ପକ୍ଷଘାତର ସଂକେତ ଦେଖାଯିବା ପରେ ତୁରନ୍ତ କରନ୍ତୁ ଏହି ୪ଟି ଉପାୟ ନଚେତ ବିଳମ୍ବ ହୋଇଯିବ ।

Spread the love

ପକ୍ଷଘାତର ରୋଗ ଆଜିକାଲି ବହୁତ ଶୁଣିବା ପାଇଁ ମିଳୁଛି ।କୌଣସି ବ୍ୟକ୍ତିର ସମ୍ପୂର୍ଣ୍ଣ ଶରୀର ପକ୍ଷଘାତର ଶିକାର ହୋଇଯାଇଥିବା ବେଳେ କିଛି ବ୍ୟକ୍ତିଙ୍କ ଅଧା ଶରୀର ଏହାର ଶିକାର ହୋଇଥାଏ ।ପକ୍ଷଘାତ ଏକ ବାୟୁ ଜନିତ ରୋଗ ଅଟେ ଯାହାର ପ୍ରଭାବରେ ସମ୍ବନ୍ଧିତ ଅଙ୍ଗର ଅତିରିକ୍ତ ପ୍ରତିକ୍ରିୟା କହିବା ଏବଂ ଅନୁଭଵ କରିବା କ୍ଷମତା ଶେଷ ହୋଇଯାଇଥାଏ ।ଡାକ୍ତରଙ୍କ ଅନୁସାରେ ପକ୍ଷଘାତ ଆସିବାର ଦୁଇରୁ ତିନି ଦିନରେ ରୋଗୀ ଭଲ ହୋଇଯିବା ବେଳେ ଛଅ ମାସ ପରେ ରୋଗର ସଂକେତ ଜଣା ପଡିଥାଏ ।ଦେଢ଼ ବର୍ଷ ପରେ ସମ୍ପୂର୍ଣ୍ଣ ରୂପରେ ରୋଗୀ ଏହାର ଶିକାର ହୋଇଯାଇଥାଏ ।

ପକ୍ଷଘାତର କାରଣ

ଏହିପରି ହେବା ପଛର କାରଣ ବଢୁଥିବା ବୟସ ହୋଇପାରେ ଏବଂ ବୟସ ବଢିବା ସହ ପକ୍ଷଘାତ ହେବାର ଆଶଙ୍କା ବଢ଼ିଯାଇଥାଏ ।ମାଂସପେଶୀ ଦୁର୍ବଳ ହୋଇଯିବା ଏବଂ ମାନସିକ ଦୁର୍ବଳତା ହେବା ମଧ୍ୟ ପକ୍ଷଘାତର କାରଣ ହୋଇଥାଏ । ବଢୁଥିବା ରକ୍ତଚାପ ଏବଂ ବାନ୍ତି ସାମାନ୍ୟରୁ ଅଧିକ ହେବା ବାରମ୍ବାର ମଳ ତ୍ୟାଗ କରିବା ମଧ୍ୟ ପକ୍ଷଘାତର ମୁଖ୍ୟ କାରଣ ହୋଇପାରେ ।

ହଠାତ ମସ୍ତିଷ୍କର କୌଣସି ଅଂଶରେ ରକ୍ତ ପ୍ରବାହ ରହିଯିବା କିମ୍ବା ମସ୍ତିଷ୍କର କୌଣସି ରକ୍ତ ବାହିକା ଫାଟି ଯିବା ଏବଂ ମସ୍ତିଷ୍କର କୋଶିକା ପାଖରେ ରକ୍ତ ଜମା ହୋଇଯିବା, ଫଳରେ ଶରୀରର କୌଣସି ଅଂଶରେ ପକ୍ଷଘାତ ହୋଇପାରେ ।

