ଅଟଳ ପେନସନ ଯୋଜନା ତିନି ଟଙ୍କାର ନିବେଶରେ ଆପଣଙ୍କୁ ମିଳିପାରିବ ଚବିଶି ହଜାର ତାଙ୍କର ବାର୍ଷିକ ମାସିକ ପେନସନ ।

Spread the love

ମୋଦି ସରକାର ଅଟଳ ଅଟଳ ଯୋଜନାରେ ସମସ୍ତଙ୍କ ପାଇଁ କିଛି ନା କିଛି ଦେଇଛନ୍ତି ଏହା ବିଷୟରେ ବିସ୍ତାରରେ ତଳେ ଦିଆଯାଇଛି ।

ଭାରତ ସରକାର ପ୍ରାୟତଃ ଏହିଭଳି ଯୋଜନା ନେଇ ଆସନ୍ତି, ଯାହା ଜନତାଙ୍କୁ ଫାଇଦା ଦେଇଥାଏ । ଯାହାଫଳରେ ଜନତାଙ୍କୁ ନିଜର ଦୈନଦିନ ଜୀବନରେ ଅସୁବିଧା ଭୋଗିବା ପାଇଁ ପଡି ନ ଥାଏ । ବିଗତ ପାଞ୍ଚ ବର୍ଷ ମଧ୍ୟରେ ମୋଦି ସରକାର ଗୋଟିଏ ନୁହେଁ ଅନେକ ଯୋଜନା ଲୋକଙ୍କ ପାଇଁ ନେଇ ଆସିଛନ୍ତି । ସେହିଗୁଡିକ ମଧ୍ୟରୁ ଅଟଳ ପେନସନ ଯୋଜନା ମାଧ୍ୟମରେ ଆପଣ ନିଜର ବାଧ୍ୟକ୍ୟକୁ ସୁରକ୍ଷିତ କରିପାରିବେ । ବର୍ତ୍ତମାନ ସରକାର ମାସକୁ ୧୦୦୦ ରୁ ୫୦୦୦୦ ପାଇବାର ଗ୍ୟାରେଣ୍ଟି ଦେଉଛନ୍ତି । ଯାହା ୪୦ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ଅଟଳ ପେନସନ ଯୋଜନା ପାଇଁ ଆବେଦନ କରିପାରିବେ । ଏଥିରେ ସବୁଠୁ ବଡ଼ କଥା ହେଉଛି, ଆପଣ ତିନି ଟଙ୍କା ନିବେଶ କରି ବର୍ଷକୁ ଚବିଶି ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ପାଇପାରିବେ । ଆସନ୍ତୁ ଜାଣିବେ ଏହା ବିଷୟରେ ବିସ୍ତାରରେ ।

ତିନି ଟଙ୍କା ନିବେଶ କରି ଆପଣଙ୍କୁ ପାଇପାରିବେ ୨୪ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ପେନସନ :-

ଯଦି ସରକାର ବୟସ ଏବଂ ପେନସନ ଟଙ୍କା ବଢିବାର ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରନ୍ତି, ତେବେ ଏହି ପ୍ଲାନଟିର ଲାଭ ସମସ୍ତେ ଉଠାଇପାରିବେ । ଅଟଳ ପେନସନ ଯୋଜନାର ଲକ୍ଷ୍ୟ ହେଉଛି; ପ୍ରତି ବ୍ୟକ୍ତିର ଖରାପ ସମୟରେ ସାହାଯ୍ୟ ହୋଇପାରିବ । ସ୍କିମ ଅନୁସାରେ ଆକାଉଣ୍ଟରେ ପ୍ରତିମାସରେ କିଛି ଟଙ୍କା ଭରିଲେ, ଅବସର ପରେ ୧ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ମିଳି ପାରିବ । ସରକାର ପ୍ରତି ମାସରେ କେବଳ ୧୨୩୯ ଟଙ୍କା ନିବେଶ ଫଳରେ ୬୦ ବର୍ଷ ବୟସ ପରେ ଆଜୀବନ ୫୦୦୦ ଟଙ୍କା ମାସିକ ମାନେ ୬୦୦୦୦ ଟଙ୍କା ବାର୍ଷିକ ପେନସନର ଗ୍ୟାରେଣ୍ଟି ସରକାର ଦେଉଛନ୍ତି । ଉପଲବ୍ଧ ନିୟମ ଅନୁସାରେ ଯଦି ୧୮ ବର୍ଷ ବୟସରୁ ହିଁ ୫୦୦୦ ଟଙ୍କା ମାସିକ ଯୋଡି ହୁଏ; ତେବେ ଆପଣଙ୍କୁ ୨୧୦ ଟଙ୍କା ମାସିକ ଦେବା ପାଇଁ ପଡିବ । ଏହି ଟଙ୍କା ତ୍ରୟ ମାସିକରେ ଦେଲେ ୬୨୬ ଏବଂ ଛଅ ମାସରେ ଦେଲେ ୧୨୩୯ ଟଙ୍କା ଦେବା ପାଇଁ ପଡିବ । ଅବସର ପରେ ମାସିକ ୧୦୦୦ ଟଙ୍କା ପେନସନ ପାଇବା ପାଇଁ ୧୮ ବର୍ଷ ବୟସରେ ମାସିକ ୪୨ ଟଙ୍କା ମାନେ ଦୈନିକ 1 ଟଙ୍କା 40 ପଇସା ସଞ୍ଚୟ କରି ବାର୍ଷିକ ୧୨୦୦୦ ଟଙ୍କାର ପେନସନ ନେଇ ପାରିବେ । ୮୪ ଟଙ୍କା ମାସିକ ମାନେ 3 ଟଙ୍କା ଦୈନିକ ସଞ୍ଚୟ କରି ୨୪୦୦୦ ଟଙ୍କା ବାର୍ଷିକ ପେନସନ ନେଇପାରିବ ।

