ଏମିତି ବି ନିର୍ଦୟ ମା-ବାପା ଅଛନ୍ତି … ଯିଏ କି, ଜନ୍ମ ହେବାର ମାତ୍ର ୪ ଦିନରେ ଶିଶୁକୁ ଶୀତ ଥଣ୍ଡାରେ ଛାଡି ଚାଲିଗଲେ,

Spread the love

ଖୁସିର ବାସ୍ତବ ମୂଲ୍ୟ ସେମାନଙ୍କୁ ଜଣାଅଛି ଯେଉଁମାନେ ନିଜ ଜୀବନରେ କେବେ ବି ଖୁସିକୁ ପାଇ ନାହାନ୍ତି । କିନ୍ତୁ କେତେକ ଲୋକ ଏମିତି ଖୁସିରେ ନିଜକୁ ସମ୍ପୂର୍ଣ୍ଣ ଅର୍ଥାତ ଏହିପରି ଖୁସିରେ ଡୁବିଯାନ୍ତି । ଏବଂ ଆଉ କିଛି ଲୋକ ଏହି ଖୁସିକୁ ସମ୍ଭାଳ ପାରି ନାହାନ୍ତି । ସମସ୍ତ ଲୋକମାନେ ଚାହାନ୍ତି ନିଜ ଜୀବନରେ, ନିଜ ପରିବାରକୁ ସୁନ୍ଦର ଭାବରେ ଗଢି ତୋଳିବାକୁ । ଗୋଟିଏ ଖୁସି ଭରା ପରିବାର କିଏ ନ ଚାହେଁ ! ଯାହାର ପାଖରେ ତା’ର ମା-ବାପା, ସ୍ୱାମୀସ୍ତ୍ରୀ, ଭାଇ-ଭଉଣୀ ଏବଂ ଛୁଆମାନେ ରହୁଥିବା ।

କିନ୍ତୁ ବର୍ତ୍ତମାନର ଦୁନିଆରେ କିଛି ମଣିଷ ଠାରେ ଏହା ବ୍ୟତିକ୍ରମ ଦେଖାଯାଏ । ବର୍ତ୍ତମାନର ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ନିଜକୁ ବିଶ୍ୱାସ କରିପାରିବେ ନାହିଁ । ସୁରତର ଉଥନା ଥିବା ଲଷ୍ମୀ ନାରାୟଣ ମନ୍ଦିର ସାମ୍ନାରେ କେହି ନିର୍ଦୟ ବ୍ୟକ୍ତି ଜଣକ ସକାଳୁ ସକାଳୁ ଭୀଷଣ ଥଣ୍ଡାରେ ଏକ ନବଜାତ ଶିଶୁକୁ ଛାଡ଼ିଚାଲ ଯାଇଛନ୍ତି । ଯେତେବେଳେ କି ରାସ୍ତାରେ ଯାଉଥିବା ଲୋକଙ୍କ ନଜର ପଡିଲା ସେହି ଛୁଆ ଉପରେ ସେମାନେ ତୁରନ୍ତ ସେହି ଛୋଟ ଛୁଆକୁ ଡାକ୍ତରଙ୍କ ପାଖକୁ ନେଇଗଲେ ।

ଡାକ୍ତର M.CHOUHAN କହିଲେ,ଏହି ଛୁଆଟି 5-6 ଘଣ୍ଟା ହେଲା କ୍ଷୀର ପିଇ ନାହିଁ । ଏହି ଛୁଆର ନାଭିରେ clamp ଲାଗିଥିବାର ଦେଖିଲେ । ଛୁଆଟିର ଗୋଡ଼ କଳା ରଙ୍ଗରେ ରଙ୍ଗୀତ ହୋଇଥିଲା । ଛୁଆଟି ବର୍ତ୍ତମାନ ସୁସ୍ଥ ଅଛି ।

କିନ୍ତୁ ଗୋଟିଏ କଥା ବୁଝି ହୋଉ ନାହିଁ ଯେ ଏମିତି ନିର୍ଦୟ ବାପା-ମା ଯେଉଁମାନେ କି ଛୁଆକୁ ପ୍ରଥମେ ଜନ୍ମ ଦେବା ପରେ ରାସ୍ତା ମଝିରେ ଏମିତି ମରିବା ପାଇଁ ଛାଡି ଦେଇ ଚାଲି ଯାଉଛନ୍ତି । ଯଦି ଛୁଆକୁ ପାଳିପୋଷୀ ବଡ କରିବାର କ୍ଷମତା ନାହିଁ ତେବେ ଛୁଆକୁ ଜନ୍ମ କାହିଁକି ଦେଉଥିଲେ ? ଏହିପରି ଅନେକ ପ୍ରଶ୍ନ ଲୋକଙ୍କ ମନରେ । ବାସ୍ତବରେ କହିବାକୁ ଗଲେ ଆଜି କଲି ଦୁନିଆରେ “ଦୟା ନାମର ଜିନିଷ କିଛି ନାହିଁ” !