ମଧ୍ୟ ରାତ୍ରରେ ଝିଅଟି ନିଜ ପ୍ରେମିକ ସହ ଭେଟିବା ପାଇଁ ଯାଉଥିଲା । କଣ ସବୁ ଘଟିଥିଲା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ ।

Spread the love

ଅପରାଧର ବଢୁଥିବା ହାତ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଧରିବାରେ ଲାଗିଛି । ନିକଟରେ ରାଞ୍ଚି ସହରର ଘଟଣା ସାରା ସୁବାରେ ଆତଙ୍କ ଖେଳାଇ ଦେଇଥିଲା । ଏହି ଘଟଣା ରାଞ୍ଚିର ଅଞ୍ଜଳି ଆତ୍ମହତ୍ୟା ଘଟଣା ଅଟେ, ଏହି ଘଟଣାରେ ଆରୋପୀ ମାନେ ପୋଲିସକୁ ଗୁମରାହ କରିବା ପାଇଁ ଚେଷ୍ଟା କରିଥିଲେ । ଅଞ୍ଜଳୀର ମୃତ୍ୟୁ ପଛରେ ଦୁଇ ଦୁଇଟି କାହାଣୀ ସାମ୍ନାକୁ ଆସିଛି । ଯାହାପରେ କାନୁନ ମଧ୍ୟ ସ୍ତବ୍ଧ ହୋଇଯାଇଛି ଯେ, କିପରି ଏହି ଘଟଣାକୁ ଯାଞ୍ଚ କରାଯିବ । ପୋଲିସ ସାମ୍ନାରେ ଗୋଟିଏ ପଟେ ଅଞ୍ଜଳୀର ପିତାଙ୍କ ବୟାନ ଥିଲା ଓ ଅନ୍ୟ ପଟେ ଆରୋପୀ ଫରହାନର ଭାଇର ବୟାନ ଥିଲା ।

ଅଞ୍ଜଳୀଙ୍କ ପିତାଙ୍କ କହିବା ଅନୁସାରେ ଝିଅ ସହ ଶାରୀରିକ ସମ୍ବନ୍ଧ ରଖି ଧର୍ମ ପରିବର୍ତ୍ତନ କରିବା ପାଇଁ ଷଢ଼ଯନ୍ତ୍ର ରଚା ଯାଇଥିଲା । ଦ୍ୱିତୀୟ ପକ୍ଷରେ ଆରୋପୀ ଫରହାନର ଭାଇର ବୟାନ ହେଉଛି, ଅଞ୍ଜଳି ସ୍ୱ-ଇଛାରେ ଫରହାନ ସହ କେବଳ ଶାରୀରିକ ସମ୍ବନ୍ଧ ରଖିବା ଆଳରେ ଆସୁଥିଲା ଏବଂ ପୁଅର ଘର ଲୋକେ ସର୍ବଦା ଦୁହିଁଙ୍କୁ ଏହି ବିଷୟରେ ନିବୃତ ରହିବା ପାଇଁ କହୁଥିଲେ । କିନ୍ତୁ ଯଦି ଅଞ୍ଜଳି ନିଜ ପ୍ରେମିକ ସହ ଭେଟିବା ପାଇଁ ଯାଉଥିଲା, ତେବେ ଅଞ୍ଜଳୀର ଆତ୍ମହତ୍ୟାର କାରଣ କଣ ହୋଇପାରେ ?ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆସନ୍ତୁ ଘଟଣାକୁ ଭଲ ରୂପେ ଜାଣିବା ।

ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଇଥିଲା :

