ଏହି ତିଥିରେ ସନ୍ତାନ ଜନ୍ମହେବା ଅଶୁଭ ବୋଲି କୁହାଯାଏ, ଜୀବନସାରା ଅପମାନିତ ହେବାକୁ ପଡ଼ିଥାଏ ।

Spread the love

ଜନ୍ମ ମୃତ୍ୟୁ ଗୋଟିଏ ଟଙ୍କାର ଦୁଇଟି ପାର୍ଶ୍ଵ ସଦୃଶ । ଅର୍ଥାତ ଧାରିତ୍ରି ବକ୍ଷରେ ମାନବ ହେଉ, ଦାନବ ହେଉ ଅବା ଭଗବାନ ଯିଏ ମଧ୍ୟ ଜନ୍ମ ନିଅନ୍ତି, ଦିନେ ନା ଦିନେ ମୃତ୍ୟୁବରଣ କରନ୍ତି । ଆଜିର ଏହି ଅନୁଛେଦଟି ଠିକ ସେହିପରି କିଛି ତଥ୍ୟ ଉପରେ ଆଧାରିତ ।

କାହାର ଜନ୍ମ ଓ ମୃତ୍ୟୁ କେବେ ହେବ ତାହାର ନିର୍ଧାରଣ ସ୍ୱୟଂ ଈଶ୍ୱର କରନ୍ତି । କିନ୍ତୁ ଏହା ସତ୍ତ୍ୱେ ଭୌତିକ ଜଗତରେ ଯେତେବେଳେ କୌଣସି ପିଲା ଜନ୍ମ ହୋଇଥାନ୍ତି, ଜନ୍ମର ସମୟ ଓ ସେହି ସମୟର ଗ୍ରହ-ନକ୍ଷତ୍ରର ଆଧାରରେ କୁଣ୍ଡଳୀ କରାଯାଇଥାଏ ଓ ଏହାର ଆଧାରରେ ସେହି ପିଲାର ଭବିଷ୍ୟତ ଅନୁମାନ କରାଯାଇଥାଏ । ସେହି ତିଥିର ପ୍ରଭାବ ମଧ୍ୟ ଜନ୍ମ ହୋଇଥିବା ପିଲା ଉପରେ ପଡ଼ିଥାଏ । ଏଭଳି ଏକ ତିଥି ଅଛି ଯେତେବେଳେ କି ସେହି ସମୟରେ ସନ୍ତାନଟି ଜନ୍ମ ହେଲେ ଅଶୁଭ ବୋଲି କୁହାଯାଇଥାଏ । ଆସନ୍ତୁ ସେହି ବିଷୟରେ ସମ୍ପୁର୍ଣରୂପେ ଜାଣିବା ।

ପ୍ରତ୍ୟେକ ମାସରେ ଗୋଟିଏ ଦିନ ଅମାବାସ୍ୟା ଆସିଥାଏ ଓ ଏହି ଦିନ ଚନ୍ଦ୍ର ଦେଖାଯାଇ ନଥାଏ । ଶାସ୍ତ୍ରରେ ଅମାବାସ୍ୟାକୁ ନକରାତ୍ମକର ଉର୍ଜ୍ଜା କୁହାଯାଇଥାଏ । ଏହି ଦିନରେ ନକରାତ୍ମକ ଉର୍ଜ୍ଜା ଶକ୍ତିର ପ୍ରଭାବ ଅଧିକ ଥାଏ । ଏହି ଦିନରେ ଜନ୍ମ ହେବା ପିଲାର କୁଣ୍ଡଳୀରେ ଚନ୍ଦ୍ର ଓ ସୂର୍ଯ୍ୟ ଗୋଟିଏ ହିଁ ଘରେ ଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ସୂର୍ଯ୍ୟ ଓ ଚନ୍ଦ୍ର ଦୁହେଁ କୁଣ୍ଡଳୀର ସପ୍ତମ ଭାଗରେ ଥାଏ, ତେବେ ସେହି ପିଲାକୁ ଜୀବନସାରା ଅପମାନିତ ହେବାକୁ ପଡ଼ିଥାଏ ଓ ସେହି ପିଲାକୁ ନିଜ ପରିବାରଙ୍କ ଠାରୁ ମଧ୍ୟ ସମ୍ମାନ ମିଳିନଥାଏ । ଅମାବାସ୍ୟା ତିଥିରେ ଜନ୍ମ ହୋଇଥିବା ପିଲା ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ଅଧିକ ପଡ଼ିଥାଏ ଓ ସେହିପରି ପିଲାଙ୍କ ସ୍ଵଭାବ ଅପରାଧୀଙ୍କ ପ୍ରକୃତିର ହୋଇଥାଏ । ଏଥିଯୋଗୁଁ ଅମାବାସ୍ୟା ଦିନ ପିଲା ଜନ୍ମହେଲେ ଅଶୁଭ ବୋଲି କୁହାଯାଇଥାଏ ।