ପକ୍ଷଘାତର ଘରୋଇ ଉପଚାର

ହଳଦୀର କାଢା

ଯେଉଁ ବ୍ୟକ୍ତି ପକ୍ଷଘାତରେ ପଡିଥାଏ ସେହି ବ୍ୟକ୍ତିକୁ ହଳଦୀର କାଢା ପ୍ରସ୍ତୁତ କରି ପିଇବା ପାଇଁ ଦିଅନ୍ତୁ ଏହା ଦ୍ୱାରା ପକ୍ଷଘାତ ଶୀଘ୍ର ଠିକ ହୋଇଯିବ ।ହଳଦୀର କାଢା ଆୟୁର୍ବେଦର ପ୍ରାଚୀନ ପୁସ୍ତକରେ ଉଲ୍ଲେଖ ହୋଇଛି ଏବଂ ଏହା ଏକ ଶକ୍ତିଶାଳୀ ଏବଂ ମହତ୍ତ୍ୱପୂର୍ଣ୍ଣ ମସଲା ଅଟେ ।ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ହଳଦୀର ଖୀର ସମସ୍ତ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଉଚିତ୍ ଅଟେ ।

ଲେମ୍ବୁ ପାଣି

ପକ୍ଷପାତ ରୋଗ ଦୂର କରିବା ପାଇଁ ଅନ୍ୟ ଏକ ଉପାୟ ରହିଛି ଯାହା ପୂର୍ଣ ରୂପରେ ପ୍ରାକୃତିକ ଅଟେ ।ଏହା ଅନୁସାରେ ପୀଡିତ ବ୍ୟକ୍ତିକୁ ପ୍ରତିଦିନ ଲେମ୍ବୁ ପାଣି ଦ୍ୱାରା ନିଜର ପେଟ ସଫା କରିବା ଉଚିତ୍ ଏବଂ ପୀଡିତ ବ୍ୟକ୍ତିକୁ ପରିଶ୍ରମ ଅଧିକ କରିବା ଉଚିତ୍ ଯାହାଫଳରେ ପୀଡିତ ବ୍ୟକ୍ତିର ଶରୀରରୁ ଝାଳ ଅଧିକ ବୋହିବ ।ଝାଳ ଏହି ରୋଗରୁ ମୁକ୍ତି କରିବାରେ ସହାୟକ ହୋଇଥାଏ ।

ଗରମ ଜିନିଷର ସେବନ

ପକ୍ଷଘାତ ରୋଗୀ ଅଧିକ ଦୁର୍ବଳ ହୋଇଥଲେ ରୋଗୀକୁ ଗରମ ଜିନିଷର ଅଧିକ ସେବନ କରିବା ଉଚିତ୍ । ଏହା ଦ୍ୱାରା ବ୍ୟକ୍ତିକୁ ରୋଗ ସହ ଲଢ଼ିବାର ଶକ୍ତି ମିଳିବ ।କିନ୍ତୁ ପକ୍ଷଘାତର ଯେଉଁ ରୋଗୀଙ୍କୁ ଉଚ୍ଚ ରକ୍ତଚାପ ସମସ୍ୟା ରହିଥାଏ ସେମାନେ ଗରମ ଜିନିଷରୁ ସମ୍ପୂର୍ଣ ଦୁରେଇ ରୁହନ୍ତୁ ।

ଓଦା ମାଟିର ଲେପ

ପକ୍ଷଘାତକୁ ନାଶ କରିବା ପାଇଁ ରୋଗୀର ପେଟରେ ଓଦା ମାଟିର ଲେପ ଦିଅନ୍ତୁ ।ଯଦି ପ୍ରତିଦିନ ନହୁଏ ତେବେ ଦୁଇ ଦିନରେ ଥରେ ଏହି ଉପାୟ ଅବଲମ୍ବନ କରନ୍ତୁ ।ଏହା ପରେ ରୋଗୀକୁ ସ୍ନାନ କରିବା ଉଚିତ୍ ।ଯଦି ଏହି ଚିକିତ୍ସା ପ୍ରତିଦିନ କରାଯାଏ ତେବେ କିଛି ଦିନ ମଧ୍ୟରେ ପକ୍ଷଘାତରୁ ମୁକ୍ତି ମିଳିବ ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବା । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ । ନିଜ ମତାମତ କମେଣ୍ଟ ଜରିଆରେ ପ୍ରଦାନ କରନ୍ତୁ । ଧନ୍ୟବାଦ !