ଆସନ୍ତୁ ଜାଣିବେ ରାଜଜୋଟକ କଣ ଏବଂ ଏହାକୁ କଣ ପାଇଁ ଶୁଭ ବୋଲି ମାନ୍ୟତା ରହିଛି ।

Spread the love

ଜାତକରେ ରାଜଯୋଗ ରହିଲେ ମଣିଷକୁ ସବୁ କାର୍ଯ୍ୟରେ ଉନ୍ନତି ମିଳିଥାଏ, ଜୀବନରେ କଦାପି ମଧ୍ୟ ଧନର ଅଭାବ ରାହେ ନାହିଁ ।

ମଣିଷର କୁଣ୍ଡଳୀ ଦେଖି ତାର ଭବିଷ୍ୟତ ବିଷୟରେ ସହଜରେ କୁହାଯାଇ ପାରିବ । ଯେଉଁମାନଙ୍କ କୁଣ୍ଡଳୀରେ ଶୁଭ ଯୋଗ କିମ୍ବା ବିଶେଷ ଯୋଗ ଥାଏ, ତାହାର ଜୀବନ ସୁଖରେ ବିତି ଯାଇଥାଏ । ଆମ ଶାସ୍ତ୍ରରେ ଅନେକ ଯୋଗ ବିଷୟରେ କୁହାଯାଇଛି; ସେମାନଙ୍କ ମଧ୍ୟରୁ ରାଜଯୋଗ ଅନ୍ୟତମ ଅଟେ । ଜାତକରେ ରାଜଯୋଗ ରହୁଥିଲେ, ବ୍ୟକ୍ତିର ଜୀବନରେ ସୁଖ ଏବଂ ସମୃଦ୍ଧି ସବୁବେଳେ ଲାଗି ରୁହେ ଏବଂ ବ୍ୟକ୍ତି ଜୀବନସାରା ଯଶର ସହିତ ଜୀବନ ଅତିବାହିତ କରେ ।

ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର କୁଣ୍ଡଳୀରେ ରାଜଯୋଗ ରହିଥାଏ, ସେମାନଙ୍କ ଜୀବନରେ କେବେ ମଧ୍ୟ ଧନର ଅଭାବ ହୁଏ ନାହିଁ ଏବଂ ସେମାନେ ଯେଉଁ କାର୍ଯ୍ୟରେ ହାତ ଦିଅନ୍ତି, ସେଥିରେ ନିଶ୍ଚିତ ସଫଳ ହୋଇଥାନ୍ତି ।

ପ୍ରକୃତରେ ଏହି ରାଜଯୋଗ କଣ ଅଟେ ?

କୁଣ୍ଡଳୀରେ ଅନେକ ଯୋଗ ରହିଛି ଏବଂ ସେମାନଙ୍କ ମଧ୍ୟରୁ ରାଜଯୋଗ ଅନ୍ୟତମ ଅଟେ । ରାଜଯୋଗରେ ଜନ୍ମିତ ବ୍ୟକ୍ତି ସବୁବେଳେ ସୁଖରେ ରୁହେ ଏବଂ ଜୀବନ ସାରା କେବଳ ରାଜୁତି କରିଥାଏ । କୁଣ୍ଡଳୀରେ ରାଜଯୋଗ ଥିଲେ ଧନ, ଯଶ ଏବଂ ସୁଖ ସବୁବେଳେ ବ୍ୟକ୍ତିର ପାଦ ଛୁଇଁ ଥାଏ ।

ରାଜଯୋଗ ଯେଉଁମାନଙ୍କ ଜାତକରେ ରହିଥାଏ, ସେହି ବ୍ୟକ୍ତି ନିଜ ଜୀବନରେ କୌଣସି ପରିଶ୍ରମ ନ କରି ମଧ୍ୟ ସଫଳତା ଲାଭ କରଥାନ୍ତି । ପଣ୍ଡିତଙ୍କ ଅନୁସାରେ ରାଜଯୋଗ ସବୁ ଯୋଗ ମଧ୍ୟରେ ରାଜା ଅଟେ ଏବଂ ଯାହାର ଜାତକରେ ଏହି ଯୋଗ ଥାଏ, ସେ ବହୁତ ଭାଗ୍ୟଶାଳୀ ହୋଇଥାଏ ।