ଅଞ୍ଜଳିର ପିତାଙ୍କ ନାମ ହେଉଛି ଜାତୀନ୍ଦ୍ର ପ୍ରସାଦ ନାଥ, ସେ ପୋଲିସ ପାଖରେ ପହଞ୍ଚି ଫରହାନ ବିରୁଦ୍ଧରେ ରେପୋର୍ଟ ରଜ୍ଜୁ କରାଇଥିଲେ । ପିତାଙ୍କ ଅନୁସାରେ ସେ ସର୍ବଦା ନିଜ ଝିଅକୁ ସେଣ୍ଟ୍ରାଲ ପ୍ରୋଜେକ୍ଟ ସ୍କୁଲ ଛାଡିବା ପାଇଁ ଯାଉଥିଲେ । ଝିଅର ପିତା ଫରହାନ ଉପରେ ଆରୋପ ଲଗାଇ କହିଛନ୍ତି, ଫରହାନ ତାଙ୍କର ଝିଅକୁ ନିଜର ପ୍ରେମ ଜାଲରେ ଫସାଇ ଦେଇଥିଲା ଏବଂ ପରେ ଅଞ୍ଜଳି ସହ ଶାରୀରିକ ସମ୍ବନ୍ଧ ମଧ୍ୟ ରଖିଥିଲା । କେବଳ ଏତିକି ନୁହେଁ, ପ୍ରେମ ଜିହାଦ ଅନୁସାରେ, ସେ ଅଞ୍ଜଳୀକୁ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରିଥିଲା କିନ୍ତୁ ଝିଅ ନ ମାନିବା କାରଣରୁ ଝିଅକୁ ଶାରୀରିକ ରୂପରେ ପ୍ରତାଡିତ କରିବାରେ ଲାଗିଥିଲା । ଖବର ଅନୁସାରେ, ଏହି ବିଷୟ ପିତାଙ୍କୁ ସାହି ପୋଡଶୀଙ୍କ ଠାରୁ ଜଣା ପଡିଥିଲା । କାରଣ ସମାଜରେ ବଦନାମୀ ଡର କାରଣରୁ ଅଞ୍ଜଳି ଏହି ବିଷୟ ପିତାଙ୍କୁ ଲୁକ୍କାୟିତ କରି ରଖିଥିଲା । ଶେଷରେ ଯେତେବେଳେ ଏହି ସବୁ ବିଷୟର ବୋଝ ଅଞ୍ଜଳି ସହ୍ୟ କରିନପରି ମୃତ୍ୟୁକୁ ଶେଷ ରାସ୍ତା ଭାବି ଆତ୍ମହତ୍ୟା କରି ନେଇଥିଲା ।

ମଧ୍ୟ ରାତ୍ରରେ ଘରକୁ ଯାଉଥିଲା :

ପିତାଙ୍କ ଦ୍ୱାରା ଫରହାନ ବିରୁଦ୍ଧରେ ରିପୋର୍ଟ ଲେଖିବା ପରେ ପୋଲିସ ଫରହାନ ଘରେ ପହଞ୍ଚି ଯାଇଥିଲା । ସେଠାରେ ପୋଲିସକୁ ଫରହାନର ଭାଇ କହିଥିଲା ଫରହାନ ଗାଆଁକୁ ଯାଇଛି କିନ୍ତୁ ଝିଅ ସର୍ବଦା ଫରହାନକୁ ଫୋନ କରୁଥିଲା । ପ୍ରାୟତଃ ମଧ୍ୟ ରାତ୍ରିରେ ସେ ଶାରୀରିକ ସମ୍ବନ୍ଧ ରଖିବା ଇଛାରେ ଆମ ଘରର କବାଟ ବାଡାଉ ଥିଲା । ଏହା ବ୍ୟତୀତ ସେ ପୋଲିସକୁ କହିଥିଲା ଅନେକ ଥର ଝିଅକୁ ବୁଝାଇ ଥିଲେ କିନ୍ତୁ ଅଞ୍ଜଳି ଏଥିରୁ ନିବୃତ ରହିନଥିଲା । ଏହିପରି ପ୍ରତି ରାତିରେ ତାଙ୍କର ଘରର ଚକ୍କର କାଟୁଥିଲା । ଥରେ ଅଞ୍ଜଳି ଫରହାନର ମାଆଙ୍କ ସହ ଫୋନରେ କଥା ହେବା ପାଇଁ କହିଥିଲା । ଫରହାନର ଭାଇ କହିଛି ତାର ମାତାପିତାଙ୍କ ମୃତ୍ୟୁ ହୋଇଯାଇଛି ତେବେ ଏହି ଆରୋପ ସମ୍ପୂର୍ଣ୍ଣ ମିଥ୍ୟ ଅଟେ ।

ଅନ୍ୟପକ୍ଷରେ ଫରହାନ କହିଛି ସେ ନିର୍ଦୋଷ ଅଟେ । ସେ ଏହି ଘଟଣା ଘଟିବା ପୂର୍ବରୁ ହିଁ ମୁଁ ପରିବାର ସହ ଗାଆଁକୁ ଚାଲି ଯାଇଥିଲି । ବର୍ତ୍ତମାନ ଏହି ଘଟଣା ଏକ ରହସ୍ୟ ପାଲଟି ଯାଇଛି । ସମସ୍ତେ ଏହି କଥାରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଯେ, କଣ ପାଇଁ ଅଞ୍ଜଳି ଆତ୍ମହତ୍ୟା କରିଛି । ପୋଲିସ ଘଟଣାର ଯାଞ୍ଚ କରିବାରେ ଲାଗିଛି ଏବଂ ପ୍ରତିଜ୍ଞା କରିଛି ଖୁବ୍ ଶୀଘ୍ର ଅଞ୍ଜଳୀର ପରିବାରକୁ ଅଞ୍ଜଳୀର ମୃତ୍ୟୁର କାରଣ ଜଣାଇବୁ ।