ବିନା ବରଯାତ୍ରୀର ବର ନିଜ ବିବାହରେ ପହଞ୍ଚିଥିଲା । ଯେତେବେଳେ ଉପହାର ଓ ଟଙ୍କା ମିଳିଥିଲା, ସେ ସବୁ ନେଇ ଫେରାର ହୋଇ ଯାଇଥିଲା ।

Spread the love

ମ୍ୟାରେଜ ସାଇଟ୍ ମାଧ୍ୟମରେ ଜଣେ ଦନ୍ତ ଚିକିତ୍ସକଙ୍କ ସହ ମିଳାମିଶା କରିଥିଲା ଜଣେ ଯୁବକ, ପରେ ବର ସାଜି ଲୁଟି ନେଇଥିଲା ଲକ୍ଷ ଲକ୍ଷ ଟଙ୍କା ।

ଆପଣମାନେ ଲୁଟେରୀ କନ୍ୟା ସହ ଜଡିତ ଅନେକ ଗୁଡିଏ ଘଟଣା ବିଷୟରେ ପଢିଥିବେ ଏବଂ ଶୁଣିଥିବେ । ଯେଉଁଠି କନ୍ୟା ବିବାହ କରିବା ପରେ ନିଜ ପତିଙ୍କ ଘର ଲୁଟି ଫେରାର ହୋଇ ଯାଇଥିଲା । କିନ୍ତୁ ନିକଟ ଅତୀତରେ ଜଣେ ଯୁବକ ବର ସାଜି ନିଜ କନ୍ୟାଙ୍କୁ ଲୁଟିଛି ଏବଂ ଲକ୍ଷ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛି । ଏହି ଘଟଣା ପଞ୍ଚକୁଳାର ଅଟେ । କୁହାଯାଉଛି ରବି କୁମାର ନାମକ ଜଣେ ଯୁବକ ପ୍ରଥମେ ଗୋଟେ ମେରେଜ୍ ସାଇଟ୍ ଜରିଆରେ ଏକ ଦନ୍ତ ଚିକିତ୍ସକ ଝିଅଙ୍କ ସହ ମିଳାମିଶା କରିଥିଲା ଏବଂ ପରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲା । ଯାହାପରେ ଏହି ଦୁହିଁଙ୍କ ବିବାହ ଠିକ କରାଯାଇଥିଲା କିନ୍ତୁ ଵିଵାହ ଦିନ ଯେତେବେଳେ ରବିକୁ ଝିଅ ଘର ଲୋକେ ଟଙ୍କା ଏବଂ ଉପହାର ଦେଇଥିଲେ, ସେ ସବୁ ନେଇ ସେ ଫେରାର ହୋଇଯାଇଥିଲା । ଏହି ଘଟଣା ପରେ ଝିଅ ଘର ଲୋକେ ଚଣ୍ଡୀଗଡ଼ର ସେକ୍ଟର ୫ ପୋଲିସ ଥାନାରେ ରବି ବିରୁଦ୍ଧରେ କେଶ ଦାଏର କରିଛନ୍ତି ଏବଂ ପୋଲିସ ବର୍ତ୍ତମାନ ଏହି ଘଟଣାର ଯାଞ୍ଚ କରୁଛି ।

ପୁରା ଘଟଣା କଣ ?

ଜାନୁୟାରୀ ମାସରେ ଆରୋପୀ ରବି କୁମାର ସାଦି.କମ୍ ଜରିଆରେ ପଞ୍ଚକୁଳାର ଏକ ଦନ୍ତ ଚିକିତ୍ସକ ଝିଅ ସହ ବନ୍ଧୁତା କରିଥିଲା ଏବଂ ପରେ ସେହି ଝିଅକୁ ପ୍ରେମ ନିବେଦନ କରିଥିଲା ଏବଂ ପ୍ରେମରେ ଫସାଇ ଦେଇଥିଲା । ରବି ଝିଅଟିକୁ କହିଥିଲା, ସେ ଦିଲ୍ଲୀର ବସିନ୍ଧା ଅଟେ । ଯେତେବେଳେ ଝିଅଟି ରବିର ବାପା ମାଆଙ୍କ ବିଷୟରେ ପଚାରିଥିଲା, ସେହି ସମୟରେ ରବି ନିଜ ପିତାମାତା ମୃତ ବୋଲି କହିଥିଲା ଏବଂ କହିଥିଲା ତାର ଗୋଟିଏ ଭାଇ ଏବଂ ଦୁଇ ଜଣ ଭଉଣୀ ଅଛନ୍ତି । ଝିଅଟି ରବିକୁ ନିଜର ମାତାପିତାଙ୍କ ସହ ସାକ୍ଷାତ କରାଇଥିଲା । ଯାହା ପରେ ଦୁହିଁଙ୍କ ବିବାହ ୬ ମଇରେ ଠିକ କରାଯାଇଥିଲା ଏବଂ ପଞ୍ଚକୁଲାର ଏକ ହୋଟେଲରେ ବିବାହ ହୋଇଥିଲା ।

