କରଣ ଜୋହରଙ୍କ ଶୟନ କକ୍ଷରେ ଏହି ସୁପରସ୍ଟାରଙ୍କ ପତ୍ନୀଙ୍କ ଫୋଟ ଲାଗିଛି । କରଣ କହିଛନ୍ତି, ଘଣ୍ଟା ଘଣ୍ଟା ଧରି ମୁଁ ତାଙ୍କର ଫୋଟକୁ ନିରେଖି ଚାହିଁଥାଏ :- କାରଣ

Spread the love

କରଣ ଜୋହର ନିଜ ଶୟନ କକ୍ଷରେ ଏହି ମହିଳାଙ୍କ ଫୋଟ ଲଗାଇଛନ୍ତି ।

ପ୍ରତି ସଫଳ ପୁରୁଷଙ୍କ ପଛରେ କୌଣସି ନା କୌଣସି ମହିଳାଙ୍କ ହାତ ରହିଥାଏ । ଏହି ଲୋକ କଥାଟି ପ୍ରତି ବ୍ୟକ୍ତିଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଥାଏ । ପ୍ରତି ପୁରୁଷଙ୍କ ସଫଳତା ପଛରେ କୌଣସି ନା କୌଣସି ନାରିଙ୍କ ହାତ ରହିଥାଏ । ସେହିଭଳି ଏକ ପୁରୁଷ ହେଉଛନ୍ତି, ବଲିଉଡର ସଫଳ ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର । ଆପଣ ମାନେ ଏଠାରେ ଭାବୁଥିବେ କରଣଙ୍କ ସଫଳତା ପଛରେ କରଣଙ୍କ ମାତାଙ୍କ ହାତ ରହିଥିବ କିନ୍ତୁ ଏହା ସମ୍ପୂର୍ଣ ରୂପେ ଭୁଲ ଅଟେ । ଆସନ୍ତୁ ଜାଣିବେ କରଣଙ୍କ ସଫଳତା ପଛରେ କେଉଁ ନାରୀର ହାତ ରହିଛି ।

ବଲିଉଡରେ ନିଜ କାର୍ଯ୍ୟ ମାଧ୍ୟମରେ କରଣ ଖୁବ୍ ପ୍ରସିଦ୍ଧ ଲାଭ କରିଛନ୍ତି । ଫିଲ୍ମ ନିର୍ମାଣ କରିବା ସହ ଅନେକ ତାରକାଙ୍କ ପିଲାଙ୍କ କ୍ୟାରିୟର ମଧ୍ୟ ଗଢିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ତାରକାଙ୍କୁ ସୁପରଷ୍ଟାର କରାଇଛନ୍ତି, ଯାହାଫଳରେ କରଣଙ୍କ ନାମ ଦୁନିଆରେ ପ୍ରସିଦ୍ଧ ଲାଭ ହୋଇପାରିଛି । ଏଠାରେ ଆମେ ଆପଣଙ୍କୁ କରଣ ଜୋହରଙ୍କ ଏକ ରହସ୍ୟ ବିଷୟରେ କହିବା ପାଇଁ ଚାହୁଁଛୁ କିମ୍ବା ଏହା ମଧ୍ୟ କୁହାଯାଇପାରେ ଯେଉଁ ମହିଳାଙ୍କ ଫୋଟ କରଣ ନିଜ ଶୟନ କକ୍ଷରେ ଲଗାଇଛନ୍ତି, ସେହି ମହିଳା ଜଣକ କିଏ ? ଆସନ୍ତୁ ଜାଣିବା ।

କରଣ ଜୋହରଙ୍କ ଶୟନ କକ୍ଷରେ ଏହି ମହିଳାଙ୍କ ଫୋଟ ଲାଗିଛି :