ଛୋଟ ବୟସରେ ଏହି ସଞ୍ଚୟ କଲେ ବଡ଼ ଲାଭ ମିଲିଥାଏ :

୫୦୦୦ ଟଙ୍କା ପେନସନ ପାଇଁ ଯଦି ୩୫ ବର୍ଷ ବୟସରେ ଆପଣ ଜଡିତ ହେଉଛନ୍ତି; ତେବେ ୨୫ ବର୍ଷ ପର୍ଯ୍ୟନ୍ତ ପ୍ରତି ଛଅ ମାସରେ ୫୩୨୩ ଜମା କରିବା ପାଇଁ ପଡିବ । ଏହିପରି ଆପଣଙ୍କୁ ମୋଟ ନିବେଶ ୨.୬୬ ଲକ୍ଷ କରିବା ପାଇଁ ପଡିବ । ଏହା ପରେ ଆପଣଙ୍କୁ ମାସିକ ୫ ହଜାର ଟଙ୍କା ମିଳିବ ଏବଂ ୧୮ ବର୍ଷ ବୟସରେ ଏହି ଯୋଜନାରେ ଜଡିତ ହେଲେ ଆପଣଙ୍କ ମୋଟ ନିବେଶ ପ୍ରାୟ ୧.୦୪ ଲକ୍ଷ ଟଙ୍କା ହେବ ଏବଂ ଆପଣଙ୍କୁ ଗୋଟିଏ ପେନସନ ପାଇଁ ୧.୬୦ ହଜାର ଟଙ୍କା ନିବେଶ କରିବା ପାଇଁ ପଡିବ ।

ଏହି ସ୍କିମ ସହ ଜଡିତ ଅନ୍ୟ କଥା :

1. ଆପଣ ନିବେଶ ପାଇଁ ତ୍ରୟ ମାସିକ ପ୍ଲାନ ବାଛି ପାରିବେ । ଆପଣ ଏହି ନିବେଶ ମାସିକ, ତ୍ରୟ ମାସିକ କିମ୍ବା ଛଅ ମାସିକ ରୂପେ କରିପାରିବେ ।

2. ଏହି ନିବେଶ ଆପଣଙ୍କୁ ୪୨ ବର୍ଷ ପର୍ଯ୍ୟନ୍ତ କରିବା ପାଇଁ ପଡିବ ।

3. ୪୨ ବର୍ଷରେ ଆପଣଙ୍କ ମୋଟ ସଞ୍ଚୟ ୧.୦୪ ଲକ୍ଷ ଟଙ୍କା ହେବ ।

4. ଏହାର ପ୍ରତିବଦଳରେ ୬୦ ବର୍ଷ ପରେ ଆପଣଙ୍କୁ ମାସିକ ୫୦୦୦ ଟଙ୍କା ପେନସନ ମିଳିବ ।

5. ରାଷ୍ଟ୍ରୀୟ ପେନସନ ଯୋଜନା ଜରିଆରେ ଫଣ୍ଡ ନିୟମାଙ୍କ ଏବଂ ବିକାଶ ପ୍ରାଧିକରଣ ସଞ୍ଚାଳନ କରୁଛି ।

6. ଇନକମ ଟ୍ୟାକ୍ସର ସେକ୍ସନ 80CCD ଅନୁସାରେ ଟ୍ୟାକ୍ସ ଫ୍ରି ହୋଇପାରିବ ।

7. ଜଣେ ସଦସ୍ୟ ନାମରେ ଗୋଟିଏ ହିଁ ଆକାଉଣ୍ଟ ଖୋଲା ଯାଇପାରିବ । ପ୍ରାୟ ସବୁ ବ୍ୟାଙ୍କରେ ଏହି ସୁବିଧାର ଲାଭ ଉଠାଇ ପାରିବେ ।

8. ପ୍ରାରମ୍ଭରୁ ୫ ବର୍ଷ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଯୋଗଦାନ ରାଶି ପ୍ରଦାନ କରାଯିବ ।

9. ଯଦି ୬୦ ବର୍ଷ ପୂର୍ବରୁ ସଦସ୍ୟଙ୍କ ମୃତ୍ୟୁ ହୋଇଯାଏ; ତେବେ ପେନସନ ରାଶି ତାଙ୍କ ପତ୍ନୀଙ୍କୁ ମିଳିବ ।

10. ଯଦି ସଦସ୍ୟ ଏବଂ ତାଙ୍କ ପତ୍ନୀ ଉଭୟଙ୍କ ମୃତ୍ୟୁ ହୋଇଯାଏ; ତେବେ ସରକାର ନୋମିନିଙ୍କୁ ପେନସନ ଦେବେ ।