ବିନା ବରାଯାତ୍ରୀରେ ବିବାହକୁ ଆସିଥିଲା ।

ରବି ୬ ମଇରେ ଏକୁଟିଆ ବିବାହ ମଣ୍ଡପକୁ ଆସିଥିଲା ଏବଂ ଯେତେବେଳେ ଝିଅ ଘର ଲୋକେ ତାଙ୍କୁ ସମ୍ପର୍କୀୟଙ୍କ ବିଷୟରେ ପଚାରିଥିଲେ, ସେହି ସମୟରେ ସେ କହିଥିଲା, ସେମାନେ କୌଣସି କାମରେ ଫସି ଯାଇଛନ୍ତି । ତେଣୁ କିଛି ସମୟ ପରେ ସେମାନେ ଆସିବେ । ରବି ଝିଅ ଘର ଲୋକଙ୍କୁ ବିବାହର ପରମ୍ପରା ଆରମ୍ଭ କରିବା ପାଇଁ କହିଥିଲା ଏବଂ ଝିଅ ଘର ଲୋକେ ରବି କଥା ମାନି ବିବାହ ପରମ୍ପରା ଆରମ୍ଭ କରି ଦେଇଥିଲେ । ପରମ୍ପରା ପରେ ରବିକୁ ହୀରା ମୁଦି, ସୁନା ଚେନ, ୫୦ ହଜାର ଟଙ୍କା ଏବଂ ମୂଲ୍ୟବାନ ଉପହାର ଦେଇଥିଲେ । ପରମ୍ପରା ସମୟରେ ନିଜ ସମ୍ପର୍କୀୟଙ୍କ ସହ ଫୋନରେ କଥା ହେବାର ଅଭିନୟ ମଧ୍ୟ କରୁଥିଲା ରବି କୁମାର ।

ଏହି ପ୍ରକାରର ଫେରାର ହୋଇଯାଇଥିଲା ।

ହୋମ ବୁଲା ଆରମ୍ଭ ହେବା ପୂର୍ବରୁ ରବି ଆରାମ କରିବା ବାହାନାରେ ରୁମକୁ ଚାଲିଯାଇଥିଲା । ଯେତେବେଳେ ରବିକୁ ଆଣିବା ପାଇଁ ଝିଅ ଘର ଲୋକେ ରୁମକୁ ଯାଇଥିଲେ ସେଠାରେ ସେମାନେ ନା ରବିକୁ ନା ରବିକୁ ଦିଆଯାଇଥିବା ଉପହାରକୁ ଦେଖିବା ପାଇଁ ପାଇଥିଲେ । ରବିକୁ ରୁମରେ ନ ପାଇ ଝିଅ ଜଣଙ୍କ ପ୍ରଥମେ ତାକୁ ଫୋନ କରିଥିଲେ କିନ୍ତୁ ସେ ଫୋନ ଉଠାଇ ନ ଥିଲା ଏବଂ କିଛି ସମୟ ପରେ ନିଜ ମୋବାଇଲକୁ ଅଫ୍ କରି ଦେଇଥିଲା ।

ରବି ନ ଆସିବା କାରଣରୁ ପୋଲିସକୁ ଏହି ଘଟଣା ବିଷୟରେ କୁହାଯାଇଥିଲା । ପୋଲିସ ରବି ବିରୁଦ୍ଧରେ କେଶ ଫାଇଲ କରି ରବିର ଖୋଜିବା ଆରମ୍ଭ କରିଦେଇଛି ।