କରଣ ଜୋହରଙ୍କ ଜୀବନରେ ଅନେକ ମହିଳା ଆସିଛନ୍ତି କିନ୍ତୁ କରଣ ଜୋହରଙ୍କ ଶୟନ କକ୍ଷରେ ଯେଉଁ ମହିଳାଙ୍କ ଫୋଟ ଲାଗିଛି, ସେ ଅନ୍ୟ କେହି ନୁହଁନ୍ତି ସେ ହେଉଛନ୍ତି ବଲିଉଡର କିଙ୍ଗ ଖାନଙ୍କ ପତ୍ନୀ ଗୌରି ଖାନ । ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, କରଣ ଜୋହର ନିଜ ଶୟନ କକ୍ଷରେ ଗୌରି ଖାନଙ୍କ ଫୋଟ ଲଗାଇଛନ୍ତି । ଏହି ଦୁଇ ଜଣଙ୍କର ବନ୍ଧୁତା ଦୁନିଆ ପ୍ରସିଦ୍ଧ ଅଟେ କିନ୍ତୁ ଏହି ବିଷୟ ସମସ୍ତଙ୍କ ପାଇଁ ଅଛୁପା ଥିଲା । କରଣ ଜୋହର ଏହି କଥାଟି ଏକ ସାକ୍ଷାତକାରରେ ସ୍ଵୀକାର କରିଛନ୍ତି ।

ଶୟନ କକ୍ଷରେ ଲାଗିଥିବା ଫୋଟକୁ ବହୁତ ସମୟ ପର୍ଯ୍ୟନ୍ତ ନିରେଖି ଦେଖିଥାନ୍ତି: କରଣ ଜୋହର

ମିଡ଼ିଆ ସହ କଥାବାର୍ତ୍ତା କରିବା ସମୟରେ କରଣ କହିଛନ୍ତି, ତାଙ୍କର ପିତାମାତାଙ୍କ ବ୍ୟତୀତ ଗୌରୀ ଏବଂ ସାରୁଖଙ୍କ ଫୋଟ ମଧ୍ୟ ଶୟନ କକ୍ଷରେ ଲାଗିଛି । ଯାହାକୁ ସେ ଘଣ୍ଟା ଘଣ୍ଟା ଧରି ନିରେଖି ଥାନ୍ତି । ଯେତେବେଳେ ମୁଁ ଦୁହିଁଙ୍କ ଫୋଟକୁ ବହୁତ ସମୟ ପର୍ଯ୍ୟନ୍ତ ନିରେଖି ଦେଖିଥାଏ, ମୋତେ ସକାରାତ୍ମକ ଉର୍ଜା ମିଳିଥାଏ । କାରଣ ଗୌରୀ ଜଣେ ବୁଦ୍ଧିମତୀ ମହିଳା ହେବା ସହ ନିଜ କାମ ମାଧ୍ୟମରେ ସମସ୍ତଙ୍କ ହୃଦୟ ଜିତି ନିଅନ୍ତି । ଗୌରୀଙ୍କ ଏହି ଗୁଣ ଯୋଗୁଁ ମୁଁ ଉର୍ଜାବାନ ହୋଇଥାଏ ଏବଂ ନିଜ କାର୍ଯ୍ୟକୁ ଉତ୍ସାହିତ ରୂପେ ସମ୍ପାଦନ କରିଥାଏ ।

ଗୌରି ଏବଂ ସାରୁଖଙ୍କ ସହ ମୋର ପୁରୁଣା ବନ୍ଧୁତା ରହିଛି : କରଣ ଜୋହର

ସର୍ବଦା କରଣ, ଗୌରି ଏବଂ ସାରୁଖଙ୍କ ସହ ମୋର ପୁରୁଣା ବନ୍ଧୁତା ରହିଛି ବୋଲି କହିଥାନ୍ତି । କରଣ କହିଛନ୍ତି, ମୁଁ ଏହି ଦୁଇ ଜଣଙ୍କୁ କଲେଜ ସମୟରୁ ଜାଣିଛି । ତିନି ଜଣ ନିଜ ବନ୍ଧୁତା ସମ୍ପର୍କ ପାଇଁ କିଛି ମଧ୍ୟ କରିପାରନ୍ତି । କିଛି ଦିନ ପୂର୍ବରୁ ତିନି ଜଣଙ୍କ ମଧ୍ୟରେ ଏକ ବିବାଦ ହୋଇଥିଲା କିନ୍ତୁ ନିଜ ବନ୍ଧୁତାକୁ ବଞ୍ଚାଇବା ପାଇଁ ଯାଇ କରଣ ସମ୍ପର୍କକୁ ଭାଙ୍ଗିବା ପାଇଁ ଦେଇନଥିଲେ ।