ଇମରାନ ଖାନ୍ ଦେଇଥିଲେ ପରମାଣୁ ଯୁଦ୍ଧର ଶୃଗାଳ ଡାକ ! କହିଥିଲେ- ଭାରତ ସହିତ କଥାବାର୍ତ୍ତା ହେବାର କୌଣସି ମୂଲ୍ୟ ନାହିଁ !

Spread the love

ଇମ୍ରାନ ଖାନ୍ ଚେତାବନୀ ଦେଲେ, ଯଦିଓ ଭାରତ ପାକିସ୍ତାନ ବିରୋଧରେ ସୈନ୍ୟ ଏକାଠି କରିବେ; ତେବେ ପାକିସ୍ତାନ ଜବାବ୍ ଦେବା ପାଇଁ ବାଧ୍ୟ ହେବ ।

ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ୍ କହିଥିଲେ, ସେ ଭାରତ ସହିତ କଥାବାର୍ତ୍ତାର ସଂପର୍କ ରଖିବାକୁ ଚାହୁଁ ନାହାନ୍ତି । ଆମେରିକା ଖବର ‘ଦି ନ୍ୟୁୟୋର୍କ ଟାଇମ୍ସ’ର ଇଣ୍ଟରଭ୍ୟୁରେ ଇମ୍ରାନ ଖାନ୍ ପରମାଣୁ ଆକ୍ରମଣର ଶୃଗାଳ ଗର୍ଜନ ମଧ୍ୟ କରିଥିଲେ ।

NYT (The New York Times) ଅନୁସାରେ ଇମ୍ରାନ କହିଥିଲେ- ‘ତାଙ୍କ ସହ ଅର୍ଥାତ ଭାରତ ସହ କଥାବାର୍ତ୍ତା ହେବାର କୌଣସି ମୂଲ୍ୟ ନାହିଁ । ମୋ କହିବାର ଅର୍ଥ ହେଉଛି ଯେ- ମୁଁ ସବୁ କିଛି କରି ଦେଲି । ଦୁର୍ଭାଗ୍ୟ ବଶତଃ ଯେତେବେଳେ ମୁଁ ପଛକୁ ବୁଲି ଦେଖୁଛି ତୋ, ଶାନ୍ତି ଏବଂ ସୌହାର୍ଦ୍ଦ ପାଇଁ ଯାହା ମୁଁ କରୁଥିଲି, ମତେ ଲାଗୁଛି ସେମାନେ ଏହାକୁ ତୁଚ୍ଛ ଭାବି ନେଲେ’ ।

NYT ଅନୁସାରେ ଇମ୍ରାନ ଖାନ୍ ଚେତାବନୀ ଦେଇଥିଲେ, ଯଦି ଭାରତ ପାକିସ୍ତାନ ବିରୋଧରେ ସୈନ୍ୟ ଏକାଠି କରିବ ତେବେ ପାକିସ୍ତାନ ଜବାବ୍ ଦେବା ପାଇଁ ବାଧ୍ୟ ହେବ ।

ଇମ୍ରାନ ଖାନ୍ କହିଥିଲେ କି ଭାରତ ପାକିସ୍ତାନ ବିରୋଧରେ ମାମଲାକୁ ଠିକ୍ ସାବ୍ୟସ୍ତ କରିବାକୁ କାଶ୍ମୀରରେ ମିଛ ଅଭିଯାନ ଆରମ୍ଭ କରିପାରିବ । ସେ ନ୍ୟୁ୍ୟୋର୍କ ଟାଇମସକୁ କହିଥିଲେ, “ମୋର ଚିନ୍ତା ଏହା ଯେ, ତାହା ବଢ଼ି ଯାଇପାରେ ଏବଂ ଦୁଇ ପରମାଣୁ – ସଶସ୍ତ୍ର ଦେଶମାନଙ୍କ ପାଇଁ – ଏହା ଦୁନିଆ ପାଇଁ ବିପଦଜନକ ହେବ ।”

କାଶ୍ମୀର ସୁରକ୍ଷାର ପ୍ରଥମ ପଂକ୍ତି :

ଏହା ପୂର୍ବରୁ ଇମ୍ରାନ ଖାନ୍ ମଙ୍ଗଳବାର ଦିନ କହିଥିଲେ କି ପାକିସ୍ତାନ ପାଇଁ କାଶ୍ମୀର ସୁରକ୍ଷାର ପ୍ରଥମ ପଂକ୍ତି ଅଟେ । ତାଙ୍କର କ୍ୟାବିନେଟ ଏହା ସ୍ଥିର କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଯେତେବେଳେ ମିଳିତ ରାଷ୍ଟ୍ର ମହାସଭାକୁ ସମ୍ବନ୍ଧିତ କରିବେ; ସେହି ସମୟରେ ପାକିସ୍ତାନ କାଶ୍ମୀରର ସ୍ଥିତିକୁ ରେଖାଙ୍କିତ କରିବ ।

