ପାକିସ୍ତାନୀ କ୍ୱେଟ୍ଟା ସହରରେ ବୋମା ବିସ୍ଫୋରଣ; ୧୬ ଜଣକ ମୃତ, ଅନେକ ଆହତ…..

Spread the love

କରାଚି: ପାକିସ୍ଥାନର କ୍ୱେଟ୍ଟା ସହରରେ କ୍ୱେଟ୍ଟାର ହାଜରାଗଞ୍ଜି ଠାରେ ଶୁକ୍ରବାର ପ୍ରତ୍ୟୁଷରେ ଏକ ପରିବା ହାଟରେ ବୋମା ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୧୬ ଜଣ ବ୍ୟକ୍ତି ପ୍ରାଣ ହରାଇବା ସହ ଅନ୍ୟାନ୍ୟ ଅନେକ ଆହତ ହୋଇଛନ୍ତି । ଆହତ ହୋଇଥିବା ବ୍ୟକ୍ତିଙ୍କୁ ବୋଲନ ମେଡିକାଲ କମ୍ପ୍ଲେକ୍କ୍ଷ ଓ ସିବିଲ ହୋଇସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷାକର୍ମୀମାନେ ବିସ୍ଫୋଟକ ହୋଇଥିବା ସ୍ଥାନକୁ ଆବୋରାଧ କରିନେଇଛନ୍ତି ।

ପୋଲିସ ଉପ ମହାନିର୍ଦ୍ଦେଶକ (ଡିଆଜି) ଅବଦୁଲ ରଜ୍ଜକ ଚିମା, ବିସ୍ପୋଟୋକରେ ୧୬ ଜଣ ମୃତ୍ୟୁ ବରଣ କରିଥିବାର ପୁଷ୍ଟି କରିଛନ୍ତି । ଏହି ବୋମା ବିସ୍ଫୋରଣ ହାଜରା ସମ୍ପ୍ରଦାୟର ସଦସ୍ୟଙ୍କୁ ଆକ୍ଷେପ କରି କରଯାଇଥିଲା । ଆହତ ହୋଇଥିବା ଅଧିକାଂଶ ଲୋକ ପନିପରିବା ବିକ୍ରେତା ଅଟନ୍ତି । ଡିଆଜି ଚିମା କହିଛନ୍ତି, ବିସ୍ପୋରଣରେ ମୃତ୍ୟୁ ବରଣ କରିଥିବା ଅଧିକାଂଶ ଲୋକ ହାଜରା ସମ୍ପ୍ରଦାୟର ସଦସ୍ୟ ।

ଏହି ବୋମା ବିସ୍ଫୋଟକରେ ସୀମାନ୍ତର ଏକ ଯବନ ମୃତ୍ୟୁ ବରଣ କରିଥିବାର ସୂଚନା ମିଳିଛି । ଏହି ବିସ୍ଫୋଟକରେ ମୃତ୍ୟୁସଂଖ୍ୟା ଆହୁରି ବଢ଼ି ପାରେ ବୋଲି ନିରାପତ୍ତା ଦଳ ଆଶଙ୍କା କରୁଛନ୍ତି । ବିସ୍ଫୋଟକ ସ୍ଥଳକୁ ନିରାପତ୍ତା ଦଳ, ପୋଲିସ ଏବଂ ସୀମାନ୍ତରେ ଯବନ ପହଞ୍ଚି, ଯାଞ୍ଚ କରୁଛନ୍ତି । ଯେଉଁଠାରେ ବିସ୍ଫୋଟକ ହୋଇଛି, ସେହି ସ୍ଥାନର ନିରାପତ୍ତା ଦଳ, ପୋଲିସ, ଘେରି ରହିଛି ।

ହଜାରା ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ସମ୍ପ୍ରଦାୟିକ ହିଂସାକୁ ଭିତ୍ତ କରି ଏହିପରି କାଣ୍ଡ ଘଟିଛି ବୋଲି ପାକ ନିରାପତ୍ତା ଦଳ କହିଛି । କ୍ଵେଟା ପୋଲିସ ମହାନିରକ୍ଷକ, ଏହି ଘଟଣାରେ ୮ ଜଣ ମୃତ୍ୟୁବରଣ ଓ ୭ ଆହତ ହୋଇଥିବାର ସୂଚନା ଦେଇଥିଲେ, ମିଡିଆକୁ । ବର୍ତ୍ତମାନ ପରଜ୍ଯନତି ଉଦ୍ଧାର କାର୍ଯ୍ୟ ଚାଲିଛି ।

ବିସ୍ଫୋରଣ କାରଣରୁ ଆଖପାଖରେ ଥିବା କୋଠାଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।