ଯଦି ଆପଣ ସନ୍ଧ୍ୟାରେ ପୂଜା କରୁଛନ୍ତି, ତେବେ ଜାଣି ରଖନ୍ତୁ ଏହି ୨ଟି ଜିନିଷ ବିଷୟରେ ! ନଚେତ୍ ଜୀବନ ସାରା ଗରିବ ହୋଇ ରହିବେ ।

Spread the love

ହିନ୍ଦୁ ଧର୍ମରେ ପୂଜାପାଠକୁ ବିଶେଷ ଧ୍ୟାନ ଦିଆ ଯାଇଥାଏ । ସକାଳେ ସନ୍ଧ୍ୟାରେ ପୂଜା ପାଠ କରିବା ଦ୍ଵାରା ଘରେ ଶାନ୍ତି ବଜାୟ ରହିଥାଏ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଯଦି ଆପଣ ପୂଜା କରୁଥିବା ସମୟରେ ନୀତି ନିୟମ ଗୁଡିକ ଠିକ୍ ରୂପରେ ପାଳନ କରନ୍ତି ନାହିଁ, ତେବେ ଘରେ ସୁଖ ସମୃଦ୍ଧି ବଜାୟ ରହି ନ ଥାଏ । ଯଦି ପୂଜା କରୁଥିବା ସମୟରେ ଆପଣ ଛୋଟ ଛୋଟ କଥା ଗୁଡିକ ପ୍ରତି ଧ୍ୟାନ ରଖିବେ, ତେବେ ଦେବାଦେବୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

ଏହି କଥା ଗୁଡିକ ପ୍ରତି ଧ୍ୟାନ ରଖନ୍ତୁ :

ଯଦି ଆପଣ ସୂର୍ଯ୍ୟ ଅସ୍ତ ହୋଇଯାଇଥିବା ପରେ କିମ୍ବା ରାତ୍ର ସମୟରେ ପୂଜା କରନ୍ତି; ତେବେ ଶଙ୍ଖ କିମ୍ବା ଘଣ୍ଟିର ବ୍ୟବହାର କରନ୍ତୁ ନାହିଁ । କାରଣ ସୂର୍ଯ୍ୟ ଅସ୍ତ ପରେ ଦେବାଦେବୀ ପୂଜା କରିବା ଉଚିତ ନୁହେଁ ।

ସନ୍ଧ୍ୟା ପରେ ପୂଜା ଯଦି କରନ୍ତି; ତେବେ ଗଛରୁ ଫୁଲ ତୋଳି ଆଣନ୍ତୁ ନାହିଁ । ସୂର୍ଯ୍ୟ ଅସ୍ତ ପରେ ଫୁଲ ତୋଳିବା ଭଲ ନୁହେଁ ।

ସୂର୍ଯ୍ୟ ଭଗବାନ ଦିନର ଦେବତା ଅଟନ୍ତି । ଏଥିପାଇଁ ଦିନରେ ଯଦି କୌଣସି ବିଶେଷ ପୂଜା କରନ୍ତି; ତେବେ ସୂର୍ଯ୍ୟଙ୍କ ପୂଜା ମଧ୍ୟ କରନ୍ତୁ । କିନ୍ତୁ ସୂର୍ଯ୍ୟ ଅସ୍ତ ହେବା ପରେ ସୂର୍ଯ୍ୟଙ୍କ ପୂଜା କରିବା ଉଚିତ ନୁହେଁ ।

ସନ୍ଧ୍ୟା ହେବ ପରେ ତୁଲସୀ ଗଛର ପାତ୍ର ଭୁଲରେ ମଧ୍ୟ ତୋଳନ୍ତୁ ନାହିଁ । ଯଦି ତୁଲସୀ ପତ୍ର ତୋଳିଥାନ୍ତି, ଏହା ଫଳରେ ମାଆ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ଏଥିପାଇଁ ଯଦି ସନ୍ଧ୍ୟା କିମ୍ବା ରାତ୍ରି ସମୟରେ ପୂଜା କରିବା ପାଇଁ ପଡିଥାଏ, ତେବେ ଦିନବେଳେ ତୁଲସୀ ପତ୍ର ତୋଳି ରଖି ଦିଅନ୍ତୁ ।

ପୂଜା ସ୍ଥାନରେ ଭଗବାନଙ୍କ ବହୁତ ବଡ ମୂର୍ତ୍ତି ରଖିବା ଉଚିତ ନୁହେଁ । ଅଧିକରୁ ଅଧିକ ଆପଣ ଛଅ ଇଞ୍ଚର ମୂର୍ତ୍ତି ରଖିପାରିବେ ।