ଦଶମ ଶ୍ରେଣୀ CBSE ପରୀକ୍ଷାରେ ୧୩ ଛାତ୍ର ଛାତ୍ରୀ ପ୍ରଥମ ସ୍ଥାନରେ ଅଛନ୍ତି, ସ୍ମୃତି ଇରାନିଙ୍କ ଝିଅ ରଖିଛନ୍ତି ଏତିକି ନମ୍ବର ।

Spread the love

ଗତ ସୋମବାର ୧୦ମ CBSE ପରୀକ୍ଷା ଫଳ ପ୍ରକାଶିତ ହୋଇଅଛି । ସବୁ ଛାତ୍ର ତାଙ୍କ ଫଳାଫଳ CBSE ଅଧିକାରୀଙ୍କ ବେବ୍ସାଇଟ cbseresult.nic.inରେ ଦେଖି ପାରିବେ । ଏଥିପାଇଁ ଛାତ୍ର ଛାତ୍ରୀଙ୍କ ରୋଲନମ୍ବର, ଜନ୍ମ ତାରିଖ, ସ୍କୁଲ ନମ୍ବର, ସେଣ୍ଟର ନମ୍ବର ଓ ଏଡ଼ମିଟ କାର୍ଡ ନମ୍ବର ଦେବାକୁ ପଡିବ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହି ବର୍ଷ ମାତ୍ର ୩୮ ଦିନ ଭିତରେ ୧୦ମ CBSEର ଫଳାଫଳ ପ୍ରକାଶ ପାଇଛି । ଏମିତିରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଫଳାଫଳକୁ ନେଇ ଯେତେ ପରିମାଣରେ ଭୟଭୀତ କରୁଥିଲେ, ସେହି ଡ଼ରରୁ ମୁକ୍ତି ମିଳିଛି । ବିଶେଷ କରି କହିବାକୁ ଗଲେ ଯେଉଁମାନେ ଟପ୍ ରେ ଅଛନ୍ତି; ସେମାନଙ୍କ ଖୁସି କହିଲେ ନ ସରେ ।

୧୩ ଛାତ୍ରଛାତ୍ରୀ ମିଳିମିଶି ଟପ୍ ହେଲେ :

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ବର୍ଷ ୧୦ମ CBSEରେ ପ୍ରଥମ ସ୍ଥାନରେ ମୋଟ ୧୩ ଜଣ ଛାତ୍ରଛାତ୍ରୀ ୫୦୦ ରୁ ୪୯୯ ଅଙ୍କ ରଖି ଟପ୍ ରହିଛନ୍ତି । ଏଥିମଧ୍ୟରୁ ଜଣେ ଗଜିଆବାଦର ଅପୂର୍ବ ଜୈନ ନାମ୍ନୀ ଛାତ୍ରୀ ଜଣକ କହିଛନ୍ତି, କେଉଁ ବିଷୟ (Subject)ରେ ତାଙ୍କର ଏକ ନମ୍ବର କଟିଛି । ଅପୂର୍ବ ଗଜିଆବାଦର ଉତ୍ତମ ସ୍କୁଲ ଫୋର ଗାର୍ଲସ ରେ ପଢୁ ଥିଲେ । ତାଙ୍କର ଗଣିତ, ବିଜ୍ଞାନ, ସଂସ୍କୃତ ଓ ଇଂଲିଶ କମ୍ୟୁନିକେସନରେ ୧୦୦ ରୁ ୧୦୦ ପାଇଛନ୍ତି ଏବଂ ଆଡ଼ିସନାଲ ବିଷୟ (sunject) “ଫାଉଣ୍ଡେସନ୍ ଅଫ୍ ଆଇଟି”ରେ ମଧ୍ୟ ୧୦୦ ରଖିଛନ୍ତି । ଖାଲି ଅପୂର୍ଵଙ୍କର ସୋସିଆଲ ସାଇନ୍ସରେ ଏକ ମାର୍କ କଟି ୯୯ ରଖିଛନ୍ତି । ଏହା ସହିତ ସେ ସବୁ ବିଷୟରେ ଏ-ପ୍ଲସ୍ ଗ୍ରେଡ୍ ଲାଭ କରିଛନ୍ତି।

