ବୃଦ୍ଧାବସ୍ଥାରେ ମଧ୍ୟ ନିଜ ସ୍ମରଣ ଶକ୍ତିକୁ ମଜବୁତ ଓ ପ୍ରଖର ରଖିବାକୁ ଚାହୁଁଛନ୍ତି କି ? ତେବେ ବର୍ତ୍ତମାନ ଠାରୁ ହିଁ ଏହି କଥା ଗୁଡିକ ପ୍ରତି ଧ୍ୟାନ ରଖନ୍ତୁ….

Spread the love

ବୃଦ୍ଧ ଅବସ୍ଥାରେ ଅଧିକାଂଶ ଲୋକଙ୍କ ସ୍ମରଣଶକ୍ତି ଦୁର୍ବଳ ହୋଇଯାଏ । ଏପରି ହେବାର ମୁଖ୍ୟ କାରଣ ହେଉଛି ଅଲଜାଇମର (ଅକାଳ ବାର୍ଦ୍ଧକ୍ୟ ଘଟାଉଥିବା ମସ୍ତିଷ୍କ ରୋଗ) । ଏହି ରୋଗ ଯୋଗୁଁ ବ୍ୟକ୍ତି ନିଜେ ତ ଅସୁବିଧାର ସମ୍ମୁଖୀନ ହୋଇଥାଏ, ତା’ସହ ତାଙ୍କ ପାଖରେ ଥିବା ଅନ୍ୟ ଲୋକମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଯଦି ଆପଣ ଭବିଷ୍ୟତରେ ଏହି ରୋଗ ଠାରୁ ଦୂରରେ ରହିବାକୁ ଚାହୁଁଛନ୍ତି; ତେବେ ଆଜି ଠାରୁ ଏହି କଥା ଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ ।

ବାର୍ଦ୍ଧକ୍ୟ ଅବସ୍ଥାରେ ମଧ୍ୟ ଯଦି ଆପଣ ନିଜ ସ୍ମରଣ ଶକ୍ତିକୁ ମଜବୁତ ରଖିବାକୁ ଚାହୁଁଛନ୍ତି; ତେବେ ପ୍ରତିଦିନ ଭଲଭାବରେ ଶୋଇବା ପାଇଁ ଚେଷ୍ଟା କରନ୍ତୁ । ନିଜ ନିଦକୁ ପୁରା କରନ୍ତୁ । ଯଦି ଆପଣ ପର୍ଯ୍ୟାପ୍ତ ପରିମାଣରେ ଶୋଉ ନାହାନ୍ତି; ତେବେ ଏହା ଆପଣଂକ ପାଇଁ ବହୁତ ଅସୁବିଧାର କାରଣ ହୋଇପାରେ । ଭଲଭାବରେ ଶୋଇବା ଦ୍ୱାରା କ୍ଲାନ୍ତି ଦୂର ହୋଇଥାଏ ଓ ମସ୍ତିଷ୍କକୁ ମଧ୍ୟ ଆରାମ ମିଳିଥାଏ । ଭଲ ନିଦ ମସ୍ତିଷ୍କକୁ ନକାରତ୍ମକ ଚିନ୍ତାଧାରାରୁ ଦୂରରେ ରଖିଥାଏ ।

ଅଲଜାଇମର ହେବାର ମୁଖ୍ୟ କାରଣ ହେଉଛି ଚିନ୍ତା । ଏଥିପାଇଁ ଚେଷ୍ଟା କରନ୍ତୁ ଯେ, ସର୍ବଦା ଚିନ୍ତାମୁକ୍ତ ରହିବା ପାଇଁ । ନକାରତ୍ମକ ପ୍ରଭାବ ପକାଉଥିବା ଲୋକ ଓ ଜିନିଷ ଠାରୁ ଦୂରରେ ରୁହନ୍ତୁ । ଯେଉଁ କାର୍ଯ୍ୟ ଆପଣଂକୁ ପସନ୍ଦ ସେହି କାର୍ଯ୍ୟ କରନ୍ତୁ ।

ଯଦି ବୃଦ୍ଧାଅବସ୍ଥାରେ ନିଜ ମସ୍ତିଷ୍କକୁ ସତେଜ ଓ ତାଜା ରଖିବାକୁ ଚାହୁଁଛନ୍ତି; ତେବେ ବର୍ତ୍ତମାନ ଠାରୁ ବ୍ୟାୟମ କରିବା ନିଶ୍ଚୟ ଜରୁରୀ । ଏଥିପାଇଁ ବ୍ରେନଗେମ ଖେଳନ୍ତୁ ଅବା ନୂଆ ନୂଆ ଜିନିଷ ଶିଖିବାକୁ ଚେଷ୍ଟା କରନ୍ତୁ ।

ବାହାରର ଖାଦ୍ୟ ଖାଆନ୍ତୁ ନାହିଁ, ନିଜ ଖାଦ୍ୟପେୟକୁ ଠିକ୍ କରନ୍ତୁ । ନିଜ ଆହାରରେ ଫଳ ଓ ପନିପରିବା ବ୍ୟତୀତ ବାଦାମ କିସମିସ୍ ଭଳି ଖାଦ୍ୟ ସାମିଲ କରନ୍ତୁ । ବୃଦ୍ଧାବସ୍ଥା ନିଜ ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ପିଲାମାନଙ୍କ ସହ ଖେଳକୁଦ କରନ୍ତୁ । ଆପଣ ନିଜ ସାଙ୍ଗମାନଙ୍କ ସହ କ୍ରିକେଟ୍ ବା ଫୁଟବଲ ବି ଖେଳି ପାରିବେ ।