୧୦୦ ଟଙ୍କାରେ କରନ୍ତୁ LICର ଗୋଟିଏ ଇଂସୁରେନ୍ସ, ସ୍ୱାସ୍ଥ୍ୟ ଖରାପ ହେଲେ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିଥାଏ ।

Spread the love

“ସାଧାରଣ ବ୍ୟକ୍ତି ବୀମା ଯୋଜନା”ରେ ଏଲ୍.ଆଇ.ସିରେ କେବଳ ୧୦୦ ଟଙ୍କାରେ କରନ୍ତୁ ଗୋଟିଏ ଇଂସୁରେନ୍ସ, ସ୍ୱାସ୍ଥ୍ୟ ଖରାପ ହେଲେ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିଥାଏ ।

ଛୁଆମାନଙ୍କୁ ପଢ଼ିବା ପାଇଁ ସ୍କାଲରସିପ ମିଳିଥାଏ ।

ପ୍ରତି ବର୍ଷ କେବଳ ୧୦୦ ଟଙ୍କା ପ୍ରିମୀୟମ ଜମା କରିବାକୁ ହୁଏ ।

ଲାଇଫ ଇନ୍ସୁରାନ୍ସ କର୍ପୋରେସନ୍ କେବଳ ୧୦୦ଟଙ୍କାର ଜୀବନ ବୀମା ଅଫର୍ ରହିଛି । ସାଧରଣ ବ୍ୟକ୍ତି ବୀମା ଯୋଜନାରେ କମ୍ପାନୀ, ମୃତ୍ୟୁ ହେଲେ ୩୦ ହଜାର ଟଙ୍କା ପରିବାରକୁ ସହାୟତା ଦିଆଯାଏ । ଯଦି ବୀମକୃତ ବ୍ୟକ୍ତିଙ୍କ ଦୁର୍ଘଟଣା କିମ୍ବା ଆକସ୍ମିକ ମୃତ୍ୟୁ ଘଟେ; ତେବେ ସେହିପରି କ୍ଷେତ୍ରରେ ନୋମିନିକୁ ୭୫ ହଜାର ଟଙ୍କା ସହାୟତା ଦିଆ ଯାଇଥାଏ । ଯଦି ଅଳ୍ପ ରୋଗୀଣ ଅବସ୍ଥାରେ ବୀମାକୃତ ବ୍ୟକ୍ତିଙ୍କୁ ୩୭୫୦୦ ଟଙ୍କା ସହାୟତା ମିଳିଥାଏ । ସେହିପରି କ୍ଷେତ୍ରରେ ପୋଲିସି ସ୍କୋଲରସିପିର ଲାଭ ମଧ୍ୟ ମିଳିଥାଏ । ଅତ୍ୟଧିକ ଦୁଇଟି ଛୁଆଙ୍କୁ (୯ମ ରୁ ୧୨ଶ) ପର୍ଯ୍ୟନ୍ତ ମାସିକ ୧୦୦ଟଙ୍କା ଲେଖାଏଁ ସ୍କୋଲରସିପି ପ୍ରଦାନ କରାଯାଏ ।

୧୮ ରୁ ୫୯ ବର୍ଷ ବୟସ ପର୍ଯ୍ୟନ୍ତ, କିଏ ମଧ୍ୟ ଏହି ପୋଲିସି ନେଇ ପାରିବେ ।

ପୋଲିସିର ନିୟମ କଣ ଅଟେ :

୧. ଆବେଦନକର୍ତ୍ତାର ବୟସ ୧୮ ରୁ ୫୯ ମଧ୍ୟରେ ହେବ ଉଚିତ । ସେ ପରିବାରର ମୁଖିଆ ହୋଇଥିବେ ଅଥବା ରୋଜଗାର କ୍ଷମ ହୋଇଥିବେ । ୩୦ ହାଜର ଟଙ୍କା ଏହି ବୀମ ପାଇଁ ବାର୍ଷିକ ୨୦୦ ଟଙ୍କା ପ୍ରିମିୟମ ଦେବାକୁ ପଡ଼େ କିନ୍ତୁ ୫୦%ର ସହାୟତା ସରକାରଙ୍କ ଦ୍ୱାର ହୋଇଥାଏ । ଏଠାରେ ବର୍ଷକୁ ମାତ୍ର ୧୦୦ ଟଙ୍କା ଆବେଦନ କର୍ତ୍ତାଙ୍କୁ ଦେବାକୁ ପଡିଥାଏ ।

କେଉଁ କାଗଜ ବ୍ୟବହାର ହୁଏ :

୨. ବୟସ ଜାଣିବା ପାଇଁ ରାସନ କାର୍ଡ, ଜନ୍ମ ପ୍ରମାଣ ପତ୍ରିକା, ସ୍କୁଲ ସାର୍ଟିଫିକେଟ୍, ଭୋଟ ପରିଚୟ ପତ୍ର କିମ୍ବା ଆଧାର କାର୍ଡର କପି ଆବଶ୍ୟକ ହୋଇଥାଏ ।

ଏହି ପୋଲିସିର ଉପକାରିତା କଣ :

୩. ପ୍ରାକୃତିକ ମୃତ୍ୟୁ ହେଲେ ନୋମିନିକୁ ୩୦ହଜାର ଟଙ୍କାର ସହାୟତା ମିଳିଥାଏ ।

୪. ଦୁର୍ଘଟଣାରେ ମୃତ୍ୟୁ ହେଲେ ୭୫ ହଜାର ଟଙ୍କାର ସହାୟତା ନୋମିନିକୁ ମିଳିଥାଏ ।

୫. ଦୁର୍ଘଟଣାରେ ପୁରା କ୍ଷତି ହେଲେ ୭୫ ହଜାର ଟଙ୍କାର କ୍ଷତିପୂରଣ ନୋମିନିକୁ ମିଳିଥାଏ ।

୬. ଛୁଆମାନଙ୍କ ପଢ଼ାପଢି ବାବଦରେ ସ୍କୋଲରସିପି ରୂପେ କିଛି ସହାୟତା ରାଶି ମିଳିଥାଏ ।