ବିଳମ୍ବିତ ରାତିରେ ସୁଟିଂ ସାରି ଫେରୁଥିଲେ ଟିଭି ଜଗତର ୨ଜଣ ଅଭିନେତ୍ରୀ, ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ ହୋଇଗଲା ମୃତ୍ୟୁ ।

Spread the love

ବିଳମ୍ବିତ ରାତିରେ ସୁଟିଂ ସାରି ଫେରୁଥିଲେ ଟିଭି ଜଗତର ୨ଜଣ ଅଭିନେତ୍ରୀ, ସେତେବେଳେ ସମ୍ମୁଖରେ ଆସୁଥିବା ଟ୍ରକରୁ ବଞ୍ଚିତ ହେବାକୁ ଯାଇ ଗଛରେ ପିଟି ହେଲା କାର, ଘଟଣା ସ୍ଥଳରେ ହିଁ ହୋଇଗଲା ମୃତ୍ୟୁ ।

ସାଉଥ ଟିଭି ଜଗତ ପାଇଁ ଏକ ଖରାପ ଖବର ସମ୍ନାକୁ ଆସିଛି । ଏକ କାର ଦୁର୍ଘଟଣାରେ ଦୁଇଟି ବଡ଼ ଟିଭି ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣା ସେତେବେଳେ ହୋଇଥିଲା ଯେତେବେଳେ ଦୁଇ ଅଭିନେତ୍ରୀ ସୁଟିଂ ସାରି ଫେରୁଥିଲେ ଏବଂ ସେମାନଙ୍କ କାରର ଗତି ଖୁବ ଜୋରରେ ଥିବା ହେତୁ ରାସ୍ତାକଡରେ ଥିବା ଗଛରେ ପିଟି ହୋଇଥିଲା । ଘଟଣା ସ୍ଥଳରେ ଦୁଇଜଣ ଅଭିନେତ୍ରୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ହୋଇଥିବା ଦୁଇ ଅଭିନେତ୍ରୀଙ୍କ ନାମ ଅନୁଶା ରେଡ୍ଡୀ ଓ ଭାର୍ଗବୀ ।

ଖବର ଅନୁସାରେ, ଘଟଣାଟି ବୁଧୁବାର ଦିନ ସକାଳେ ବିକରାବାଦ ନିକଟରେ ହୋଇଥିଲା । ଅନୁଶା ଓ ଭାର୍ଗବୀଙ୍କ ସହ ଆଉ ଦୁଇଜଣ ମଙ୍ଗଳବାର ରାତିରେ ସୁଟିଂ ସାରି ବିକାରାବାଦରୁ ହାଇଦ୍ରାବାଦକୁ ଯାଉଥିଲେ । ଏହି ସମୟରେ କାର ଚାଳକ ବାକରି ସମ୍ମୁଖରେ ଆସୁଥିବା ଟ୍ରକକୁ ସାଇଡ ଦେବା ପାଇଁ କାରକୁ ଯେପରି ରାସ୍ତା ତଳକୁ କରିଛି, କାରର ଗତି ଖୁବ୍ ଜୋର ଥିବା ଯୋଗୁଁ ରାସ୍ତା କଡରେ ଥିବା ଗଛରେ ପିଟି ହେଲା । ଦୁର୍ଘଟଣାରେ ଆଘାତ ହୋଇଥିବା ବ୍ୟକ୍ତିଙ୍କ ନାମ ଚକରି ଓ ବିନୟ ଅଟେ । ଆଘାତ ହୋଇଥିବା ବ୍ୟକ୍ତିଙ୍କୁ ହାଇଦ୍ରାବାଦର ଉସ୍ମାନିୟ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁସାରେ ଭାର୍ଗବୀ (୨୦) ଓ ଅନୁଶା (୨୧) ଦୁହେଁ ଟିଭି ଧାରାବାହିକ ପାଇଁ କାମ କରୁଥିଲେ । ଭାର୍ଗବୀ ଟିଭି ଧାରାବାହିକ ‘ମୃତ୍ୟାଲା ମୁଗ୍ଗୁ’ରେ ଖଳନାୟକ ଭୂମିକାରେ ଅଭିନୟ କରୁଥିଲେ, ହେଲେ ଅନୁଶା ମଧ୍ୟ କୌଣସି ବଡ଼ ପ୍ରକଳ୍ପରେ କାମ କରି ସାରିଛନ୍ତି । ଅନୁଶା ରେଡ୍ଡୀ ତେଲେଙ୍ଗାନାର ଜୟଶଙ୍କର ଭୂପାଳାପଲ୍ଲୀରେ ରହୁଥିଲେ ।