ହେଇପାରେ କିଛି ଆକ୍ରମଣ ! ଇମରାନ୍ ଖାନ୍ ବୈଠକରେ ଡକାଇଛନ୍ତି NCAକୁ ଯିଏକି ପରମାଣୁର ପରିଚାଳନା କରେ ।

Spread the love

ହେଇପାରେ କିଛି ଆକ୍ରମଣ ! ଇମରାନ୍ ଖାନ୍ ବୈଠକରେ ଡକାଇଛନ୍ତି NCAକୁ ଯିଏକି ପରମାଣୁର ପରିଚାଳନା କରେ ।

ଭାରତୀୟ ବାୟୁସେନା ଆକ୍ରମଣ ପରେ ଆଜି ପାକିସ୍ତାନ ର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ NCA କୁ ବୈଠକ ରେ ଡକାଇଛନ୍ତି । NCA ହାତରେ ଅଛି ପରମାଣୁ ନିୟନ୍ତ୍ରଣ ର କ୍ଷମତା । ପାକିସ୍ତାନରେ ଭାରତର ବାୟୁସେନା ଙ୍କ ଆକ୍ରମଣ କୁ ନେଇ କିଛି ବଡ଼ ଆଲୋଚନା କରାଯିବାର ସମ୍ଭାବନା ରହିଛି ।

ପାକିସ୍ତାନ ର NCA ହେଉଛି ଏକ ବଡ଼ ସଂସ୍ଥା ଅଟେ ଯାହା ହାତରେ ପରମାଣୁ କ୍ଷମତା ରହିଛି ତେଣୁ ଭାରତକୁ ଧମକ ବା ଡ଼ରେଇବା ପାଇଁ ଏହି ବୈଠକ ରଖାଯାଇଛି ବୋଲି କୁହାଯାଉଛି । କିନ୍ତୁ ଭାରତ ବିରୋଧରେ ପରମାଣୁ ପ୍ରୟୋଗ କରିଲେ ପାକିସ୍ତାନ ର ଅବସ୍ଥା କଣ ହେବ ତାହା ପାକିସ୍ତାନ ଭଲ ଭାବରେ ଜାଣିସାରିଛି ।

କିନ୍ତୁ ଉଭୟ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ସମ୍ଭବତଃ ଯୁଦ୍ଧ ହେଲେ ମଧ୍ୟ ପରମାଣୁ ଅସ୍ତ୍ର କୁ କେହି ବ୍ୟବହାର କରିପାରିବେ ନାହିଁ ବୋଲି ସମ୍ଭାବନା ରହୁଛି । ତଥାପି ଉତ୍ତେଜନମୂଳକ ପରିସ୍ଥିତିରେ ଯୁଦ୍ଧ ହେବାର ସମ୍ଭାବନ କମିଯାଇଛି ।

ଯଦି ସମ୍ଭାବ୍ୟ ଯୁଦ୍ଧ ହୁଏ, ତାହାହେଲେ ନିଜ ଦେଶକୁ ବଞ୍ଚେଇବା ପାଇଁ ପାକିସ୍ତାନ ର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ବର୍ତ୍ତମାନ ସମୟରେ ବଡ଼ ପ୍ରୟାସ କରୁଛନ୍ତି । NCA ଯିଏକି ପାକିସ୍ତାନ ର ପରମାଣୁ ଅସ୍ତ୍ର ର ପରିଚାଳନା କରନ୍ତି । ସେମାନଙ୍କ କାହିଁକି ହଠାତ ଇମରାନ୍ ଖାନ୍ ବୈଠକରେ ଡକାଇଛନ୍ତି ତାହା ଏକ ବଡ଼ ପ୍ରଶ୍ନ ଅଟେ ।