ସକାଳେ ଚାକରାଣୀ କାମ ଏବଂ ରାତିରେ …..

Spread the love

ପୂର୍ବ ଦିଲ୍ଲୀର ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀ, ଆନନ୍ଦ ବିହାରର ଜଣେ ମହିଳାଙ୍କୁ ନେଇ ଆଜିକାଲି ଏଠାକାର ଲୋକେ ଭୟଭିତ ଅଛନ୍ତି । ଏହି ମହିଳାଙ୍କ ଉପରେ ଆରୋପ ଲଗାଯାଇଛି ଯେ, ସେ ଦିନ ସାରା ଲୋକଙ୍କ ଘରେ କାମ କରନ୍ତି ଏବଂ ରାତିରେ ଲୋକଙ୍କ ଘରରୁ ଲୁଟିବା ଭଳି ଘୃଣ୍ୟ ଜନକ କାର୍ଯ୍ୟ କରୁଛନ୍ତି । ପୋଲିସ ପାଖରେ ଘଟଣା ପହଞ୍ଚିବା ପରେ ପୋଲିସ ମହିଳାଙ୍କୁ ଖୋଜିବାରେ ଲାଗି ପଡିଥିଲା, ଶେଷରେ ମହିଳା ଜଣକ ପୋଲିସ ହାତରେ ଧରା ପଡିଥିଲା ।

ଆନନ୍ଦ ବିହାରର ଘରଗୁଡିକରେ ମହିଳା ଜଣଙ୍କ କାମ କରୁଥିଲେ :

ପୋଲିସ କହିଛି ଆରୋପୀ ମହିଳାଙ୍କ ନାମ ହେଉଛି; ରେଶମା ପ୍ରବୀଣ । ସେ ଦିଲ୍ଲୀର ଆନନ୍ଦ ବିହାର ଅଂଚଳରେ ଲୋକଙ୍କ ଘରେ ଚାକରାଣୀ କାମ କରନ୍ତି । କାହାକୁ କୌଣସି ସନ୍ଧେହ ନ ହେବା ପାଇଁ ଏହି ମହିଳା ଜଣକ ଚୁପଚାପ ରହୁଥିଲେ । ନିଜ ଚାକରାଣୀ କାମ ଶେଷ ହେବା ନିଜର ବେଶ ବଦଳାଇ ଲୁଟେରା କାମ କରୁଥିଲା, ଏହି ମହିଳା । ଓଢଣୀରେ ନିଜ ମୁହଁକୁ ଲୁଚାଇ, ନିଜର ଜଣେ ସାଥୀଙ୍କ ସହ ଦୁଇଚକିଆ ଯାନରେ ବସି ଲୁଟିବା କାମରେ ବାହାରି ଯାଉଥିଲେ ।

ବହୁତ ମାସରୁ ଲୁଟିବା କାର୍ଯ୍ୟ କରୁଥିଲେ ଏହି ମହିଳା, ଜାଣନ୍ତୁ କିପରି ଧରା ପଡ଼ିଥିଲେ :

ରେଶମା ଯେଉଁ ଘର ଗୁଡିକରେ ଚାକରାଣୀ କାମ କରୁଥିଲା; ସେହି ଘର ଗୁଡିକୁ ହିଁ ନିଜ ଲୁଟ୍ ଯ ଶିକାର ବନାଉଥିଲା । ସେ, ସେହି ଘର ଗୁଡିକରୁ ସୁନା ଚେନ୍ ଏବଂ ଟଙ୍କା ଲୁଟୁ ଥିଲା । ସୋମବାର ଦିନ ସେ ଧରା ପଡି ଯାଇଥିଲେ । ସେ, ବାହାର ରାଜ୍ୟର ଜଣେ ବ୍ୟକ୍ତିକୁ ଲୁଟିବା ପାଇଁ ଚେଷ୍ଟା କରୁଥିବା ସମୟରେ ପୋଲିସ ତାକୁ ଧରି ଦେଇଥିଲା । ପରେ ରେଶମ ସହ ମିଶି ଲୁଟିବା କାର୍ଯ୍ୟ କରୁଥିବା ବ୍ୟକ୍ତି (ଗୁଡ୍ଡୁ)କୁ ମଧ୍ୟ ପୋଲିସ ଗିରଫ କରି ନେଇଛି ।