ଏହି ଚାରି ଭାଇ ଭଉଣୀ -IAS, IPS ଅଛନ୍ତି. 2 ବଖରା ଘରେ ରହି ତାଙ୍କ ପାଠ ପଢ଼ା ପୁରା କଲେ.

Spread the love

ବ୍ୟାଙ୍କ କର୍ମଚାରୀ ଅନିଲ ମିଶ୍ର, ପ୍ରତାପ ଗଡର ଲାଲଗଞ୍ଜ ତହସିଲ କ୍ଷେତ୍ରର ବାସିନ୍ଦା, ଅତି ସରଳ ଜୀବନ ଯାପନ କରି ବେଶ୍ ଖୁସିରେ ରହୁଥାନ୍ତି । ଘରେ ସମସ୍ତଙ୍କ ଗୋଟେ ମାତ୍ର ଆଶା ଥିଲା ଯେ, ତାଙ୍କର ଚାରୋଟି ଯାକ ପିଲା ବଡ଼ ହୋଇ ତାଙ୍କ ନା ରଖିବେ ଅନିଲ ମିଶ୍ର ଓ ତାଙ୍କ ସହ ଧର୍ମୀ ପିଲାଙ୍କ ଉପଯୁକ୍ତ ଯତ୍ନ ନେବା ସଂଗେ ସଂଗେ ସୁନାଗରିକ ଭାବେ ଗଢି ତୋଳିବାରେ କିଛି ଅବହେଳା କରି ନାହାନ୍ତି । ଏମିତି ହିଁ କିଛି ହେଲା ସେ ଚାରି ଜଣ ପିଲା ଦେଶର ସର୍ବୋଚ୍ଚ ସେବା ପରୀକ୍ଷା ଦେଇ ଉତୀର୍ଣ୍ଣ ହେଲେ ।

ଚାରି ଭାଇ ଭଉଣୀ ରେ ସବୁଠୁ ବଡ ହେଉଛନ୍ତି ଯୋଗେଶ ମିଶ୍ର, ଯିଏ କି ଜଣେ I.A.S. ଅଛନ୍ତି ଏବଂ କଲିକତାର ରାଷ୍ଟ୍ରୀୟ ତୋପ ଓ ଗୋଲା ନିର୍ମାଣରେ ପ୍ରଶାସନିକ ଅଧିକାରୀ ଅଛନ୍ତି । ଦ୍ୱିତୀୟ ଜଣଙ୍କ ତାଙ୍କ ଭଉଣୀ କ୍ଷମା ମିଶ୍ର ଯି ଏକି I.P.S. ଅଛନ୍ତି, ବର୍ତମାନ ସେ କର୍ଣ୍ଣାଟକରେ ଅଛନ୍ତି । ତୃତୀୟ ଭଉଣୀ ଜଣଙ୍କ ମାଧବୀ ମିଶ୍ର ଝାଡ଼ଖଣ୍ଡ କେଡ୍ଡେରରେ I.P.S. ଅଛନ୍ତି ଏବଂ ସେ କେନ୍ଦ୍ରର ବିଶେଷ ପ୍ରତି ନିଯୁକ୍ତି ଦିଲ୍ଲୀରେ ଅଛନ୍ତି । ଛୋଟ ଭାଇ ଲୋକେଶ ମିଶ୍ର ଯି ଏକି ତାଲିମ ପ୍ରାପ୍ତ I.A.S. ଅଛନ୍ତି ।

ଏତେ ବଡ ଲକ୍ଷ ହାସିଲ କଲା ପରେ ବି ସେମାନେ ତାଙ୍କ ଉପରେ ବିତି ଯାଇଥିବା ଅତୀତର କେତକ କଥା କହିଥିଲେ- 2 ବଖରା ଘରେ ଯଦି କେହି ଅତିଥି ଆସିଯାନ୍ତି, ତେବେ ତାଙ୍କୁ ବହୁତ ଅସୁବିଧା ହେଉଥିଲା । ପ୍ରତି ବର୍ଷ ଯେବେ ରକ୍ଷା ବନ୍ଧନ ଆସେ, ତେବେ ଚାରି ଭାଇ ଭଉଣୀ ଏକାଠି ପ୍ରେମର ସହ ଏକ ଜୁଟ ହେଉଥିଲେ । ଏହି ଚାରି ଜଣ ତାଙ୍କ ବାପାଙ୍କୁ ନିଜ ଗୁରୁ ବୋଲି କହୁଥିଲେ ଏବଂ କହିଲେ ଯେ, ଆଜି ସେମାନେ ଯାହା ବି ଅଛନ୍ତି ତାଙ୍କ ବାପା ଓ ମା ଙ୍କ ପାଇଁ !