ସମୁଦାୟ ୩୨ପ୍ରକାରର ରାଜଯୋଗ ରହିଛି :

ସବୁବେଳେ ଶାସ୍ତ୍ରରେ ୩୨ପ୍ରକାରର ରାଜଯୋଗ ବିଷୟରେ କୁହାଯାଏ । ସେହିପରି କେତେକ ବ୍ୟକ୍ତିଙ୍କ ଜାତକରେ ଏକରୁ ଅଧିକ ରାଜଯୋଗ ରହିଥାଏ । ଏଭଳି ଅନେକ କମ ଲୋକ ଅଛନ୍ତି; ଯେଉଁମାନଙ୍କ ଜାତକରେ ସମୁଦାୟ ୩୨ଟି ଏକ ସହିତ ରାଜଯୋଗ ଥାଏ । ଯେଉଁମାନଙ୍କ ଜାତକରେ ଏହିପରି ୩୨ଟି ରାଜଯୋଗ ଏକ ସହିତ ଥାଏ, ସେ ବିଶ୍ୱବିଜୟୀ ହୋଇଥାଏ ଏବଂ ସମଗ୍ର ବିଶ୍ୱ ଉପରେ ସେ ରାଜୁତି କରିଥାଏ । ସେହିପରି ଏହି ୩୨ଟି ରାଜଯୋଗ ମଧ୍ୟରୁ କେତେକ ପ୍ରମୁଖ ରାଜଯୋଗର ନାମ ଏହି ପ୍ରକାରର ଅଟେ ।

ରାଜଯୋଗର ନାମ ହେଲା :-

ନୀଚ ଭଙ୍ଗ ରାଜଯୋଗ :

ଏହା ଜାତକର ସବୁଠାରୁ ଶୁଭ ଯୋଗ ଅଟେ । ଏହାକୁ ଅଧିକ ପ୍ରଭାବଶାଳୀ କୁହାଯାଏ । ଜ୍ୟୋତିଷଙ୍କ ଅନୁସାରେ ଯେଉଁ ବ୍ୟକ୍ତିର ଜାତକରେ ୬, ୮ ଏବଂ ୧୨ ଘରର ସ୍ୱାମୀ ଏହିପରି ଭାବରେ ବାସ କରୁଥିଲେ, ତାହା ବିଶେଷ ଯୋଗ ହୋଇଥାଏ । ଏହି ବିଶେଷ ଯୋଗରେ ଜନ୍ମିତ ବ୍ୟକ୍ତି ରାଜନୀତି କିମ୍ବା କୌଣସି ଉଚ୍ଚ ପଦବୀରେ କାର୍ଯ୍ୟ କରନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଗ୍ରହରେ ନିଚ୍ଚଭଙ୍ଗ ରାଜଯୋଗ ଉତ୍ପନ୍ଣ ହୁଏ, ସେହି ଗ୍ରହ ସହ ଜଡିତ ଥିବା କାର୍ଯ୍ୟରେ ବ୍ୟକ୍ତି ରାଜା ହୁଏ । ଯଦି କୌଣସି ବ୍ୟକ୍ତିର ଜାତକରେ ଏହି ଯୋଗ ସୁର୍ଯ୍ୟଙ୍କ ଠାରୁ ଉତ୍ପନ୍ଣ ହେଉଥାଏ, ତାହାହେଲେ ସେହି ବ୍ୟକ୍ତି ଅନେକ ଲୋକପ୍ରିୟ ହେବା ସହ ତାହାର ଜୀବନରେ କେବେ ମଧ୍ୟ ଧନର ଅଭାବ ରହେ ନାହିଁ ।

ଗଜକେଶରୀ ଯୋଗ :

