କାନ୍ଦି କାନ୍ଦି ଝିଅ ମାଆଙ୍କୁ କହିଥିଲା ତୁମେ ଯିବା ପରେ ବାପା ବହୁତ କଷ୍ଟ ଦେଉଥିଲେ …

Spread the love

ଆଜି ଆମର ସମାଜ ବିକାଶ ପଥରେ ଆଗେଇ ଚାଲିଛି କିନ୍ତୁ ଆଜି ମଧ୍ୟ ସମାଜରେ ଅନେକ କୁପ୍ରଥା ଚାଲିଛି । ମହିଳାଙ୍କ ସହ ଯୋଡିତ ଅନେକ ଅପରାଧ ଦିନକୁ ଦିନ ବଢି ଚାଲିଛି । ଏହା ବିରୁଦ୍ଧରେ ଅନେକ ନୀତି ନିୟମ ପ୍ରସ୍ତୁତ ହୋଇଛି କିନ୍ତୁ ଅପରାଧୀ ଏହି ନୀତି ନିୟମକୁ ନ ମାନି ଅପରାଧ ଘଟାଇ ଚାଲିଛନ୍ତି । ମହିଳା ମାନେ ବାହାର ଦୁନିଆ ସହ ନିଜ ଘରେ ମଧ୍ୟ ସୁରକ୍ଷିତ ନୁହଁନ୍ତି । ଏହି କଳି ଯୁଗରେ କିଏ କେତେବେଳେ ଭକ୍ଷକ ସାଜିଥାଏ, କାହାରିକୁ ଜଣାନଥାଏ । ନିକଟରେ ଏହି ଭଳି ଘଟଣା ଘଟିଛି ଯେଉଁଥିରେ ବାପା ଝିଅର ସମ୍ପର୍କକୁ ଅପବିତ୍ର କରିଦେଇଛି ।

ନିକଟରେ ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିବା ପରେ ଆପଣଙ୍କର ମୁଣ୍ଡ ଲଜ୍ୟାରେ ତଳକୁ ହୋଇଯିବ । ଏହି ଘଟଣାରେ ଜଣେ ବାପା ନିଜ ଝିଅର ଇଜ୍ଜତକୁ ଛାରଖାର କରି ଦେଇଛି । ଜଣେ ପିତା ରହିଲେ ଝିଅ ସୁରକ୍ଷିତ ମନେ କରିଥାଏ କିନ୍ତୁ ଏହି ଘଟଣାରେ ଝିଅକୁ ଏକୁଟିଆ ପାଇ ବାପା ଝିଅର ଇଜ୍ଜତ ସହ ଖେଳିଛି । ପ୍ରତି ମାଆ ବାପା ନିଜ ପିଲାଙ୍କ ପାଇଁ କଦାପି ଖରାପ ଚିନ୍ତା କରି ନ ଥାନ୍ତି । ପ୍ରତିଟି ବିପଦରୁ ନିଜ ପିଲାଛୁଆଙ୍କୁ ସୁରକ୍ଷିତ କରିଥାନ୍ତି । ଆଜି ଯେଉଁ ଘଟଣା ଆମ ସାମନାକୁ ଆସିଛି, ସେ ଘଟଣା ପଡିବା ଏବଂ ଶୁଣିବା ପରେ କୌଣସି ସମ୍ପର୍କ ଉପରେ ବିଶ୍ଵାସ କରିବା କଠିନ ହୋଇ ପଡିବ ।

ଆମର ସମାଜରେ ବାପା ଝିଅର ସଂପର୍କକୁ ପବିତ୍ର ସମ୍ପର୍କ ବୋଲି ଲୋକେ ମାନିଥାନ୍ତି କିନ୍ତୁ ଏଠାରେ ପିତା ହିଁ ଭକ୍ଷକ ସାଜି ଝିଅର ଇଜ୍ଜତ ସହ ଖେଳ ଖେଳିଛି । ଏହି ଘଟଣା ଦିଲ୍ଲୀର ଜଗତପୁରୀ ଅଞ୍ଚଳର ବାପା ଝିଅଙ୍କ ସଂପର୍କକୁ ଲଜ୍ୟାନ୍ନିତ କରୁଥିବା ଏକ ଭିନ୍ନ ଧରଣର ଘଟଣା ସାମନାକୁ ଆସିଛି । ୧୫ ବର୍ଷୀୟ ଝିଅର ପିତା ପାଖାପାଖି ଦେଢ ବର୍ଷ ହେବ ଝିଅଟିକୁ ବଳତ୍କାର କରି ଆସୁଥିଲା । କିନ୍ତୁ ଦିନେ ହଠାତ୍ ଶନିବାର ଦିନ ଘରୁ ୧୦,୦୦୦ ଟଙ୍କା ଉଭେଇ ଯିବା ପରେ ଘଟଣାଟି ସାମନାକୁ ଆସିଛି ।

ଯେତେବେଳେ ମାଆ ନିଜ ଝିଅକୁ ଟଙ୍କା ବିଷୟରେ ପଚାରି ଥିଲେ, ବାପାର ସମସ୍ତ କାର୍ଯ୍ୟକଳାପ ସାମନାକୁ ଆସିଛି । ଯେଉଁ ଝିଅଟି ସହ ଏହି ଘଟଣା ଘଟିଛି, ସେହି ଝିଅଟି ନବମ ଶ୍ରେଣୀର ଛାତ୍ରୀ ଅଟେ । ଯେତେବେଳେ ମାଆ ଟଙ୍କା ବିଷୟରେ ପଚାରିବା ଆରମ୍ଭ କରିଥିଲେ, ଝିଅଟି ଭୟରେ କମ୍ପି ଉଠିଥିଲା । ତେଣୁ ମାଆ ଚିନ୍ତା କରିଥିଲେ, ତାଙ୍କ ଝିଅ ହିଁ ଟଙ୍କା ଚୋରୀ କରିଛି । ଏହି କାରଣରୁ ହିଁ ଝିଅ ଭୟଭୀତ ହେଉଛି କିନ୍ତୁ ଛାତ୍ରୀ ଜଣକ କହିଥିଲା, ସେ ଚୋରୀ କରି ନାହିଁ ଏବଂ ଭାଇ ଯେତେବେଳେ ଘରେ ରହୁ ନ ଥୁଲା, ସେହି ସମୟରେ ହିଁ ବାପା ମୋ ସହ ଖରପ କାମ କରୁଥିଲେ । ଏହା ପରେ ତୁରନ୍ତ ଛାତ୍ରୀଟିର ମାଆ ପୋଲିସରେ ସୂଚନା ଦେଇଥିଲେ ।