ଇମରାନ୍ ଖାନ୍ ଙ୍କ ନିଦ ହଜିଲା ଭଳି ଇଣ୍ଟରଭ୍ୟୁ ଦେଲେ ତାଙ୍କ ପୂର୍ବପତ୍ନୀ କହିଲେ ଇମରାନ୍ ଖାନ୍ …..!!

Spread the love

ସମସ୍ତେ ଜାଣିଲେ କି ପୁଲୱାମା ରେ ହେଇଥିବା ଆତଙ୍କବାଦୀ ଆକ୍ରମଣର ଦୋଷୀ ହେଉଛି ପାକିସ୍ତାନ । ଇମରାନ୍ ଖାନ୍ ଙ୍କ ପୂର୍ବପତ୍ନୀ ହେଉଛନ୍ତି ରେହମ୍ ଖାନ୍ ।

ରେହମ୍ ଖାନ୍ କହିଲେ –

● ମୁଁ ଯେତେବେଳେ ଏଲେକ୍ସନ ସମୟରେ ବହି ଲେଖିଲି ମୋତେ ବହୁତ କିଛି ଭଲ-ଖରାପ କହିଲେ ଓ ଶୁଣିବାକୁ ପଡିଥିଲା । ବହୁତ ଲୋକମାନେ ମୋତେ କହିଲେ କି କାହା ପୂର୍ବପତ୍ନୀ କୁ ଏଭଳି ଲେଖିବା ଉଚିତ ନାହିଁ । କିନ୍ତୁ ମୋର ଗୋଟିଏ ଦାୟିତ୍ୱ ଥିଲା କି କାହାକୁ ଏତେ ପାଖରୁ ଜାଣି ତାଙ୍କର ସତ୍ୟତା କୁ ଦୁନିଆକୁ କହିବାରଛି ।

● ମୋ ଜୀବନରେ ଦୁନିଆର ସଭିଙ୍କୁ କହିବାକୁ ଚାହୁଁଥିଲି କି ଇମରାନ୍ ଖାନ୍ କୁହନ୍ତି କିଛି ଓ କରନ୍ତି କିଛି । ସେ ଏଭଳି ତୁମ ସହ ମିଠା କଥା ହେବେ କି, ତୁମେ ନିଶ୍ଚୟ ବିଶ୍ୱାସ କରିଦେବ ଓ ପଛରେ ଦେଖିବା ବେଳକୁ ତୁମ ପିଠିରେ ଧାର ହୋଇଥିବା ଛୁରୀ ମାରି ଦେଇଥିବେ ।

● ଇମରାନ୍ ଖାନ୍ ଙ୍କ ପାଖର ଲୋକ ଓ ସେମାନଙ୍କ ସାଙ୍ଗମାନେ ବହୁତ ଦୁଃଖିତ ହେଲେ ଯେତେବେଳେ ଏହା ଜାଣିଲେ କି ଇମରାମ୍ ଖାନ୍ ” ବହୁତ କମ ” ହିଁ ସତ୍ୟ କହିଥାନ୍ତି ।

● ନିର୍ବାଚନ ହେବା ଗୋଟିଏ ବର୍ଷ ପୂର୍ବରୁ ଆମକୁ ଓ ଏଠାରେ ଜୋର୍ଣ୍ଣାଲିଷ୍ଟ ଅଛନ୍ତି ସେମାନେ non-ପାକିସ୍ତାନୀ ଅଟନ୍ତି । ସେମାନଙ୍କୁ ମଧ୍ୟ କୁହାଯାଇଥିଲା କି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଇମରାନ୍ ଖାନ୍ ହେବେ ବୋଲି ଓ ଏହି ନିର୍ବାଚନ ନହେବା ବହୁତ ଆଗରୁ ନିର୍ଣ୍ଣୟ ହେଇଯାଇଥିଲା ।

● ମୋତେ କୁହାଗଲା କି ତମେ ଇମରାନ୍ ଖାନ୍ ବିରୋଧରେ କିଛିବି କହିବ ନାହିଁ ଓ ତାଙ୍କ ବିଷୟରେ ବହିରେ ମଧ୍ୟ ଲେଖିବେ ନାହିଁ । ଇମରାନ୍ ଖାନ୍ କୁ ଆମେ ଯେତିକି ଜାଣିଛୁ ତାଙ୍କର ଇଚ୍ଛା ପ୍ରଧାନମନ୍ତ୍ରୀ ହେବାର ଥିଲା, ଗୋୱେର୍ଣ୍ଣର ନୁହେଁ ।

● ୧୪ ଫେବୃଆରୀ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ମୋତେ ବହୁତ ଦୁଃଖ ଲାଗିଲା । ବହୁତ କିଛି ଘଟିଲା କିନ୍ତୁ ଇମରାନ୍ ଖାନ୍ କିଛି ମଧ୍ୟ କହିଲେ ନାହିଁ । କେବଳ ଟ୍ୱିଟ କରିଥିଲେ କିନ୍ତୁ ମଙ୍ଗଳବାର ଦିନ ୬/୭ ମିନଟ ପର୍ଯ୍ୟନ୍ତ କିଛି କହିଲେ । କହୁଥିବା ସମୟରେ ତାଙ୍କର ସ୍ୱର ବ୍ୟସ୍ତତା ଥିଲା କିନ୍ତୁ କେଉଁଠାରେ ମଧ୍ୟ ଦୁଃଖୀ ହେବେ କଥା କହିନଥିଲେ ।

● ନିର୍ବାଚନ ହେବା ଆଗରେ ଦାବି ରଖାଯାଇଥିଲା କି, ଆତଙ୍କବାଦୀ ମାନେ ପାକିସ୍ତାନରେ ଟଙ୍କା ଜମା କରି ରଖିପାରିବେ ନାହିଁ ଓ ବାହାରେ ସ୍ୱାଧୀନ ରୂପେ ବୁଲିପାରିବେ ନାହିଁ । କିନ୍ତୁ ଇମରାନ୍ ଖାନ୍ ଙ୍କୁ ତ ଏହା ବି ଜଣା ନଥିଲା କି ମସୁଦ ଅଜର ପାକିସ୍ତାନ ରେ ଅଛି ।