ସକାଳୁ ସଞ୍ଜ ଯାଏଁ ମାଦକ ଦ୍ରବ୍ୟର ନିଶାରେ ବୁଡି ରହୁଥିଲେ ଏହି ଅଭିନେତ୍ରୀମାନେ ! ସବୁଦିନ ଗୋଟିଏ ପେକ ପିଇଲେ ହିଁ ସକାଳୁ ତାଙ୍କ ଆଖି ଖୋଲୁଥିଲା ।

Spread the love

ବଲିଉଡ଼ ଚଳଚ୍ଚିତ୍ରର ଏହି ଅଭିନେତ୍ରୀମାନେ ଦିନ ରାତି ମାଦକ ଦ୍ରବ୍ୟ ସେବନ କରି ନିଜର କ୍ୟାରିୟରକୁ ନଷ୍ଟ କରି ଦେଇଛନ୍ତି ।

ମଦ୍ୟ ପାନ ବହୁତ ଖରାପ ଅଟେ । ଏହାର ଅଭ୍ୟାସ ଯଦି କାହାକୁ ହୋଇଯାଏ; ତେବେ ସେ କେବେଳ ନିଜ ସାଥିରେ ନିଜ କ୍ୟାରିୟରକୁ ମଧ୍ୟ ଖରାପ କରିଦିଏ । ଚଳଚ୍ଚିତ୍ରରେ କାମ କରୁଥିବା କେତେ ଗୁଡ଼ିଏ ଅଭିନେତା ଏବଂ ଅଭିନେତ୍ରୀଙ୍କ ସହିତ ମଧ୍ୟ ଏମିତି ହିଁ କିଛି ଘଟିଛି । ଯେଉଁଠାରେ କି କେତେଜଣ ସର୍ବଦା ମଦ ନିଶାରେ ହିଁ ରହିଥାନ୍ତି ଓ ଏହି କାରଣରୁ ସେମାନଙ୍କର କ୍ୟାରିୟର ମଧ୍ୟ ନଷ୍ଟ ହୋଇଯାଇଛି । ଏଠାରେ ଆଜି ଆମେ ବଲିଉଡ଼ର କିଛି ଅଭିନେତ୍ରୀଙ୍କ ବିଷୟରେ ଆଲୋଚନା କରିବା ଯେଉଁମାନେ କି ନିଜ ଜୀବନରେ ବହୁତ କିଛି ହରାଇଛନ୍ତି ଏବଂ ଯେତିକି ଲୋକପ୍ରିୟତା ପାଇବା ପାଇଁ ପରିଶ୍ରମ କରିଥିଲେ ସେ ସବୁକିଛି ବହୁତ ସହଜରେ ତାଙ୍କ ଠାରୁ ଦୂରକୁ ଚାଲିଗଲା । ସକାଳ ସଞ୍ଜ ଯାଏଁ କେବଳ ମଦ ନିଶାରେ ହିଁ ବୁଡି ରହୁଥିଲେ ଏହି ଅଭିନେତ୍ରୀମାନେ, ଏମାନଙ୍କ ମଧ୍ୟରୁ ଆପଣଙ୍କ କେହି କଣ ପ୍ରିୟ ଅଟନ୍ତି କି ?

ସକାଳ ସଞ୍ଜ ଯାଏ କେବଳ ମଦ୍ୟର ନିଶାରେ ହିଁ ବୁଡି ରହୁଥିଲେ ଏହି ଅଭିନେତ୍ରୀମାନେ :

ବଲିଉଡ଼ରେ ବହୁତଗୁଡ଼ିଏ ସୁନ୍ଦରୀ ଅଭିନେତ୍ରୀ ଅଛନ୍ତି; ଯେଉଁମାନେ କି ନିଜର ଅଭିନୟ ଓ ସୁନ୍ଦରତା ବଳରେ କୋଟି କୋଟି ଲୋକଙ୍କ ହୃଦୟରେ ବାସ କରିଛନ୍ତି ଏବଂ ଆଉ କେତେକ ଅଭିନେତ୍ରୀ ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ନିଜ ବ୍ୟକ୍ତିଗତ ଜୀବନର ଖବର ପାଇଁ ମଧ୍ୟ ଚର୍ଚ୍ଚାର ବିଷୟ ରହନ୍ତି । ତେବେ ଚାଲନ୍ତୁ ଜାଣିବା କିଏ ସେହି ଅଭିନେତ୍ରୀମାନେ ଯେଉଁମାନେ କି ମଦର ନିଶାରେ ନିଜ କ୍ୟାରିୟରକୁ ମଧ୍ୟ ନଷ୍ଟ କରି ଦେଇଥିଲେ ।

ରାକ୍ଷୀ :

