ଜାଣନ୍ତୁ ପୂଜା କରିବା ସମୟରେ ଦୀପକୁ କେଉଁ ଦିଗରେ ରଖିବା ଉଚିତ୍ ?

Spread the love

ଦୀପ ଜଳେଇବା ସମୟରେ ଏହି ମନ୍ତ୍ର ଗୁଡିକର ଜପ କରନ୍ତୁ ଜୀବନରେ ସଫଳ ନିଶ୍ଚିତ ହୋଇଯିବେ ।

ଯେତେବେଳେ ଲୋକେ ପୂଜା କରିଥାନ୍ତି; ସେହି ସମୟରେ ଦୀପ ଜାଳିଥାନ୍ତି । ପୂଜା ସମୟରେ ଦୀପ ଜଳାଇବାର କିଛି ବିଶେଷ ମହତ୍ତ୍ୱ ରହିଛି । ମାନ୍ୟତା ରହିଛି ଦୀପ ପ୍ରଜ୍ବଳନ ବିନା କୌଣସି ପୂଜାର୍ଚ୍ଚନା ସଫଳ ହୋଇନଥାଏ । ପୂଜା କରିବା ସମୟରେ ଦୁଇ ପ୍ରକାରର ଦୀପ ପ୍ରଜ୍ବଳନ କରା ଯାଇଥାଏ । ଯାହା ଘିଅ ଦୀପ ଏବଂ ତେଲ ଦୀପ ଅଟେ । ଘିଅ, ତେଲ ଦୀପ ଜଳାଇବା ଦ୍ୱାରା କିଛି ନିୟମ ରହିଛି ଏବଂ ଆପଣ ଏହି ନିୟମ ପାଳନ କରି ପୂଜା ସମୟରେ ଦୀପ ପ୍ରଜ୍ବଳନ କରନ୍ତୁ ।

ଦୀପ ପ୍ରଜ୍ବଳନ ସମୟର କିଛି ନିୟମ :

ଦୀପ କେଉଁ ଦିଗରେ ରଖିବେ :

ଯଦି ଆପଣ ପୂଜା ସମୟରେ ଘିଅ ଦୀପ ଜଳାନ୍ତି; ତେବେ ଦୀପକୁ ସର୍ବଦା ବାମ ପଟେ ରଖି ଜଳାନ୍ତୁ । ଶାସ୍ତ୍ର ଅନୁସାରେ ଘିଅ ଦୀପକୁ ବାମ ପଟେ ରଖି ଜାଳିବା ଦ୍ୱାରା ଶୁଭଫଳ ମିଲିଥାଏ । ତେଲର ଦୀପକୁ ସର୍ବଦା ଡାହାଣ ପଟେ ରଖି ଜାଳିବା ଶୁଭ ହୋଇଥାଏ ଏବଂ ଦୀପର ଶିଖା ସର୍ବଦା ଭଗବାନଙ୍କ ଆଡକୁ ରହିବା ଉଚିତ୍ ।

କେଉଁ ରଙ୍ଗର ବତୀ ହେବା ଉଚିତ୍ :

ଦୀପକୁ ଜଳାଇବା ପାଇଁ ସେଥିରେ ବତୀ ରଖା ଯାଇଥାଏ ଏବଂ ପରେ ବତୀକୁ ଜଳାଇ ଦିଆ ଯାଇଥାଏ । ଯେତେବେଳେ ଆପଣ ଘିଅ ଦୀପ ବ୍ୟବହାର କରିଥାନ୍ତି; ସେହି ସମୟରେ ସେଥିରେ ତୁଳାରେ ତିଆରି ବତୀ ସେଥିରେ ବ୍ୟବହାର କରନ୍ତୁ । ତେଲ ଦୀପ ଜାଳିବା ସମୟରେ ସେଥିରେ ତୁଳା ପ୍ରତିବଦଳରେ ସେଥିରେ ଲାଲ ରଙ୍ଗର ସୂତା ବ୍ୟବହାର କରନ୍ତୁ । ଶାସ୍ତ୍ରରେ ତୁଳାର ବତୀ ଘିଅ ଦୀପ ପାଇଁ ଏବଂ ଲାଲ ସୁତାର ବତୀ ତେଲ ଦୀପ ପାଇଁ ଭଲ ଅଟେ ବୋଲି କୁହା ଯାଇଛି । ସର୍ବଦା ଏହି କଥା ପ୍ରତି ଧ୍ୟାନ ରଖି ଦୀପ ପ୍ରଜ୍ବଳନ କରନ୍ତୁ ।

ଜଳୁଥିବା ଦୀପକୁ କଦାପି ଲିଭାନ୍ତୁ ନାହିଁ :

ଯେତେବେଳେ ଦୀପ ଜାଳନ୍ତି ସର୍ବଦା ଧ୍ୟାନ ରଖିବେ; ଯେପରି ସେଥିରେ ଭଲ ରୂପେ ଘିଅ ଏବଂ ତେଲ ରହିଛି କି ନାହିଁ । କାରଣ ପୂଜା କରିବା ସମୟରେ ଯେପରି ଦୀପ ନ ଲିଭେ । ପୂଜା ସମୟରେ ଦୀପ ଲିଭିବା ଅଶୁଭ ହୋଇଥାଏ ଏବଂ ଏପରି ହେବା ଦ୍ୱାରା ପୂଜା ସଫଳ ହୋଇନଥାଏ । ସର୍ବଦା ଚେଷ୍ଠା କରନ୍ତୁ ଯେପରି ପୂଜା ସମୟରେ ଦୀପ ନ ଲିଭେ । ପୂଜା ସରିବାର କିଛି ସମୟ ପର୍ଯ୍ୟନ୍ତ ଯେପରି ଦୀପ ଜଳିବ ସେଥିପାଇଁ ବିଶେଷ ଧ୍ୟାନ ଦିଅନ୍ତୁ ।

ଭଙ୍ଗା ଦୀପର ବ୍ୟବହାର କରନ୍ତୁ ନାହିଁ :

ପୂଜା ସମୟରେ ଯେଉଁ ଜିନିଷ ଗୁଡିକର ବ୍ୟବହାର କରିବେ; ସେହି ଜିନିଷ ଗୁଡିକ ଯେପରି ଶୁଦ୍ଧ ଏବଂ ଅଖଣ୍ଡିତ ରହିଥିବ, ଏହି କଥା ପ୍ରତି ଧ୍ୟାନ ରଖନ୍ତୁ । ଯେଉଁ ଦୀପ ଆପଣ ପ୍ରଜ୍ବଳନ କରିବେ ସେହି ଦୀପ ଯେପରି ଭାଙ୍ଗି ନ ଥିବ ।

ଏହି ମନ୍ତ୍ରର ଜପ କରନ୍ତୁ :

ଦୀପ ପ୍ରଜ୍ବଳନ ସମୟରେ “ଶୁଭମ୍ କରୋତି କଲ୍ୟାଣମ୍, ଆରୋଗ୍ୟମ୍ ଧନ ସଂପଦାମ୍ । ଶତ୍ରୁ ବୁଦ୍ଧି ବିନାଶୟ, ଦୀପମ ଜ୍ୟୋତି ନାମସ୍ତୁତେ ।” ଏହି ମନ୍ତ୍ରର ଜପ ନିଶ୍ଚିନ୍ତ କରନ୍ତୁ । ଏହି ମନ୍ତ୍ରର ଜପ ଫଳରେ ଆପଣ ଭଗବାନଙ୍କ ଠାରୁ ଶୁଭ, କଲ୍ୟାଣ, ଆରୋଗ୍ୟ, ଧନସମ୍ପଦ, ଶତ୍ରୁର ବିନାଶର କାମନା କରନ୍ତି । ଏହି ମନ୍ତ୍ରକୁ ଦୀପ ପ୍ରଜ୍ବଳନ ସମୟରେ ତିନି ଥର ଉଚ୍ଚାରଣ କରନ୍ତୁ ।