ଖରାଦିନେ ଫ୍ରିଜ୍ ପାଣି ପରିବର୍ତ୍ତେ ମାଠିଆ ପାଣି ପିଅନ୍ତୁ, ଶରୀରକୁ ମିଳିବ ଅମୁଲ୍ୟ ଫଳପ୍ରଦ ।

Spread the love

ମାଟି ପାତ୍ରରେ ଥିବା ପାଣି ପିଇବା ଦ୍ୱାରା ଶରୀରକୁ ଅଦ୍ଭୁତ ଲାଭ ମିଳିଥାଏ, କିଛି ସମୟରେ ଠିକ ହୋଇଯାଏ ରକ୍ତଚାପ ।

ଗରମ ଦିନେ ମାଠିଆ ପାଣି ପିଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ତେଣୁ ଆପଣ ଖରା ଦିନେ ପ୍ଲାଷ୍ଟିକ ବୋତଲ, ଷ୍ଟିଲ ବାସନ ପରିବର୍ତ୍ତେ ମାଟି ହାଣ୍ଡିରେ ପାଣି ରଖନ୍ତୁ । ମାଟି ହାଣ୍ଡିର ପାଣି ପ୍ରାକୃତିକ ଭାବେ ଥଣ୍ଡା ରହେ, ଏହାକୁ ପିଇବା ଦ୍ୱାରା ଆପଣ ଅନେକ ରୋଗରୁ ମଧ୍ୟ ଦୁରେଇ ରହିଥାନ୍ତି ।

ମାଟି ହାଣ୍ଡିର ପାଣି ପିଇବା ଦ୍ୱାରା ଶରୀରକୁ ଏହି ସବୁ ଲାଭ ମିଳିଥାଏ –

ପାଚନ କ୍ରିୟା ସଠିକ ଭାବେ କାର୍ଯ୍ୟ କରେ-

ମାଠିଆ ପାଣି ପିଇବା ଦ୍ୱାରା ପେଟକୁ ବହୁତ ପ୍ରକାର ଉପକାର ମିଳିଥାଏ ଓ ପାଚନ କ୍ରିୟା ଠିକ ଭାବେ କାର୍ଯ୍ୟ କରେ । ଯେତେବେଳେ ଆମେ ପାଣିକୁ ପ୍ଲାଷ୍ଟିକ ବୋତଲରେ ରଖିଥାଉ, ସେତେବେଳେ ପାଣି ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିଥାଏ । ଏହି ପାଣି ବିଶୁଦ୍ଧ ହୋଇନଥାଏ, ଏହାକୁ ପିଇବା ଦ୍ୱାରା ପେଟ ଏବଂ ଶରୀରରେ କ୍ଷତି ହୋଇଥାଏ । ତେଣୁ ଆପଣ ପ୍ଲାଷ୍ଟିକ ପରିବର୍ତ୍ତେ ମାଟି ପାତ୍ରର ପାଣି ପିଅନ୍ତୁ । କାରଣ ମାଟି ପାତ୍ରରେ ଥିବା ପାଣି ରାସାୟନିକ ଅପଘଟକ ସଂସ୍ପର୍ଶରେ ଆସେ ନାହିଁ ।

ପାଣିରେ ପି.ଏଚ୍ (PH) ସ୍ତର ସନ୍ତୁଳିତ ଥାଏ-

ମାଠିଆରେ ଥିବା ପାଣିର ପି.ଏଚ୍ ସ୍ତର ସନ୍ତୁଳିତ ରହିଥାଏ ଏବଂ ଏହି ପାଣି ପିଇବା ଦ୍ଵାରା ପେଟରେ ଗ୍ୟାସ ସମସ୍ୟା ଉପୁଜି ନ ଥାଏ । ତେଣୁ ଯେଉଁମାନଙ୍କର ଗ୍ୟାସ ସମସ୍ୟା ଥାଏ; ସେମାନେ ମଧ୍ୟ ମାଠିଆର ପାଣି ପିଇବା ଆରମ୍ଭ କରି ଦିଅନ୍ତୁ । ଏହି ମାଠିଆର ପାଣି ପିଇବାର କିଛି ଦିନରେ ହିଁ ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବେ ।

