ଯଦି ଆପଣ ପୂଜାରେ ପାନ ପତ୍ର ବ୍ୟବହାର କରୁଛନ୍ତି, ତେବେ ଏହି କଥା ଗୁଡ଼ିକୁ ନିଶ୍ଚୟ ଧ୍ୟାନ ରଖନ୍ତୁ, ନଚେତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

Spread the love

ଯେତେବେଳେ ଲୋକମାନେ କୌଣସି ସଂକଟ ବା ଅସୁବିଧାର ସମ୍ମୁଖୀନ କରିଥାନ୍ତି, ସେତେବେଳେ ସେମାନେ ଭଗବାନଙ୍କ ଆଗରେ ହାତ ଯୋଡ଼ି ଥାଆନ୍ତି । ସମସ୍ତେ ଏଭଳି କରନ୍ତି ନାହିଁ କିନ୍ତୁ ଅଧିକାଂଶ ଲୋକମାନେ ଏଭଳି ହିଁ କରିଥା’ନ୍ତି । ଅଧିକାଂଶ ଲୋକମାନେ ନିଜର ଅଭାବ, ଅସୁବିଧା ଅଥଚ ଆର୍ଥିକ ସଙ୍କଟ ବା ଗରିବ ପରିସ୍ଥିତିକୁ ଦୁରେଇବା ପାଇଁ ଭିନ୍ନ-ଭିନ୍ନ ପ୍ରକାରର ପୂଜା କରନ୍ତି । ଅନେକ ଥର ସେମାନଙ୍କର ପୂଜା ମଧ୍ୟ ସଫଳ ହୋଇଯାଇଥାଏ ଓ ସେମାନଙ୍କୁ ସଙ୍କଟ ବା ଗରିବ ପରିସ୍ଥିତି ଠାରୁ ମୁକ୍ତି ମଧ୍ୟ ମିଳି ଯାଇଥାଏ । ଆମ ହିନ୍ଦୁ ଧର୍ମରେ ଲୋକମାନେ ଭିନ୍ନ ଭିନ୍ନ ପୂଜା-ପାଠ କରିଥାନ୍ତି କିନ୍ତୁ କେତେକ ଲୋକମାନେ ପୂଜା କରିବା ସମୟରେ ପାନ ପତ୍ର ବ୍ୟବହାର କରିଥାନ୍ତି; ଯାହାକି ବହୁତ ଶୁଭ ବୋଲି କୁହାଯାଇଥାଏ । କିନ୍ତୁ ଅସୁବିଧା ସେତେବେଳେ ସୃଷ୍ଟି ହୋଇଥାଏ, ଯେତେବେଳେ ପୂଜା କରୁଥିବା ସମୟରେ ପାନ ପତ୍ରର ବ୍ୟବହାର ଠିକ୍ ବିଧିରେ ହୋଇନଥାଏ । ଏହି କାରଣ ଯୋଗୁଁ ପୂଜା ପୂର୍ଣ୍ଣ ରୂପେ ସଫଳ ହୋଇପାରି ନଥାଏ ।

ଏଭଳି ସ୍ଥିତିରେ ଏ ବିଷୟରେ ଜାଣିବା ନିହାତି ଆବଶ୍ୟକ କି ପୂଜା କରିବା ସମୟରେ ପାନ ପତ୍ରର କେତେବେଳେ ଓ କେଉଁ ଭଳି ବିଧିରେ କରିବା ଉଚିତ । ନଚେତ ଶୁଭ ବଦଳରେ କୁପ୍ରଭାଵ ପଡ଼ିପାରେ । ଚାଲନ୍ତୁ ଆଜି ଆମେ ଜାଣିବା, ପୂଜା କରିବା ସମୟରେ ପାନ ପତ୍ରକୁ କିଭଳି ବ୍ୟବହାର କରିବା ଉଚିତ ଓ କେଉଁ କଥା ଗୁଡ଼ିକୁ ଧ୍ୟାନ ରଖିବା ଆବଶ୍ୟକ ।

ପୂଜା କରିବା ସମୟରେ ପାନ ପତ୍ରର ବ୍ୟବହାର –

● ଏହା ତ’ ଆମେ ସମସ୍ତେ ଜାଣିଛେ, ହିନ୍ଦୁ ଧର୍ମରେ କୌଣସି ମଧ୍ୟ ଶୁଭ କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ଭଗବାନ ଗଣେଶଙ୍କ ପୂଜା କରାଯାଇଥାଏ । ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଗଣେଶଙ୍କ ପୂଜା କରିବା ସମୟରେ ପାନ ପତ୍ର ବ୍ୟବହାର କରିବା ଉଚିତ । ପାନ ପତ୍ରରେ କେଶର ରଖି କରି ପୂଜା କରିବା ଆବଶ୍ୟକ । କୁହାଯାଏ କି, ଏଭଳି କରିଲେ ଭଗବାନ ଗଣେଶ ପ୍ରସନ୍ନ ହୋଇଥାନ୍ତି । ଏହା ଦ୍ୱାରା ପୂଜା କରୁଥିବା ବ୍ୟକ୍ତିର ସବୁ ମନୋସ୍କାମନା ପୂରଣ ହୋଇଥାଏ ।

● ଯଦି ଆପଣ ପୂଜା କରୁଥିବା ସମୟରେ ପାନ ପତ୍ରର ବ୍ୟବହାର କରୁଛନ୍ତି; ତେବେ ବିଶେଷ ରୂପେ ଏହି କଥା ଉପରେ ଧ୍ୟାନ ରଖିବେ, ଯେଭଳି କି ପତ୍ରର କେଉଁଠି ମଧ୍ୟ ଛେଦ ନ ହୋଇଥିବା ଦରକାର ।

● ଯେଉଁ ଲୋକଙ୍କ ଦୃଷ୍ଟି ଦୋଷ ସମସ୍ୟା ଥାଏ, ସେମାନଙ୍କୁ ପାନ ପତ୍ରରେ ଗୋଲାପ ଫୁଲର ୭ଟି ପାଖୁଡା ରଖି ଖାଇବାକୁ ଦିଅନ୍ତୁ; ଏହାଦ୍ୱାରା ଦୃଷ୍ଟି ଦୋଷର ସମସ୍ୟା ସମାପ୍ତ ହୋଇଯାଏ ।

● ଯଦି ଆପଣ ଘରର ମୁଖ୍ୟଦ୍ୱାରରେ ପାନ ପତ୍ର ଲଗାଇଥାନ୍ତି, ଏହା ବହୁତ ଶୁଭ ବୋଲି ମାନ୍ୟତା ରହିଛି ଓ ଏହାଦ୍ୱାରା ଘରର ସବୁ ନକରାତ୍ମକ ଉର୍ଜ୍ଜା ସମାପ୍ତ ହୋଇଯାଏ ।