ଅଗଷ୍ଟ ମାସ, ଏହି ତିନୋଟି ରାଶିମାନଙ୍କ ପାଇଁ ହୋଇପାରେ କ୍ଷତିକାରକ, ଅସୁବିଧାକୁ ଘୁଞ୍ଚାଇବା ପାଇଁ କରନ୍ତୁ ଏହି ଉପାୟମାନ ।

Spread the love

ଜୁଲାଇ ମାସ ଶେଷ ହେବାକୁ ବସିଲାଣି ଏବଂ ଅଗଷ୍ଟ ମାସର ଆରମ୍ଭ ହେବାକୁ ଯାଉଛି । ଏହି ମାସରୁ କେତେକ ଲୋକଙ୍କୁ ଭିନ୍ନ ଭିନ୍ନ ଆଶା ରହିଥିବ । ବିଶେଷ କରି ସେହି ଲୋକମାନେ ଯେଉଁମାନଙ୍କ ସମୟ ବର୍ତ୍ତମାନ ବହୁତ ଖରାପ ଚାଲୁଅଛି । ସେମାନେ ଚିନ୍ତା କରୁଥିବେ ଯେ, ଅଗଷ୍ଟ ମାସରେ ବୋଧ ହୁଏ; ତାଙ୍କ ସହିତ କିଛି ଭଲ ହୋଇପାରେ । ଏମିତିରେ ଆଜି ଆମେ ଆପଣ ମାନଙ୍କୁ ତିନୋଟି ଏପରି ରାଶି ବିଷୟରେ ସୂଚନା ପ୍ରଦାନ କରିବୁ, ଯେଉଁମାନଙ୍କ ପାଇଁ ଏହି ଅଗଷ୍ଟ ମାସଟି ବହୁତ ଖରାପ ହୋଇପାରେ । ଏମାନଙ୍କୁ ଏହି ମାସରେ କେତେକ ସମସ୍ୟାର ମଧ୍ୟ ସମ୍ମୁଖୀନ କରିବାକୁ ପଡ଼ିପାରେ । ଯଦିଓ, ଆପଣଙ୍କ ରାଶି ଉପରେ କିଛି ଖରାପ ପ୍ରଭାବ ପଡିପାରେ ତଥାପି ଆପଣଙ୍କୁ ଏଥିରୁ ଭୟ କରିବାର କିଛି ନାହିଁ, କାରଣ ଆମେ ଆପଣଙ୍କୁ ଏଥିରୁ ବଞ୍ଚିବାର କେତେକ ଉପାୟ ମଧ୍ୟ ଜଣାଇବୁ । ତେବେ ଚାଲନ୍ତୁ ବିନା କୌଣସି ବିଳମ୍ବିତାରେ ଜାଣିନେବା ଯେ, ଅଗଷ୍ଟ ମାସ ଆପଣଙ୍କ ପାଇଁ କେଉଁ ସମସ୍ୟା ନେଇ ଆସିବ ।

ମିଥୁନ ରାଶି :

ଏହି ରାଶିର ଲୋକମାନଙ୍କୁ ଅଗଷ୍ଟ ମାସରେ ବହୁତ ଧନ ହାନି ହେବାର ସମ୍ଭାବନା ରହିଛି । ଏହି ଧନର କ୍ଷତି ଆପଣଙ୍କୁ କୌଣସି ରୂପରେ ମଧ୍ୟ ହୋଇପାରେ । ଯେପରି ଆପଣଙ୍କ ନିବେଶ କରିଥିବା ଟଙ୍କା ବୁଡ଼ିଯିବ, ଚାକିରୀରେ ମଧ୍ୟ କିଛି ବଡ କ୍ଷତି ହୋଇପାରେ, ବ୍ୟବସାୟ କ୍ଷେତ୍ରରେ ମଧ୍ୟ ହାନି ଘଟିପାରେ, ଚୋରି ହୋଇପାରେ କିମ୍ବା କୌଣସି ମୂଲ୍ୟବାନ ଜିନିଷ ହଜି ମଧ୍ୟ ଯାଇପାରେ । ଏଥିପାଇଁ ପାଇଁ ମିଥୁନ ରାଶିର ବ୍ୟକ୍ତି ମାନଙ୍କୁ ଅଗଷ୍ଟ ମାସରେ ଧନ ମାମଲାରେ ଟିକିଏ ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ । ଏହି ଧନହାନିରୁ ବଞ୍ଚିବାର ଗୋଟିଏ ଉପାୟ ମଧ୍ୟ ରହିଛି, ଯାହାର ଅନ୍ତର୍ଗତରେ ଆପଣ ଏହି ହାନୀରୁ ନିଜକୁ ସୁରକ୍ଷିତ କରିପାରିବେ । ସେହି ଉପାୟଟି ହେଉଛି, ଅଗଷ୍ଟ ମାସର ସମସ୍ତ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ନାମରେ ବ୍ରତ ରଖନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କ ଠାରେ ଘିଅର ଦୀପକ ପ୍ରଜ୍ବଳିତ କରନ୍ତୁ । ଏହା ବ୍ୟତୀତ ଆପଣ ନିଜ ଘରର ତିଯୋରୀ ବା ସିନ୍ଦୁକରେ ମାତା ଲକ୍ଷ୍ମୀଙ୍କ ଚରଣ ପାଦୁକା ମଧ୍ୟ ଲଗାଇ ପାରିବେ ।

ସିଂହ ରାଶି :

