ଖରା ଦିନେ ଏହିସବୁ ହରବଲ୍ ଖାଇଲେ ମିଳିପାରିବ ଶରୀରକୁ ଶୀତଳତା ।

Spread the love

ଖରା ଦିନ ଅତ୍ୟଧିକ ଗରମ ଯୋଗୁଁ ଶରୀରରେ ଅସୁସ୍ଥତା ବଢି ଯାଇଥାଏ । ଏହି ସମୟରେ ନିଜ ଶରୀରକୁ ସତେଜ ରଖିବା ନିହାତି ଜରୁରୀ ଅଟେ । ଗରମ ଯୋଗୁଁ ଶରୀର ଜଳାପୋଡା ହୋଇଥାଏ, ମୁଣ୍ଡ ବ୍ୟଥା, ପାଚନ ଜନିତ ସମସ୍ୟା, ଘିମିରି ହେବା, ଡାଇରିଆ ଆଦି ଲକ୍ଷଣ ଦେଖା ଯାଇଥାଏ । ଏହି ସବୁ ସମସ୍ୟାରୁ ବର୍ତ୍ତିବା ପାଇଁ ଲୋକମାନେ ଥଣ୍ଡା ଜିନିଷ ଖାଇବାକୁ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କୁ କିଛି ଏମିତି ଜଡିବୁଟି ବିଷୟରେ ଜଣାଇବୁ, ଯାହାର ସେବନ କରିବା ପରେ ଆପଣ ଗରମରୁ ହେଉଥିବା ସମସ୍ୟାରୁ ବର୍ତ୍ତି ପାରିବେ ।

● ପୁଦିନା

ପୁଦିନା ଗରମ ସମୟରେ ସବୁଠାରୁ ଭଲ ଓ ଶରୀରକୁ ଥଣ୍ଡା କରିବା ଜଡିବୁଟି ଅଟେ । ଏହିଥିରେ ମିନଥଲ୍ ରହିଛି, ଯେଉଁଥି ପାଇଁ କୁଲିଙ୍ଗ ଏଫ୍ଫେକ୍ତ୍ସ ହେବା ଯୋଗୁଁ ଆପଣ ଥଣ୍ଡା ଅନୁଭବ କରିପାରିବେ । ଏହା ଖୁବ ସହଜରେ ମିଳି ଯାଇପାରିବ । ଏହାର ସେବନ କରିବା ପରେ ଝାଳ ସମସ୍ୟା, ପଚନ ସମ୍ପର୍କିତ ସମସ୍ୟାରୁ ଦୂରେଇ ଯାଇ ପାରିବେ ।

● ଗୋଲାପ

ଶରୀରକୁ ଥଣ୍ଡା ରଖିବା ପାଇଁ ଗୋଲାପ ବହୁତ ସାହାଯ୍ୟ କରିଥାଏ । ଏହା ଜଳାପୋଡାରୁ ରକ୍ଷା କରିବା ସହ ମସ୍ତିଷ୍କକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ । ଆପଣ ଚାହିଁଲେ ଗୁଲକଣ୍ଡ କିମ୍ବା ଏହାର ଥଣ୍ଡା ପାନୀୟ କରି ମଧ୍ୟ ପିଇ ପାରିବେ ।

● କେମୋମଇଲ

ଗରମ ସମୟରେ କେମୋମାଇଲ ମଧ୍ୟ ଗୋଟିଏ ଭଲ ଜଡବୁଟି ଅଟେ । ଆପଣ ଏହାକୁ ଚାହାରେ ପକାଇ ପିଇ ପାରନ୍ତି । କେମୋମାଇଲ ଶରୀରକୁ ଥଣ୍ଡା ରଖିବା ସହ ଅନିଦ୍ରା ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ଓ ଏହା ସହ ପାଚନ ପ୍ରକ୍ରିୟାକୁ ଠିକ ରଖିଥାଏ ।

● ମଞ୍ଜିଷ୍ଟା

ଆୟୁର୍ବେଦରେ ଏହାକୁ ଔଷଧ ରୂପରେ ବ୍ୟବହାର କରାଯାଇଥାଏ । ଗରମ ସମୟରେ ଏହାର ସେବନ କରିବା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରହିଥାଏ । ଏହା ଶରୀରରୁ ବିଷକ୍ତ ପଦାର୍ଥକୁ ବାହାରକୁ କାଡି ଶରୀରକୁ ଶୀତଳ ପ୍ରଦାନ କରିଥାଏ ।

● ତୁଲସୀ

ତୁଲସୀରେ ବହୁତ ଔଷଧୀୟ ଗୁଣ ରହିଛି । ଏଥିପାଇଁ ଏହାର ସେବନ କରିବା ନିହାତି ଜରୁରୀ ଅଟେ । ତୁଲସୀ ପାଚନ ଜନିତ ସମସ୍ୟା ଦୂରେଇ ଦେଇଥାଏ । ଏହାର ସେବନ ଫଳରେ ପେଟ ଯନ୍ତ୍ରଣା ଦୂରେଇ ଯାଇଥାଏ ।