ଆଣିଥାନ୍ତି ଓ ମାତାଙ୍କ ଚରଣରେ ଭେଟ ରୂପରେ ଚଢାଇ ଦିଅନ୍ତି । ମନ୍ଦିରରେ ମାଆ ଲକ୍ଷ୍ମୀଙ୍କୁ ଭକ୍ତଙ୍କ ଦ୍ୱାରା ଅଣା ଯାଇଥିବା ଟଙ୍କା ଓ ଗହଣାକୁ ସଜ୍ଜିତ କରାଯାଏ । ଦୀପାବଳି ସରିବା ପରେ ପ୍ରସାଦ ରୂପରେ ଗହଣା ଓ ଟଙ୍କାକୁ ଭକ୍ତଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ ।

ମନ୍ଦିରକୁ ଧନତେରେସ ଦିନ ଟଙ୍କା ଓ ଗହଣାରେ ସଜାଇ ଦିଆଯାଏ ଓ ଏହା ଦୀପାବଳି ପର୍ଯ୍ୟନ୍ତ ସଜାଇ ରଖା ଯାଇଥାଏ । ଗତ ବର୍ଷ ଶ୍ରଦ୍ଧାଳୁମାନେ ଏତେ ପରିମାଣରେ ଟଙ୍କା ଓ ଗହଣା ରଖିଥିଲେ ଯେ, ମନ୍ଦିରରେ ଟଙ୍କା ଓ ଗହଣାକୁ ରଖିବା ପାଇଁ ଜାଗା ନଥିଲା । ଏହି ତିନି ଦିନ ସାରା ଦେଶରୁ ହଜାର ହଜାର ସଂଖ୍ୟାରେ ଭକ୍ତ ମନ୍ଦିରର ସୌନ୍ଦର୍ଯ୍ୟ ଦେଖିବା ପାଇଁ ଆସିଥାନ୍ତି । ମନ୍ଦିରରେ ହୀରା, ନୀଳା, ମୋତି, ମାଣିକ, ସୁନାରୁପାର ଆଭୂଷଣ, ଟଙ୍କାରେ ଭରି ହୋଇଯାଏ । ଦୀପାବଳି ପରେ ଭକ୍ତଙ୍କ ଦ୍ୱାରା ସମର୍ପିତ ଏହି ସବୁ ଗହଣା ଓ ଟଙ୍କାକୁ ପୁଣି ଥରେ ଭକ୍ତଙ୍କୁ ଫେରାଇ ଦିଆଯାଏ ।

କହିବା ପାଇଁ ଚାହୁଁଛୁ; ଭକ୍ତମାନେ ଯେଉଁ ଟଙ୍କା ଓ ଗହଣା ଭେଟ କରିଥାନ୍ତି; ସେହି ଭେଟକୁ ରେଜିଷ୍ଟ୍ରର କରି ରଖାଯାଏ । ଭକ୍ତଙ୍କ ମାନ୍ୟତା ରହିଛି; ମନ୍ଦିରରେ ଟଙ୍କା ଓ ସୁନାରୁପା ଭେଟ କରିବା ଦ୍ୱାରା ସେମାନଙ୍କ ଘରେ ମାତା ଲକ୍ଷ୍ମୀଙ୍କ କୃପା ବଜାୟ ରହିଥାଏ ।