ଅପୂର୍ବର ମାତା ପିତା ତାଙ୍କ ଝିଅକୁ ନେଇ ଗର୍ବ ଅନୁଭଵ କରୁଛନ୍ତି । ଅପୂର୍ଵଙ୍କ କହିବାନୁସାରେ ତାଙ୍କର ଭଲ ମାର୍କ ଆସିବାର ଆଶା ଥିଲା କିନ୍ତୁ ଟପ୍ପର ହେବେ ଭାବି ନ ଥିଲେ । ଅପୂର୍ଵଙ୍କ ସୋସିଆଲ ସାଇନ୍ସରେ ଏକ ନମ୍ବର କଟି ଯାଇଥିବାରୁ ଦୁଃଖିତ କି ବୋଲି ପଚରିବାରୁ; ସେ କହିଲେ, “୧ ନମ୍ବର କଟିବାର ଦୁଃଖ ନାହିଁ ବରଂ ୯୯ ପାଇବାରୁ ଖୁସି ଲାଗୁଛି ।” ଅପୂର୍ବ ଏହା କହିଛନ୍ତି ଯେ, ସେ ପାଠ ପଢ଼ା ସହ ଅନ୍ୟ ମନୋରଞ୍ଜନ କାର୍ଯ୍ୟ ମଧ୍ୟ କରୁଥିଲେ କାରଣ ଏହା ଦ୍ଵାରା ମନ ସ୍ଥିର ରହେ ।

ସ୍ମୃତି ଇରାନିଙ୍କ ଝିଅର ଆସିଛି ଏତିକି ନମ୍ବର :

କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନିଙ୍କ ଝିଅ ମଧ୍ୟ ଏହି ବର୍ଷ ୧୦ମ CBSE ପରୀକ୍ଷା ଦେଇଥିଲେ । ଏବେ ତାଙ୍କର ମଧ୍ୟ ଫଳାଫଳ ଆସି ଯାଇଛି । ଏହି ଅବସରରେ ସ୍ମୃତି ଇରାନି ଟ୍ୱିଟ କରି ସମସ୍ତଙ୍କୁ ତାଙ୍କ ଝିଅର ମାର୍କ ଜଣାଇଛନ୍ତି । ସ୍ମୃତିଙ୍କ ଝିଅ ୮୨% ପ୍ରତିଶତ ରଖିଛନ୍ତି । ତାଙ୍କ ଝିଅର ଏହି ନମ୍ବର ପାଇଁ ସ୍ମୃତି ଗର୍ବିତ । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ଦଶମ ଫଳାଫଳ ଆସିଗଲା ଝିଅ ୮୨ ପ୍ରତିଶତ ରଖିଛି । ମୋତେ ଗର୍ବ ଲାଗୁଛି ଯେ, ଏତେ ବଡ଼ ବାଜିକୁ ସେ ବହୁତ ଭଲ ଭାବେ ପ୍ରଦର୍ଶନ କରିଛି, ବହୁତ ଭଲ ।

ସ୍ମୃତିର ଏହି ଟ୍ୱିଟ ପରେ ସୋସିଆଲ ମିଡ଼ିଆରେ ଅନେକ ଲୋକ ତାଙ୍କ ଝିଅକୁ ଶୁଭକାମନା ଜଣାଇଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ କି କିଛି ଦିନ ପୂର୍ବରୁ ୧୨ଶ CBSE ଫଳାଫଳ ଆସିଥିଲା, ସେହିଥିରେ ସ୍ମୃତିଙ୍କ ପୁଅ ୧୨ଶ ପଢୁଛନ୍ତି, ଏମିତିରେ ସେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି ।

CBSE ବୋର୍ଡରୁ ମିଳିଥିବା ତଥ୍ୟ ଅନୁସାରେ ଗତ ବର୍ଷ ତୁଳନାରେ ଏହି ବର୍ଷ ୧୦ମ ଫଳାଫଳରେ ବହୁତ ସୁଧାର ଆସିଛି । ଏହିଥର ଉତ୍ତୀର୍ଣ୍ଣ ହାର ମଧ୍ୟ ବଢିଛି । ଗତ ବର୍ଷ ପାସ୍ ହାର ୮୬.୭୦ ପ୍ରତିଶତ ଥିଲା କିନ୍ତୁ ବର୍ତ୍ତମାନ ଏହି ପାସ୍ ହାର ୯୧.୧ ପ୍ରତିଶତ ରହିଛି, ଅର୍ଥାତ ୫ ପ୍ରତିଶତ ବଢିଛି ।