ଓଡିଶାରେ ଲକ୍ଡ଼ାଉନ୍ ଅବଧି ମେ’ ୧୯ ପରିବର୍ତ୍ତେ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବଢିଲା…

Spread the love

ରାଜ୍ୟରେ କରୋନା ସଂକ୍ରମିତ ମାମଲା ବଢିବାରେ ଲାଗିଛି । ସରକାରଙ୍କ ତତ୍ତ୍ଵାବଧାନରେ ସଂକ୍ରମଣ ଅଟକାଇବା ପାଇଁ ରାଜ୍ୟରେ କଟକଣା କଡାକଡି କରାଯାଇଛି । ଏବେ ଲକ୍‌ଡାଉନ୍‌ ଅବଧିକୁ ଜୁନ୍ ୧ ଯାଏ ରାଜ୍ୟ ସରକାର ବଢ଼ାଇଛନ୍ତି । ଏହାସହ ପୂର୍ବ ଗାଇଡଲାଇନରେ କିଛି ପରିବର୍ତ୍ତନ ମଧ୍ୟ କରାଯାଇଛି ।

ପୂର୍ବରୁ ବାହାଘର ସମାରୋହରେ ୫୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଥିଲା । କିନ୍ତୁ କାରୋନା ସଂକ୍ରମଣ ହାରକୁ ଦ୍ରୁଷ୍ଟିରେ ରଖି ବର୍ତ୍ତମାନ ବାହାଘର ସମାରୋହରେ କେବଳ ୨୫ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି ।

ସାମୁହିକ ଭୋଜି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଭୋଜିଭାତ ବଦଳରେ ପ୍ୟେକେଟ୍ କରି ଦିଆଯିବାର ଅନୁମତି ଦେଇଯାଇଛି । ଶୁଦ୍ଧିକ୍ରିୟା ଓ ବ୍ରତଘର ସମାରୋହରେ ସର୍ବାଧିକ ୨୦ ଜଣ ସାମିଲ ହେବା ସହ ସମାନ କଟକଣା ଲାଗୁ ହୋଇଛି ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, କରୋନା ସଂକ୍ରମଣ ଦିନକୁ ଦିନ ବାଢୁଥିବାରୁ ରାଜ୍ୟ ସରକାର ଲକ୍ଡ଼ାଉନ୍ ଅବଧି ମେ ୧୯ ତାରିଖ ପରିବର୍ତ୍ତେ ଜୁନ୍ ୧ ରାଇଖ ସକାଳ ଯାଏଁ ବୃଦ୍ଧି କରିଛନ୍ତି । ଏହା ସହ କୋଭିଡ୍ କଟକଣା ମଧ୍ୟ କଡାକଢି କରିଛନ୍ତି । ପୂର୍ବରୁ କେବଳ ସକାଳ ୬ରୁ ଦିନ ୧୨ଟା ଯାଏଁ ପନିପରିବା ଓ ରାସନ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା କିନ୍ତୁ ନୂଆ ଗାଇଡଲାଇନ୍ ଅନୁସାରେ ସକାଳ ୭ଟାରୁ ସକାଳ ୧୧ଟା ଯାଏଁ ପନିପରିବା ଓ ଅନ୍ୟ ରାସନ ସାମଗ୍ରୀ କିଣିବାକୁ ଲୋକମାନେ ବାହାରକୁ ଯାଇପାରିବେ । ନିର୍ମାଣ କାର୍ଯ୍ୟ ପାଇଁ ଶ୍ରମିକ ଯାଇ ପାରିବେ ଏବଂ ଏହା ସମ୍ପୂକ୍ତ ଦୋକାନଗୁଡ଼ିକ ଖୋଲା ରହିବ । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କର୍ମଚରୀ ସଂଖ୍ୟା କମିବ ।