୭୦-୮୦ ଦଶକରେ ରାକ୍ଷୀ ନିଜ ଅଭିନୟ ବଳରେ ସମସ୍ତଙ୍କ ହୃଦୟକୁ ଜିଣି ପାରିଥିଲେ । ତାଙ୍କୁ ଆଜି ମଧ୍ୟ ଦର୍ଶକ ବହୁତ ପସନ୍ଦ କରନ୍ତି ଓ ତାଙ୍କର କେତେଗୁଡିଏ ଚରିତ୍ର ପ୍ରସିଦ୍ଧ ମଧ୍ୟ ହୋଇଛି । ରାକ୍ଷୀ “କଭି କଭି”, “ତପସ୍ୟା”, “ଦାଗ”, “ଜୀବନ ମୃତ୍ୟୁ”, “ଶର୍ମିଲି”, “ବର୍ଷାତ କି ଏକ ରାତ”, “କାଲା ପଥର”, “କରନ-ଅର୍ଜୁନ”, “ମୁକଦର କା ସିକନ୍ଦର”, “ରାମ ଲଖନ”, “ଦୁସରା ଆଦମୀ”, “ଲାଲ ପଥର”, “କସମେ ବାଦେ”, “ବାଜିଗର”, “ବୋର୍ଡର”, “ତ୍ରିଶୂଳ”, ଓ “ବାଦଶାହ” ପରି ସଫଳ ଚଳଚ୍ଚିତ୍ର ଗୁଡ଼ିକରେ କାମ କରିଛନ୍ତି । ସେ ଗୀତିକାର ଗୁଲଜାରଙ୍କ ସହିତ ବିବାହ କରିଥିଲେ କିନ୍ତୁ ତାଙ୍କର ଗୋଟିଏ ମଧ୍ୟ ଶିଶୁ ଜନ୍ମ ହୋଇ ନ ଥିଲା ଓ ଏମାନେ କିଛି ସମୟ ଅଲଗା ମଧ୍ୟ ରହୁଥିଲେ । ରାକ୍ଷୀ ଏହି ଦୁଃଖରେ ନିଜକୁ ମଦ ନିଶାରେ ନଷ୍ଟ କରି ଦେଇଥିଲେ । ଏହା ଦ୍ୱାରା ତାଙ୍କ କ୍ୟାରିୟର ମଧ୍ୟ ଖରାପ ହୋଇଯାଇଥିଲା କିନ୍ତୁ ଏବେ ସେ ନିଜ ସ୍ୱାମୀଙ୍କ ସହିତ ରହୁଛନ୍ତି ।

ଅମିଷା ପଟେଲ :

୨୦୦୦ ମସିହାରେ ଚଳଚ୍ଚିତ୍ର “କହୋ ନା ପ୍ୟାର ହେ” ଓ “ଗଦର ଏକ ପ୍ରେମ କଥା” ଦ୍ୱାରା ନିଜ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଅମିଷା ପଟେଲଙ୍କ କ୍ୟାରିୟର ମଧ୍ୟ ବହୁତ ସମୟ ପାଇଁ ଚାଲି ପାରିନଥିଲା । ସେ ହମରାଜ, କ୍ୟା ୟହି ପ୍ୟାର ହେ, କ୍ରାନ୍ତି ପରି କିଛି ଚଳଚ୍ଚିତ୍ର ମାନଙ୍କରେ କାମ କରିଛନ୍ତି କିନ୍ତୁ ପରେ ମଦ୍ୟପାନ ପରି ଖରାପ ଅଭ୍ୟାସର ଶିକାର ହେଲେ । ଆପଣ ମାନଙ୍କୁ ଜଣାଇ ଦେଉଛୁ ଯେ, ଅମିଷା ପଟେଲଙ୍କୁ ମଧ୍ୟ ମାଦକ ଦ୍ରବ୍ୟ ସେବନ କରିବାର ଖରାପ ଅଭ୍ୟାସ ରହିଛି ଓ ତାଙ୍କୁ କେତେଗୁଡିଏ ପାର୍ଟି ଓ ଉତ୍ସବରେ ମଧ୍ୟ ମଦ୍ୟପାନ କରୁଥିବାର ଦେଖାଯାଇଛି ।

ମନୀଷା କୋଇରାଲା :

୯୦ ଦଶକରେ ଖାମୋଶୀୟା, ଅଚାନକ, ଦିଲ ସେ, ମନ, ବମ୍ବେ ପରି ସଫଳ ଚଳଚ୍ଚିତ୍ର ଗୁଡ଼ିକରେ କାମ କରିଥିବା ଅଭିନେତ୍ରୀ ମନୀଷା କୋଇରଲା ନେପାଳର ବାସିନ୍ଦା ଅଟନ୍ତି । କିନ୍ତୁ ସେ ନିଜର ପରିଚୟ ବଲିଉଡ଼ରେ ତିଆରି କଲେ ଏବଂ ତାଙ୍କୁ ଲୋକେ ମଧ୍ୟ ପସନ୍ଦ କଲେ କିନ୍ତୁ ସେ କର୍କଟ ପରି ଗୁରୁତର ରୋଗରେ ପୀଡିତ ହେଲେ ଯାହାର ଦୁଃଖରେ ତାଙ୍କୁ ମଦ୍ୟପାନର ଅଭ୍ୟାସ ହୋଇ ଯାଇଥିଲା । ନିଜ ଭାଗ୍ୟବଳରେ ମନୀଷା କୋଇରାଲା କର୍କଟ ପରି ରୋଗକୁ ମଧ୍ୟ ସାହସର ସହିତ ସାମନା କଲେ ଓ ଜିତି ମଧ୍ୟ ଗଲେ । କିନ୍ତୁ ସେହି ସମୟରେ ତାଙ୍କ ସ୍ୱାମୀ ତାଙ୍କର ହାତ ଛାଡି ଦେଇଥିଲେ । ସେଥିପାଇଁ ସେ ପୁଣିଥରେ ମଦ ନିଶାରେ ବୁଡି ଯାଇଥିଲେ ଓ ତାଙ୍କର କ୍ୟାରିୟର ମଧ୍ୟ ଶେଷ ହୋଇ ଯାଇଥିଲା । ତାଙ୍କର ଏହି ଅଭ୍ୟାସ ଦ୍ୱାରା ସେ ନିଜ ଚେହେରାକୁ ମଧ୍ୟ ଖରାପ କରି ଦେଇଛନ୍ତି ।