ଯଦି ଆପଣଙ୍କ ଶରୀରରେ ଏହି ସ୍ଥାନରେ କଳାଜାଇ ଥାଏ ତେବେ ଅର୍ଥ ଆପଣଙ୍କ ପାଖରେ ରହିବ ନାହିଁ ।

Spread the love

ଆପଣ ଅନେକ ଫିଲ୍ମ ଗୀତରେ ଶାୟରୀରେ କଳାଜାଇ ବିଷୟରେ ଶୁଣିଥିବେ । କଳାଜାଇ ଏପରି ଏକ ଜିନିଷ ଯାହା ଆପଣଙ୍କ ଚେହେରାକୁ ସୁନ୍ଦରତା ବଢାଇଥାଏ । କିନ୍ତୁ ଆପଣମାନେ ଜାଣି ନ ଥିବେ, ଏହି କଳାଜାଇ ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ ଅନେକ ସୂଚନା ଦେଇଥାଏ । ଶାସ୍ତ୍ର ଅନୁସାରେ କଳାଜାଇ ରହିଲେ ଆପଣଙ୍କ ପାଇଁ ଲାଭଦାୟକ ଅଟେ କିନ୍ତୁ ବେଳେବେଳେ ଏହା ଆପଣଙ୍କ ହାନି ମଧ୍ୟ କରିଥାଏ ।

ଆପଣଙ୍କ ଶରୀରର କିଛି ଅଙ୍ଗରେ ଥିବା କଳାଜାଇ ଆପଣଙ୍କୁ ଆର୍ଥିକ ସଂକଟରେ ପକାଇପାରେ । ଏହି ଅଙ୍ଗ ଗୁଡିକରେ କଳାଜାଇ ଥିଲେ, ଆପଣଙ୍କ ପାଖରେ ଅର୍ଥର ଅଭାବ ସର୍ବଦା ଲାଗି ରହିଥାଏ । ଆସନ୍ତୁ ଜାଣିବେ କେଉଁ ଅଙ୍ଗ ଗୁଡିକ ବିଷୟରେ ଆମେ କହୁଛୁ, ଯେଉଁଠି କଳାଜାଇ ଥିଲେ ଆପଣଙ୍କୁ ଆର୍ଥିକ ସଙ୍କଟ ହୋଇପାରେ ।

1. ବାମ ଗାଲରେ କଳାଜାଇ :

ଯଦି ଆପଣଙ୍କ ବାମ ଗାଲରେ କଳାଜାଇ ଥାଏ; ତେବେ ଆପଣଙ୍କ ଖର୍ଚ୍ଚ ଅଧିକ ହୋଇଥାଏ । ଆପଣ ଯେତେ ଟଙ୍କା ଉପାର୍ଜନ କଲେ ମଧ୍ୟ ଆପଣଙ୍କୁ ଆର୍ଥିକ ସଙ୍କଟ ଦେଖା ଯାଇଥାଏ ।

2. ଓଠରେ କଳାଜାଇ :

ଓଠରେ କଳାଜାଇ ଥିଲେ ଦେଖିବା ପାଇଁ ସୁନ୍ଦର ଲାଗିଥାଏ । ଆପଣଙ୍କ ତଳ ଓଠରେ କଳାଜାଇ ଥିଲେ, ଆପଣଙ୍କୁ ସର୍ବଦା ଆର୍ଥିକ ସଙ୍କଟ ଲାଗି ରହିଥାଏ । ଯଦି ଆପଣଙ୍କ ଉପର ଓଠରେ କଳାଜାଇ ଥାଏ, ତେବେ ଏହା କାମ ବାସନାର ପ୍ରତୀକ ଅଟେ ।

3. ବାମ ହାତର ପାପୁଲିରେ କଳାଜାଇ ଥିଲେ :

ଯଦି ଆପଣଙ୍କ ବାମ ହାତର ପାପୁଲିରେ କଳାଜାଇ ଥାଏ, ତେବେ ଏହା ଅଯଥା ଖର୍ଚ୍ଚର ପ୍ରତୀକ ଅଟେ ଏବଂ ଆପଣ ଧନ ସଞ୍ଚୟ କରି ପାରିବେ ନାହିଁ ।

4. ବାମ ଗୋଡ଼ରେ କଳାଜାଇ ଥିଲେ :

ବାମ ଗୋଡ଼ରେ କଳାଜାଇ ଥିଲେ ଆପଣ ଧନ ସଞ୍ଚୟ କରିପାରିବେ ନାହିଁ । ଆପଣଙ୍କ ଅଯଥା ଖର୍ଚ ବଢ଼ିପାରେ ।

5. ତର୍ଜନୀ ଆଙ୍ଗୁଠିରେ କଳାଜାଇ ଥିଲେ :

ତର୍ଜନୀ ଆଙ୍ଗୁଠିରେ କଳାଜାଇ ଥିଲେ, ଆପଣଙ୍କୁ ଜୀବନରେ ସର୍ବଦା ଅର୍ଥ ସଙ୍କଟ ଲାଗି ରହିଥାଏ । ସର୍ବଦା ଆପଣଙ୍କୁ ଅର୍ଥର ଅଭାବ ହୋଇଥାଏ ।

6. ଗୁରୁ ପର୍ବତ ଉପରେ କଳାଜାଇ ଥିଲେ :

ହାତର ଗୁରୁ ପର୍ବତ ଉପରେ କଳାଜାଇ ଥିଲେ, ମନୁଷ୍ୟ ଧନବାନ ବ୍ୟକ୍ତିଙ୍କ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଆପଣଙ୍କୁ ଧନ ଜନିତ ସଙ୍କଟ ଲାଗି ରହିଥାଏ । ଆପଣଙ୍କୁ ଅର୍ଥ ଅଭାବ ସର୍ବଦା ଲାଗି ରହିଥାଏ ।

7. ଭୃଳନ୍ତାରେ କଳାଯାଇ ଥିଲେ :

ମାନ୍ୟତା ରହିଛି ଯେଉଁ ବ୍ୟକ୍ତିର ବାମ ଭୃଲନ୍ତାରେ କଳାଯାଇ ଥିଲେ, ସେହି ବ୍ୟକ୍ତି ନିଜର ବିଳାଶ ବେଶନରେ ନିଜର ଅର୍ଥ ଖର୍ଚ୍ଚ କରିଥାନ୍ତି । ଯାହାଫଳରେ ସେହି ବ୍ୟକ୍ତି କଦାପି ଅର୍ଥ ସଞ୍ଚୟ କରିପାରନ୍ତି ନାହିଁ ।

8. କାଖରେ କଳାଯାଇ ଥିଲେ :

ଯଦି ଆପଣଙ୍କ କାଖରେ କଳାଜାଇ ଅଛି, ତେବେ ଆପଣଙ୍କୁ ରୋଗରେ ଅଧିକ ଖର୍ଚ୍ଚ କରିବା ପାଇଁ ପଡିଥାଏ ।

ଯଦି ଆପଣଙ୍କ ଶରୀରରେ ଏହି ଅଙ୍ଗ ଗୁଡିକରେ କଳାଜାଇ ଥାଏ, ଆପଣଙ୍କୁ ଜୀବନରେ ସବଧାନ ହୋଇଯିବା ଉଚିତ୍ ଅଟେ ।