ଆଗାମୀ ଦିନ ଗୁଡିକରେ ସୁଖ ମିଳିବ ନା ଦୁଃଖ । ଜାଣନ୍ତୁ କଣ କୁହେ ଆପଣଙ୍କ ମୂଳାଙ୍କ ?

Spread the love

ଆଜି ଆମେ କହିବୁ ମୂଳାଙ୍କ ଅନୁସାରେ ୨୦୧୯ ଚଳିତ ବର୍ଷ ଶେଷ ସୁଦ୍ଧା ଆପଣଙ୍କ ପାଇଁ ଶୁଭଫଳ ଦେଵ ନା ଅଶୁଭ ?

ଯେପରି ବ୍ୟକ୍ତିର ଜନ୍ମ ଦିନରୁ ତାହାର ଭବିଷ୍ୟତ ଓ ଭାଗ୍ୟ ବିଷୟରେ ଜଣା ପଡିଥାଏ, ଠିକ ସେହିପରି ମୂଳାଙ୍କ ମଧ୍ୟ ଜୀବନରେ ଗୁରୁତ୍ୱ ପୂର୍ଣ ଭୂମିକା ଗ୍ରହଣ କରିଥାଏ ।ମୂଳାଙ୍କ ଅନୁସାରେ ଆପଣ ନିଜର ବର୍ତ୍ତମାନ ସହ ଭବିଷ୍ୟତ ମଧ୍ୟ ଜାଣି ପାରିବେ । ଆଜିକାଲି ଲୋକମାନେ ଅଙ୍କ ଶାସ୍ତ୍ର ଉପରେ ଖୁବ୍ ଗୁରୁତ୍ୱ ଦେଉଛନ୍ତି । ଆଜି ଆମେ କହିବୁ, ମୂଳାଙ୍କ ଅନୁସାରେ ୨୦୧୯ ଆପଣମାନଙ୍କ ପାଇଁ କିପରି ହୋଇବ ? ୨୦୧୯ର ସମସ୍ତ ଅଙ୍କକୁ ଯଦି ଆମେ ମିଶାଇବା, ତେବେ ୧୨ ସଂଖ୍ୟା ଆସିବ ଏବଂ ୧୨ ବୃହସ୍ପତିଙ୍କ ଅଙ୍କ ଅଟେ ଓ ଏହାକୁ ଧନ ସହ ଯୋଡ଼ା ହୋଇଛି ।

ମୂଳାଙ୍କ-୧

ଯେଉଁ ଲୋକମାନଙ୍କ କୌଣସି ମାସର ୧, ୧୦, ୧୯ କିମ୍ବା ୨୮ ତାରିଖରେ ହୋଇଥାଏ, ତେବେ ସେମାନଙ୍କ ମୂଳାଙ୍କ ୧ ହୋଇଥାଏ । ଏଥିପାଇଁ ଏହି ବର୍ଷ ଏହି ଲୋକଙ୍କ ପାଇଁ ଅଶୁଭ ଅଟେ । କିନ୍ତୁ ବାରମ୍ବାର ଚେଷ୍ଟା ଫଳରେ ଆପଣଙ୍କୁ ଏହି ବର୍ଷର ଶେଷ ସମୟରେ ସଫଳତା ନିଶ୍ଚୟ ମିଳିବ । ସମାଜରେ ଆପଣଙ୍କ ମାନ-ସମ୍ମାନ ବଢିବ, କିନ୍ତୁ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତାରେ ରହିବେ ।

ମୂଳାଙ୍କ-୨

ଯେଉଁ ଲୋକଙ୍କ ଜନ୍ମ ୨, ୧୧, ୨୦ କିମ୍ବା ୨୯ ତାରିଖରେ ହୋଇଥାଏ; ସେମାନଙ୍କ ମୂଳାଙ୍କ ୨ ଅଟେ । ଏହି ବର୍ଷ ଏହି ବ୍ୟକ୍ତିମାନଙ୍କ ପାଇଁ ପରିବର୍ତ୍ତନର ସମୟ ଅଟେ । ଏହି ବର୍ଷ ଏହି ମୂଳାଙ୍କର ବ୍ୟକ୍ତିମାନଙ୍କୁ ଚାକିରୀ, ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଦେଖା ଦେଵ । ଏହି ବର୍ଷ ଏମାନଙ୍କ ଭାଗ୍ୟ ଖୁବ୍ ଚମକିବ । ନିଜ କର୍ମ କରି ଚାଲନ୍ତୁ ସଫଳତା ମିଳିବ ।