ଖାନଙ୍କ ଅଧକ୍ଷତାରେ ମଙ୍ଗଳବାର ଦିନ ହୋଇଥିବା କ୍ୟାବିନେଟ ବୈଠକରେ ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ସୂଚନା ମାମଲାର ବିଶେଷ ସହାୟକ ଫିରଦୋସ୍ ଆସିକ୍ ଅବନ୍ କହିଥିଲେ କି କ୍ୟାବିନେଟର ବୈଠକ ସମୟରେ ଖାନ୍ ଜୋର୍ ଦେଇ କହିଥିଲେ କି କାଶ୍ମୀର ପାକିସ୍ତାନ ପାଇଁ ସୁରକ୍ଷାର ପ୍ରଥମ ପଂକ୍ତି ଅଟେ ।

ସେ କହିଥିଲେ କି ମୋଦି ୨୭ ସେପ୍ଟେମ୍ବରରେ ଖାନଙ୍କ ପୂର୍ବରୁ ମିଳିତ ରାଷ୍ଟ୍ର ମହାସଭାକୁ ସମ୍ବନ୍ଧିତ କରିବେ ।

କାଶ୍ମୀର ବିଷୟକୁ ୟୁଏନଏଚଆରସିରେ ଉଠାଇବାର ଯୋଜନା :

ସେତେବେଳେ ପାକିସ୍ତାନର ବିଦେଶ କାର୍ଯ୍ୟାଳୟର ପ୍ରବକ୍ତା ମହମ୍ମଦ ଫେସଲ୍ ବୁଧବାର ଦିନ କହିଥିଲେ କି ଇସଲାମବାଦ୍ କାଶ୍ମୀର ମାମଲାକୁ ମିଳିତ ରାଷ୍ଟ୍ର ମାନବାଧିକାର ପରିଷଦ (ୟୁ.ଏନ୍.ଏଚ୍.ଆର୍.ସି)ରେ ଉଠାଇବାର ଯୋଜନା ବନାଉଛନ୍ତି । କାଶ୍ମୀର ଏବଂ ଗିଲଗିତ – ବଲତିସ୍ଥାନ ମାମଲାର ସିନେଟ୍ କମିଟିକୁ ଫେଶଲ୍ ଅବଗତ କରାଇଥିଲେ କି ୟୁ.ଏନ୍.ଏଚ୍.ଆର୍.ସି ଫରମ୍ ର ବ୍ୟବହାର ବିଭିନ୍ନ ବିକଳ୍ପକୁ ନେଇ ଚର୍ଚ୍ଚା କରାଯାଉଛି ।

ସେ କହିଥିଲେ, ପାକିସ୍ତାନ ପାଇଁ ଉପଲବ୍ଧ ଦ୍ଵିତୀୟ ବିକଳ୍ପ ମାମଲାକୁ ଇସଲାମି ସହଯୋଗ ସଂଗଠନ (ଆଆଇସି)କୁ ବିଦେଶ ମନ୍ତ୍ରୀ ମାନଙ୍କ ପାଖରେ ଉଠାଇବାର ଅଛି । ଭାରତ ଦ୍ଵାରା ନିୟନ୍ତ୍ରଣ ରେଖା ଉପରେ ଲେଖାଥିବା ସଂଘର୍ଷ ବିରମ୍ ଉଲଂଘନ କରାଯିବ ବିଷୟ ଉପରେ ସେ କହିଥିଲେ କି ସ୍ଥିତି ବିପଦପୂର୍ଣ୍ଣ ଅଛି ଏବଂ ଦୁଇ ପକ୍ଷକୁ ଜନହାନିର ସାମ୍ନା କରିବାକୁ ପଡୁଛି ।

ଏହା ମଧ୍ୟରେ, ପାକିସ୍ତାନର ବିଦେଶ ମନ୍ତ୍ରୀ ସାହ୍ ମହମ୍ମଦ କୁରେଶି ବୁଧବାର ଦିନ ନର୍ଭେର ବିଦେଶ ମନ୍ତ୍ରୀ ଆଇନେ ମେରି ଏରିକସେନ୍ ସୋରିଡେ ସହ ଫୋନରେ କଥା ହୋଇଥିଲେ ଏବଂ କାଶ୍ମୀର ମାମଲା ଚର୍ଚ୍ଚା କରିଥିଲେ ।