ଏହି ଯୋଗ ଅଧିକ ଶୁଭ ଏବଂ ଏହି ଯୋଗରେ ଜନ୍ମିତ ବ୍ୟକ୍ତି ଅଧିକ ବିଦ୍ୱାନ ହେବା ସହ ସମସ୍ତଙ୍କ ସମ୍ମାନ ପ୍ରାପ୍ତ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେବେ ଚନ୍ଦ୍ରମା ଏବଂ ବୃହସ୍ପତି ଏକା ସହ ମିଳିତ ହେବେ, ସେତେବେଳେ ଏହି ବିଶେଷ ଯୋଗ ଉତ୍ପନ୍ଣ ହୁଏ । ଯେଉଁମାନେ ଏହି ବିଶେଷ ଯୋଗରେ ଜନ୍ମ ନିଅନ୍ତି, ସେମାନେ ଜୀବନରେ ବଡ଼ ବଡ଼ କାର୍ଯ୍ୟ କରନ୍ତି ଏବଂ ସବୁବେଳେ ସୁଖରେ ରୁହନ୍ତି । କେବଳ ଏତିକି ନୁହଁ ଏହି ଯୋଗରେ ଜନ୍ମିତ ବ୍ୟକ୍ତିଙ୍କୁ କୌଣସି ଗ୍ରହର କୁପ୍ରଭାବ ପଡିନଥାଏ ଏବଂ ଶନି ଓ ରାହୁ ଭଳି ଗ୍ରହ ଏମାନଙ୍କୁ ହଇରାଣ କରନ୍ତି ନାହିଁ ।

ବୁଧାଦିତ୍ୟ ଯୋଗ :

ଯେତେବେଳେ କୌଣସି ବ୍ୟକ୍ତିର ଜାତକରେ ସୁର୍ଯ୍ୟ ଏବଂ ବୁଧ ଏକା ସଙ୍ଗେ ଆସନ୍ତି, ସେତେବେଳେ ଏହି ଶୁଭ ଯୋଗ ଉତ୍ପନ୍ନ ହୋଇଥାଏ । ଏହି ଯୋଗରେ ଜନ୍ମିତ ଲୋକ ସୂର୍ଯ୍ୟଙ୍କ ଭଳି ଉଜ୍ଜ୍ୱଳ ହୁଅନ୍ତି ଏବଂ ରାଜନୀତିରେ ବହୁତ ସଫଳ ହେବା ସହ ଉଚ୍ଚ ପଦବୀରେ କାର୍ଯ୍ୟ କରିନ୍ତି ।

ଲଷ୍ମୀ ଯୋଗ :

ଏହି ଯୋଗରେ ଜନ୍ମିତ ଲୋକଙ୍କୁ କଦାପି ଧନର ଅଭାବ ହୁଏ ନାହିଁ ଏବଂ ଏମାନେ କୋଟିପତି ହୁଅନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ଚନ୍ଦ୍ରମା ଏବଂ ମଙ୍ଗଳ ଏକାସହ ମିଳିତ ହେବେ, ସେହି ସମୟରେ ଏହି ବିଶେଷ ଯୋଗ ଉତ୍ପନ୍ନ ହୋଇଥାଏ । ଏହି ଯୋଗରେ ଜନ୍ମିତ ବ୍ୟକ୍ତି ଜୀବନ ସାରା ଧନୀ ରୁହନ୍ତି ଏବଂ ଦରିଦ୍ରତା ଏମାନଙ୍କ ଠାରୁ ଦୂରରେ ରୁହେ ।

ରୁଚକ ଯୋଗ :

ଜାତକରେ ଏହି ଯୋଗ ରହିଲେ, ବ୍ୟକ୍ତିର ଭାଗ୍ୟ ତାହାର ସହିତ ରୁହେ ଏବଂ କୌଣସି ପରିଶ୍ରମ ବିନା ସେ ସଫଳତା ପାଇଥାଏ । ଏହି ଯୋଗରେ ଜନ୍ମିତ ଲୋକ ବଳବାନ ଏବଂ ସାହାସୀ ହୁଅନ୍ତି ଏବଂ ସବୁବେଳେ ବିଶେଷ ପଦବୀରେ କାର୍ଯ୍ୟ କରନ୍ତି ।