ଚେହେରା ପାଇଁ ଫଳପ୍ରଦ ହୋଇଥାଏ-

ମାଟିର ମାଠିଆରେ ରଖାଯାଇଥିବା ପାଣି ପିଇଲେ ଚେହେରାକୁ ବହୁତ କିଛି ଲାଭ ମିଳିଥାଏ । ଏମିତି କୁହାଯାଏ କି, ମାଠିଆରେ ଥିବା ପାଣି ପିଇବା ଦ୍ୱାରା ଚେହେରାରେ ଭ୍ରଣ ହୁଏ ନାହିଁ ଏବଂ ଆପଣଙ୍କ ଚେହେରାରେ ସତେଜତା ଆସେ । ତେଣୁ ଯେଉଁ ଲୋକମାନଙ୍କର ଚେହେରା ସମ୍ବନ୍ଧୀୟ ସମସ୍ୟା ରହିଛି, ସେମାନେ ମାଠିଆର ପାଣି ପିଇବା ଆରମ୍ଭ କରିଦିଅନ୍ତୁ ।

ରକ୍ତଚାପ ନିୟନ୍ତ୍ରଣ ରଖେ-

ମାଟି ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ୱାରା ରକ୍ତଚାପ ସମସ୍ୟା ଦୂର ହୋଇଥାଏ । ଆୟୁର୍ବେଦ ଅନୁସାରେ ମଧ୍ୟ ରକ୍ତଚାପ ରୋଗୀଙ୍କୁ ମାଟି ପାତ୍ରରେ ଥିବା ପାଣି ପିଇବାକୁ ପରାମର୍ଶ ଦିଆଯାଏ । ରକ୍ତଚାପ ଛଡା ମାଠିଆ ପାଣି କୋଲେଷ୍ଟ୍ରୋଲକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ତେଣୁ ଯେଉଁ ଲୋକଙ୍କ ଶରୀରରେ କୋଲେଷ୍ଟ୍ରୋଲ ଅଧିକ ଥାଏ, ସେମାନେ ମଧ୍ୟ ମାଟି ପାତ୍ରର ପାଣି ପିଅନ୍ତୁ ।

ରକ୍ତ ଅଭାଵ ଦୂର କରିଥାଏ-

ଯେଉଁ ଲୋକଙ୍କ ଶରୀରରେ ରକ୍ତ ଅଭାବ ପରିଲକ୍ଷିତ ହୁଏ, ସେମାନେ ନିଶ୍ଚିତ ଭାବେ ମାଠିଆର ପାଣି ପିଅନ୍ତୁ । କାହିଁକି ନା ମାଠିଆର ପାଣି ପିଇବା ଦ୍ୱାରା ରକ୍ତହୀନତା ଦୂର ହୋଇଥାଏ । ଯେହେତୁ ମାଟିରେ ଆଇରନ ବହୁଳ ମାତ୍ରାରେ ଥାଏ ଏବଂ ମାଟି ପାତ୍ରରେ ପାଣି ରଖିବା ଦ୍ୱାରା ମାଟିରେ ଥିବା ଆଇରନ ସେହି ପାଣିକୁ ଆସେ । ଯେତେବେଳ ଆପଣ ସେହି ପାଣିକୁ ପିଅନ୍ତି; ସେତେବେଳେ ଆପଣଙ୍କ ଶରୀରକୁ ଆଇରନ ଆସିଥାଏ ଏବଂ ଆପେ ଆପେ ରକ୍ତ ଅଭାଵ ଦୂର ହୋଇଯାଇଥାଏ ।

Source : newstrend.news