ମୂଳାଙ୍କ-୩

ଯେଉଁ ଲୋକମାନେ ୩, ୧୨, ୨୧, କିମ୍ବା ୩୦ ତାରିଖରେ ଜନ୍ମ ହୋଇଛନ୍ତି, ସେମାନଙ୍କ ମୂଳାଙ୍କ ୩ ଅଟେ । ଏହି ବର୍ଷ ଏହି ଲୋକମାନଙ୍କୁ ଖୁସି ମିଳିବ । ଆର୍ଥିକ ସ୍ଥିତି ସ୍ଵଛଳ ରହିବ । ପୂଜାପାଠରେ ମନ ଲାଗି ରହିବ ।

ମୂଳାଙ୍କ-୪

୪, ୧୩, ୨୨ ଏବଂ ୩୧ ତାରିଖରେ ଜନ୍ମ ହୋଇଥିବା ଲୋକଙ୍କ ମୂଳାଙ୍କ ୪ ଅଟେ । ଏହି ମୂଳାଙ୍କର ବ୍ୟକ୍ତିମାନଙ୍କ ପାଇଁ ଏହି ବର୍ଷ ସେତେଟା ଭଲ ରହିବ ନାହିଁ, ପରିଶ୍ରମ ଫଳରେ ଭାଗ୍ୟ ବଦଳିବ । ଲମ୍ବା ସମୟରୁ ଚାଲିଥିବା ଯୋଜନା ଏହି ବର୍ଷ ପୁରଣ ହେବ, ଯାହାର ଫଳ ଆପଣମାନଙ୍କୁ ଭବିଷ୍ୟତରେ ମିଳିପାରିବ ।

ମୂଳାଙ୍କ-୫

୫, ୧୫, କିମ୍ବା ୨୩ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ୫ ଅଟେ । ଏହି ବର୍ଷଟି ଏମାନଙ୍କ ପାଇଁ ବିଶେଷ ଭଲ ନୁହେଁ । ମାନସିକ ଚିନ୍ତାରେ ଏମାନଙ୍କ ବର୍ଷ ବିତିବ । ଜମିବାଡ଼ି କ୍ଷେତ୍ରରେ ଏହି ବର୍ଷ ଆପଣଙ୍କ ପାଇଁ ଭଲ ଅଟେ, କିନ୍ତୁ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ ।

ମୂଳାଙ୍କ-୬

୬, ୧୫ ଏବଂ ୨୪ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କ ମୂଳାଙ୍କ ୬ ଅଟେ । ଏହି ବର୍ଷ ଆପଣ କିଛି ନୂଆ କାର୍ଯ୍ୟ କରିପାରନ୍ତି । ବହୁତ ଭାବିଚିନ୍ତି ନିଜ କାମ କରନ୍ତୁ ।

ମୂଳାଙ୍କ-୭

୭, ୧୬ ଏବଂ ୨୫ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ୭ ଅଟେ । ଏହି ବର୍ଷ ଏମାନଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ ଅଟେ । ଏହି ବର୍ଷରେ କରିଥିବା ପରିଶ୍ରମର ଫଳ ଆଗାମୀ ବର୍ଷ ଗୁଡ଼ିକରେ ପାଇବେ । ଚାକିରୀ, ବ୍ୟବସାୟ, ନୂଆ ସମ୍ପର୍କ, ବନ୍ଧୁତା, ସ୍ଥାନ ଏଥିରେ ଅନ୍ତର୍ଭୁକ୍ତ ଅଟେ ।

ମୂଳାଙ୍କ-୮

୮, ୧୭ ଏବଂ ୨୬ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ୮ ଅଟେ । ଧୌର୍ଯ୍ୟର ସହ କାର୍ଯ୍ୟ କରନ୍ତୁ । କର୍ମ କରି ଚାଲନ୍ତୁ ସଫଳତା ନିଶ୍ଚିନ୍ତ ମିଳିବ ।

ମୂଳାଙ୍କ-୯

୯, ୧୮ ଏବଂ ୨୯ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କ ମୂଳାଙ୍କ ୯ ଅଟେ । ବର୍ଷର ଶେଷ ସମୟରେ ଶୁଭଫଳ ମିଳିବ । ଆର୍ଥିକ ଲାଭ ମିଳିବ ଓ ସମସ୍ତ କ୍ଷେତ୍ରରେ ଏମାନଙ୍କୁ ସଫଳତା ମିଳିବ ।