ଅଗଷ୍ଟ ମାସ, ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଦୁର୍ଭାଗ୍ୟ ନେଇ ଆସିପାରେ । ଏହି ମାସରେ ଆପଣଙ୍କ ଉପରେ ଗୋଟିଏ ପରେ ଗୋଟିଏ ସମସ୍ୟା ଆସିବ । ଆପଣଙ୍କ ଚିନ୍ତା ଶେଷ ହେବ ନାହିଁ । ଆପଣ ଯେଉଁ କାର୍ଯ୍ୟ ମଧ୍ୟ କରିବେ ସେଥିରେ ବାଧା ଉତ୍ପନ୍ନ ହେବ । ଏମିତି ମଧ୍ୟ ହୋଇପାରେ କି ଆପଣଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟ ମଧ୍ୟ ବିଗିଡି ପାରେ । ତଥାପି ଆପଣଙ୍କ ପାଖରେ ଏହି ସବୁ ସମସ୍ୟାର ସମାଧାନ ପାଇଁ ମାର୍ଗ ମଧ୍ୟ ରହିଛି । ଏଥିପାଇଁ ଆପଣ ଅଗଷ୍ଟ ମାସର ପ୍ରତ୍ୟେକ ଶନିବାର ଦିନ ଶନି ମନ୍ଦିର ଯାଆନ୍ତୁ ଏବଂ ଶନିଦେବଙ୍କୁ କଳା ରାଶି ଏବଂ ସୋରିଷ ତେଲର ଦୀପକ ମଧ୍ୟ ପ୍ରଜ୍ବଳିତ କରନ୍ତୁ । କେବଳ ଶନିଦେବ ହିଁ ଆପଣଙ୍କ ଏହି ଦୁର୍ଭାଗ୍ୟରୁ ଆପଣଙ୍କୁ ମୁକ୍ତି ଦେଇ ପାରିବେ । ଏହି ମାସରେ ଆପଣଙ୍କ ଅତ୍ୟାବଶ୍ୟକ କାର୍ଯ୍ୟ ଗୁଡିକୁ ମଧ୍ୟ ସ୍ଥଗିତ ରଖିବା ଆପଣଙ୍କ ପାଇଁ ସଠିକ ବିକଳ୍ପ ଅଟେ ।

ମୀନ ରାଶି :

ମୀନ ରାଶିର ଲୋକମାନଙ୍କର ସ୍ୱାସ୍ଥ୍ୟ ଅଗଷ୍ଟ ମାସରେ ଖରାପ ରହିବ ଏବଂ କିଛି ଆତ୍ମୀୟ, ସମ୍ପର୍କୀୟ ଲୋକଙ୍କ ସହ ଝଗଡା ହେବ କିମ୍ବା ପ୍ରେମରେ ଅସଫଳ ଦେଖାଦେବ । ଏମିତି ପରିସ୍ଥିତିରେ ଆପଣଙ୍କୁ ଆପଣଙ୍କର ସ୍ୱାସ୍ଥ୍ୟର ବିଶେଷ ଭାବରେ ଧ୍ୟାନ ରଖିବାକୁ ହେବ ଏବଂ ଯେକୌଣସି ଅତି ନିଜର ବ୍ୟକ୍ତିଙ୍କ ସହିତ ଲଢେ଼ଇ ଝଗଡା କରନ୍ତୁ ନାହିଁ । ଅଗଷ୍ଟ ମାସରେ ଆପଣଙ୍କର କ୍ରୋଧ ହିଁ ଆପଣଙ୍କୁ କ୍ଷତି ପହଞ୍ଚାଇ ପାରେ । ସେଥିପାଇଁ ଆପଣ ନିଜ କ୍ରୋଧ ଉପରେ ବିଶେଷ ଭାବରେ ନିୟନ୍ତ୍ରଣ ରଖନ୍ତୁ । ଏହା ଛଡ଼ା ଆପଣ ଏହି ମାସରେ ଯେପରି କୌଣସି ବଧ ବିଘ୍ନ ନ ଆସିବା ପାଇଁ ଚାହୁଛନ୍ତି; ତେବେ ଭଗବାନ ଗଣେଶଙ୍କ ଆରାଧନା ମଧ୍ୟ କରିପାରିବେ । ଅଗଷ୍ଟ ମାସର ସମସ୍ତ ବୁଧବାର ଦିନ ଭଗବାନ ଗଣେଶଙ୍କ ପୂଜା କରନ୍ତୁ ଏବଂ ମନ୍ଦିରରେ ପ୍ରସାଦ ମଧ୍ୟ ଅର୍ପଣ କରନ୍ତୁ ।

ଏହି ତିନୋଟି ରାଶି ବ୍ୟତୀତ ତୁଳା, ମକର ଏବଂ ବିଚ୍ଛା ରାଶିର ଲୋକଙ୍କୁ ମଧ୍ୟ ଟିକିଏ ସାବଧାନତା ଅବଲମ୍ବନ କରିବାକୁ ପଡିବ । ଆପଣ ମାନଙ୍କ ପାଇଁ ଅଗଷ୍ଟ ମାସଟି ପୁରା ଖରାପ ତ ରହିବ ନାହିଁ କିନ୍ତୁ ଛୋଟ ଛୋଟ ଅସୁବିଧା ନିଶ୍ଚିତ ଭାବେ ଆସିପାରେ । ଯଦି ଆପଣ ଏହି ପରିସ୍ଥିତିକୁ ସୁଧାରିବାକୁ ଚାହୁଁଛନ୍ତି; ତେବେ ଏହି ମାସର ପ୍ରତ୍ୟେକ ସୋମବାର ଦିନ ଶିବ ଭଗବାନଙ୍କୁ ଜଳ ଚଢାଇ ପୂଜାପାଠ କରନ୍ତୁ ।