ଭଦ୍ର ଯୋଗ :

ଏହି ଯୋଗରେ ଜନ୍ମିତ ଲୋକଙ୍କ ସମ୍ବନ୍ଧ ବ୍ୟବସାୟ ଦୁନିଆ ସହ ରହିବା ସହ ଏମାନେ ବ୍ୟବସାୟରେ ଲାଭବାନ ହୋଇଥାନ୍ତି । ଏହି ଯୋଗରେ ଜନ୍ମିତ ଲୋକଙ୍କ ବୁଦ୍ଧି ପ୍ରଖର ହେବା ସହ ଏମାନଙ୍କୁ କାର୍ଯ୍ୟରେ ସଫଳତା ମିଳିଥାଏ । ଏହି ରାଜଯୋଗ ଯାହାର ଜାତକରେ ରହିଥାଏ, ସେମାନେ ଦେଶର ସବୁଠାରୁ ମାନ୍ୟଗଣ୍ୟ ଉଦ୍ୟୋଗପତି ହୋଇଯାଆନ୍ତି ।

ହଂସ ଯୋଗ :

ଏହି ଯୋଗରେ ଜନ୍ମିତ ଲୋକ ବେଶୀ ଜ୍ଞାନୀ ଅଟନ୍ତି ଏବଂ ଜ୍ଞାନ କ୍ଷେତ୍ରରେ ସବୁବେଳେ ସଫଳତା ପାଆନ୍ତି । ଏହି ରାଜଯୋଗ ଜାତକରେ ଥିଲେ, ବ୍ୟକ୍ତିକୁ ଜୀବନ ସାରା ବହୁତ ସମ୍ମାନ ମିଳିଥାଏ ।

ମାଲଵ୍ୟ ଯୋଗ :

ଏହି ଯୋଗରେ ଜନ୍ମିତ ଲୋକ କଳାର କ୍ଷେତ୍ରରେ ସଫଳତା ପାଆନ୍ତି । ଏହି ଯୋଗ ସହିତ ଜନ୍ମିତ ଲୋକଙ୍କୁ ଫିଲ୍ମ ଦୁନିଆରେ କିମ୍ବା ଫ୍ୟାସନ ଜଗତରେ ଅଧିକ ଲୋକପ୍ରିୟତା ମିଳିଥାଏ ।

ଶଶ ଯୋଗ :

ଜାତକରେ ଏହି ଯୋଗ ଥିଲେ, ବ୍ୟକ୍ତି ଜୀବନରେ ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ଅଧିକ ଉନ୍ନତି କରେ ଏବଂ ଉଚ୍ଚ ପଦବୀରେ କାର୍ଯ୍ୟ କରେ । ସେହିପରି ଯଦି ଏହି ଯୋଗ ସପ୍ତମ ଭାଗ କିମ୍ବା ଦଶମ ଭାଗରେ ରୁହେ; ତେବେ ବ୍ୟକ୍ତିକୁ ଅତ୍ୟଧିକ ଧନ-ସମ୍ପତି ମିଳିଥାଏ ।

କୁବେର ଯୋଗ :

ଏହି ଯୋଗ ଥିବା ବ୍ୟକ୍ତିର ଜୀବନରେ ଯଶ ରହିବା ସହ ସେହି ବ୍ୟକ୍ତି ଜନ୍ମରୁ ଧନୀ ହୋଇଥାଏ । ଏହି ଯୋଗ ଯାହାର ଜାତକରେ ଥାଏ, ସେ ସବୁବେଳେ ସୁଖରେ ରହିଥାଏ ।

ରାଜଯୋଗ ବ୍ୟତୀତ ଅନ୍ୟ ଭିନ୍ନ ଧରଣର ବିଶେଷ ଯୋଗ ଜାତକରେ ରହିଥାଏ ଏବଂ ସେହି ସବୁ ଯୋଗରୁ ଭିନ୍ନ ଭିନ୍ନ ଲାଭ ଜଡିତ ହୋଇ ରହିଥାଏ ।