ସାଙ୍ଗର ପତ୍ନୀ ସହ ସମ୍ବନ୍ଧ ରଖିବା ପରେ; ସାଙ୍ଗର ଝିଅ ଉପରେ ଖରାପ ନଜର ପକାଇଥିଲା । ପରେ ଜଣା ପଡିଥିଲା ଘଟଣା ।

Spread the love

ଗାଜିପୁର:- ସାଙ୍ଗ ଯଦି ଭଲ ହୋଇଥାଏ, ତାହାହେଲେ ସେ ଖରାପ ପରିସ୍ଥିତିରେ ସାହାଯ୍ୟ କରିଥାଏ କିନ୍ତୁ ଯଦି କେଉଁ ସାଙ୍ଗଙ୍କ ଧକ୍କାବାଜର ଶିକାର ହୁଅନ୍ତି ତେବେ ସମ୍ପର୍କରେ ଫାଟ ପଡିବାରେ ବହୁତ ସମୟ ଲାଗି ନଥାଏ । ଏହିପରି ଏକ ଘଟଣା ଘଟିଛି ଗାଜିପୁର ଜିଲ୍ଲାର ଦୁଲହପୁର ଥାନା ଅଂଚଳରେ । ଏହି ଠାରେ ଜଣେ ସାଙ୍ଗ ଅନ୍ୟଜଣେ ସାଙ୍ଗ ଠାରୁ ଧକ୍କା ଖାଇ ସାରିବା ପରେ, ତାହାର ଜୀବନ ନେବା ପାଇଁ ପଛଘୁଞ୍ଚା ହୋଇନଥିଲା । ପୋଲିସ ଘଟଣାରେ ଦୁଇ ଜଣ ଆରୋପିଙ୍କୁ ଗିରଫ କରି ଜେଲ୍ ପଠାଇ ସାରିଛି ଓ ହତ୍ୟାକାଣ୍ଡର ଫର୍ଦାଫାସ୍ କରିଥିବା ଦଳକୁ ୧୦୦୦୦ ଟଙ୍କା ଦେବା ପାଇଁ ଘୋଷଣା କରିଛି ।

ଦୁଲହପୁର ଥାନା ଅଂଚଳର ଗୋଟିଏ ଗ୍ରାମରେ ଦୁଇ ଜଣ ସଙ୍ଗଙ୍କ ମଧ୍ୟରେ ବହୁ ବର୍ଷର ସମ୍ପର୍କ ରହିଥିଲା । ଜଣଙ୍କର ନାମ ସାହବ ଲାଲ ଓ ଅନ୍ୟ ଜଣଙ୍କର ନାମ ହରିକେଶ ରାଜଭର ଅଟେ । ଦୁଇଜଣ ଉଭୟଙ୍କ ପାଇଁ ଜୀବନ ଦେବାକୁ ମଧ୍ୟ ପଛଘୁଞ୍ଚା ହେଉନଥିଲେ । ପିଲା ବେଳର ବନ୍ଧୁତା ପରେ ଯୁବକ ଅବସ୍ଥାରେ ମିଶି ଦୁହେଁ ରାଜମିସ୍ତ୍ରୀ କାମ କରୁଥିଲେ । ଦୁହିଁଙ୍କ ପରିବାର ଉଭୟ ଉଭୟଙ୍କର ସାହାଯ୍ୟ କରି ଖୁସିରେ ଜୀବନ ବିତାଉଥିଲେ । ଦୁହିଁଙ୍କ ପରିବାର ମଧ୍ୟରେ ଏପରି ବିଶ୍ୱାସ ଓ ବନ୍ଧୁତା ଥିଲା ଯେ, ଉଭୟଙ୍କ ମଧ୍ୟରୁ ଯେଉଁ ପରିବାର ଗାଁ ଛାଡି ବାହାରକୁ ଯାଉଥିଲେ, ଅନ୍ୟ ପରିବାର ଉପରେ ନିଜ ଘରର ଦାୟିତ୍ୱ ଦେଇ ଯାଉଥିଲେ ।

କିନ୍ତୁ ଏପରି ସମ୍ପର୍କରେ ଫାଟ ସୃଷ୍ଟି ହେବାରେ ଲାଗିଲା । ସାଙ୍ଗ ନିଜ ସାଙ୍ଗକୁ ଧକ୍କା ଦେବାରେ ଲାଗିଲା । କିଛି ଦିନ ପୂର୍ବରୁ ସାହବ ଲାଲକୁ କିଛି କାମରେ ଜିଲ୍ଲା ବାହାରକୁ ଯିବାକୁ ପଡିଲା । ଏହି ସମୟରେ ସାହବ ଲାଲ ଘରକୁ ହରିକେସର ଯିବା ଆସିବା ଲାଗି ରହିଥିଲା । ଧୀରେ ଧୀରେ ହରିକେଶ ଓ ସାହବ ଲାଲଙ୍କ ପତ୍ନୀ ମଧ୍ୟରେ ସମ୍ପର୍କ ନିବିଡ ହେବାରେ ଲାଗିଲା । ଧୀରେ ଧୀରେ ପ୍ରେମରେ ଆରମ୍ଭ ହୋଇଥିବା ସମ୍ପର୍କ ଶାରୀରିକ ସମ୍ପର୍କରେ ପରିଣୀତ ହୋଇଗଲା ।

ଯେଉଁଠି ସାହବ ନିଜ ପରିବାର ଦାୟିତ୍ୱ ନିଜ ସାଙ୍ଗକୁ ଦେଇଥିଲା, ସେହି ସମୟରେ ହରିକେଶ ସାଙ୍ଗର ପରିବାର ଉପରେ ଖରାପ ନଜର ପକାଇଥିଲା । ଏହି ଖବର ଧୀରେ ଧୀରେ ସାହବକୁ ଜଣା ପଡିଥିଲା । କିନ୍ତୁ ସାହବ ସେହି ସମୟରେ ଭାଙ୍ଗି ପଡିଥିଲା, ଯେତେବେଳେ ସାହବ ଜାଣିଲା ନିଜ ସାଙ୍ଗ ବର୍ତ୍ତମାନ ତାର (ସାହବ ଲାଲ) ଝିଅ ଉପରେ ଖରାପ ନଜର ପକାଉଛି ।

ଏହିପରି ପରିସ୍ଥିତିରେ ସାହବ ନିଜ ସାଙ୍ଗର ହତ୍ୟାର ଷଡ଼ଯନ୍ତ୍ର ରଚନା କରିଥିଲା । ନିଜ ସହ କାମ କରୁଥିବା ଶିବମୂର୍ତ୍ତି ଯାଦବ ସହ ମିଶି ହତ୍ୟାର ଘଟଣା ରଚି ଥିଲା, ସାହବ ହରିକେଶକୁ ଗାଁର ଗୋଟିଏ ସ୍ଥାନକୁ ଡାକି ଥିଲା ଓ ତିନି ଜଣ ମିଶି ପ୍ରଥମେ ଖୁବ ମଦ ପିଇଥିଲେ ଏବଂ ପରେ ସାହବ ଓ ଶିବମୂର୍ତି ମିଳିତ ଏକ ପଥରରେ ହରିକେସର ହତ୍ୟା କରି ଦେଇଥିଲେ । ଏହି ଘଟଣାର ଏକ ସପ୍ତାହ ପରେ ପୋଲିସ ଯାଞ୍ଚ କରି ଦୁଇ ଜଣ ଆରୋପିଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି ।