ଶାନ୍ତିର ଭିକ୍ଷା ନେଇ ଇମ୍ରାନ୍ ଖାନ୍ ମୋଦୀଙ୍କୁ କହିଲେ -ଗୋଟିଏ ଥର ସୁଯୋଗ ଦିଅନ୍ତୁ

Spread the love

ଇସଲାମାବାଦ : ରବିବାର ଦିନ ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଲେ, “ଦେଶରେ ଶାନ୍ତି ପ୍ରତିଷ୍ଟ ନିମନ୍ତେ ଗୋଟିଏ ମୌକା ଦିଅନ୍ତୁ ।” ଆତ୍ମ ବିଶ୍ଵାସର ସହ କହିଲେ ଇମ୍ରାନ୍ ଖାନ୍, ମୋର କଥାକୁ ବିଶ୍ଵାସ ରଖନ୍ତୁ । ଯଦି ଭରତ ପୁଲୱାମ ହାମଲାରେ ପାକିସ୍ଥାନ ବିରୋଧରେ ଉପଯୁକ୍ତ ପ୍ରମାଣ ଭିତ୍ତିକ ତଥ୍ୟ ପ୍ରଦାନ କରିବା ତେବେ ମୁଁ ତତ୍କାଳୀନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି । ରାଜସ୍ଥାନରେ ମାନ୍ୟବର ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସାନ୍ତ୍ୱନା ଦେଇ କହିଥିଲେ ଆତଙ୍କବଦଙ୍କ ବିରୋଧରେ ସମଗ୍ର ବିଶ୍ୱ ଭାରତର ସପକ୍ଷରେ ଅଛନ୍ତି । ମୋଦିଙ୍କର ଏହି ଅଭିଭାଷଣ ପରେ ଇମ୍ରାନ୍ ଖାନ୍ ଏହିପରି ମନ୍ତବ୍ୟ ଦେଇଥିଲେ ।

ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଆତଙ୍କବାଦୀଙ୍କୁ ଦଣ୍ଡିତ କରିବା ପାଇଁ ଆମେ ନିଶ୍ଚିତ ରୂପରେ ଆଗକୁ ବଢିବୁ । ଏହିଥର ଆତଙ୍କବଡ଼ଙ୍କ ବିରୋଧରେ ହିସାବ ବରାବର୍ ହେବ… ଆତଙ୍କବାଦୀଙ୍କ ବର୍ବରଚିତ୍ତ ଆକ୍ରମଣକୁ ଭାରତ ଆଉ ସହ୍ୟ କରିବ ନାହିଁ । ଆମେ ଜାଣିଛୁ ଆତଙ୍କବାଦକୁ କିପରି ମୂଳତ୍ପାଟନ କରାଯିବ ।

ଇମ୍ରାନ୍ ଖାନ୍ ପାକିସ୍ଥାନର ପ୍ରଧାନମନ୍ତ୍ରୀ ହେବ ପରେ ଶୁଭେଚ୍ଛା ଦେବା ସମୟରେ ମୋଦୀ କିଛି ସମୟ ଫୋନ୍ ରେ କଥା ହୋଇଥିଲେ, ସେହି କଥାକୁ ମନେ ପକାଇ ମୋଦୀ କହିଥିଲେ, ମୁଁ ତୁମକୁ କହିଥିଲି ଗରିବ ଓ ଅଶିକ୍ଷା ବିରୋଧରେ ଲଢେଇ କରିବା ପାଇଁ… । ମୋଦିଙ୍କ ଏହି କଥାକୁ ନେଇ ଇମ୍ରାନ୍ କହିଲେ, ମୋଦିଜୀ ମେଁ ପଠାନ୍ କା ବଚ୍ଚା ହୁଁ……., ସଚ୍ଚା ବୋଲ୍-ତା ହୁଁ…….., ଔର୍ ସଚ୍ଚା କରତା ହୁଁ । ଆଜି ଖାନ୍ ଦେଇଥିବା ମନ୍ତବ୍ୟର ଶବ୍ଦକୁ ତୁଳନାର ସମୟ….

ପାକିସ୍ଥାନର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଜାରି ହୋଇଥିବା ବୟାନ ଅନୁସାରେ, ‘ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଲେ, ମୁଁ ମୋର ବଚନରେ ଅଟଳ, ଯଦି ଭାରତ ଯେକୌଣସି ମୁହୂର୍ତ୍ତରେ ପାକିସ୍ଥାନ ବିରୋଧରେ ଉପଯୁକ୍ତ ପ୍ରମାଣ ସାବ୍ୟସ୍ତ କରିବ, ଆମ୍ଭେମାନେ (ପାକିସ୍ତାନ) ତତ୍କାଳୀନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଏହିପ୍ରତି ଭାରତ ନିଃସନ୍ଦେହ ରହୁ ଭାରତ ।

ଖାନ୍ ନିଜର ବୟାନରେ କହିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ, “ଶାନ୍ତିର ଗୋଟିଏ ସୁଯୋଗ ପ୍ରଦାନ କରିବା ଉଚିତ” । ଏହା ପୂର୍ବରୁ 19 ଫେବୃଆରୀରେ ଖାନ୍ କହିଥିଲେ, ଭାରତ ଆଶ୍ବସ୍ତି ଦେଇଥିଲା, ପୁଲୱାମା ଆକ୍ରମଣରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବ ଯାହାର ପରିଣାମ ସୁରୂପ ପାକିସ୍ଥାନରେ ଥିବା ଜୈଶ-ଏ-ମେହମ୍ମଦ ଆତଙ୍କବାଦୀ ସଂଗଠନ ଅଞ୍ଜମ ଦେଇଥିଲା । ଶେଷରେ ପୁଣି ଥରେ ଖାନ୍ କହିଲେ, ଯଦି ଭାରତ ପାକିସ୍ତାନ ବିରୋଧରେ ଉପଯୁକ୍ତ ପ୍ରମାଣ ଦେବ, ତେବେ ପାକିସ୍ଥାନ, ଭାରତ ଦେଇଥିବା ପ୍ରମାଣକୁ ଭିତ୍ତ କରି ନିଶ୍ଚୟ ଭାବରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।