ଅଯଥା ଖର୍ଚ୍ଚ ଓ ଟଙ୍କାର ହାନିରୁ ବଞ୍ଚିବା ପାଇଁ ଚାହୁଁଛନ୍ତି; ତେବେ ଘରେ ଏହି ବିଷୟ ଗୁଡିକ ପ୍ରତି ଧ୍ୟାନ ରଖିବା ଉଚିତ୍ । ନଚେତ୍ ମହା ଲକ୍ଷ୍ମୀ କ୍ରୋଧ କରିପାରନ୍ତି ।

Spread the love

ଆଜିକାଲିର ସମୟରେ ଲୋକଙ୍କ ପାଇଁ ଟଙ୍କା ସବୁ କିଛି ଅଟେ । ପ୍ରତି ବ୍ୟକ୍ତି ଅଧିକରୁ ଅଧିକ ଟଙ୍କା କିପରି ଉପାର୍ଜନ କରିବେ, ସେଥିପ୍ରତି ଲାଗି ପଡିଛନ୍ତି । କିନ୍ତୁ ଅଧିକ ଟଙ୍କା ଉପାର୍ଜନ କରିବା ପାଇଁ ଅଧିକ ଅସୁବିଧା ଭୋଗିବା ପାଇଁ ପଡିଥାଏ । ଶାସ୍ତ୍ରରେ ଏପରି ଅନେକ କାରଣ ବିଷୟରେ କୁହାଯାଇଛି, ଯାହା ଫଳରେ ଟଙ୍କା ଉପାର୍ଜନ କରିବାରେ ବାଧା ଉପୁଜି ଥାଏ । ବାସ୍ତୁ ଶାସ୍ତ୍ରରେ ଏହି ସବୁ ବିଷୟରେ ଉଲ୍ଲେଖ କରାଯାଇଛି ଯେ, ଘରେ ଏହିପରି କିଛି ଜିନିଷ ରହିଛି ଯାହା ଉପରେ ବ୍ୟକ୍ତିକୁ ବିଶେଷ ଧ୍ୟାନ ରଖିବା ଉଚିତ୍ ଅଟେ । ଯଦି ବ୍ୟକ୍ତି ଏହି ବିଷୟ ଗୁଡିକ ପ୍ରତି ଧ୍ୟାନ ନ ରଖେ, ତେବେ ଏହାର ପରିଣତି ନକରାତ୍ମକ ହୋଇଥାଏ ଏବଂ ସେହି ବ୍ୟକ୍ତି ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ।

ଯଦି ଘରେ ଗୋଟିଏ ଥର ବାସ୍ତୁ ଦୋଷ ଉତ୍ପନ୍ନ ହୋଇଯାଏ; ଏଥିଯୋଗୁଁ ପରିବାରରେ ଅନେକ ବାଧାବିଗ୍ନ ଉତ୍ପନ୍ନ ହୋଇଥାଏ । ବାସ୍ତୁ ଦୋଷ ଯୋଗୁଁ ଆର୍ଥିକ ସଙ୍କଟ ମଧ୍ୟ ଉତ୍ପନ୍ନ ହୋଇଥାଏ । ଏହିସବୁ ବିଷୟକୁ ଧ୍ୟାନରେ ରଖି ଆଜି ଆମେ ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଜରୁରୀ ବିଷୟ କହିବୁ, ସେହି ବିଷୟ ଗୁଡିକୁ ପ୍ରତି ଆପଣଙ୍କ ଘରେ ବିଶେଷ ରୂପେ ଧ୍ୟାନ ରଖିବା ପାଇଁ ପଡିବ । ନଚେତ୍ ଆପଣଙ୍କୁ ଅର୍ଥାଭାବ ହୋଇପାରେ ଏବଂ ମାତା ଲକ୍ଷ୍ମୀ କ୍ରୋଧ ପ୍ରକାଶ ମଧ୍ୟ କରିପାରନ୍ତି ।

ଆସନ୍ତୁ ଜାଣିବେ ଘରର କେଉଁ ସବୁ ବିଷୟ ପ୍ରତି ଧ୍ୟାନ ରଖିବା ଉଚିତ୍ :

• ଯଦି ଆପଣ ଚାହୁଁଛନ୍ତି, ଆପଣଙ୍କ ଘରେ କୌଣସି ପ୍ରକାରର ବାସ୍ତୁ ଦୋଷ ଉତ୍ପନ୍ନ ନ ହେଉ । ତେବେ ଆପଣ ନିଜ ଘରେ କଦାପି ଭଙ୍ଗା ଜିନିଷ ରଖନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କ ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ଏହି ଜିନିଷ ଗୁଡିକ ଖରାପ ଶକ୍ତିକୁ ନିଜ ଆଡକୁ ଆକର୍ଷଣ କରିଥାଏ ।

• ଆପଣ ଆପଣଙ୍କ ଘରେ ନୀଳ ରଙ୍ଗର ଫୋଟ, ନୀଳ ରଙ୍ଗର ଫୁଲ ଲଗାନ୍ତୁ ନାହିଁ । କାରଣ ବାସ୍ତୁ ଅନୁସାରେ ଏଗୁଡିକ ଅଶୁଭ ଅଟେ । ଏହା ଦ୍ୱାରା ଆପଣଙ୍କୁ ଆର୍ଥିକ ସଙ୍କଟ ଦେଖା ଯାଇପାରେ ।

• ଯଦି ଆପଣଙ୍କ ଘରେ ମୂଲ୍ୟବାନ ଜିନିଷ ରହିଛି, ତେବେ ବାସ୍ତୁ ଶାସ୍ତ୍ରରେ ଏଥିରେ ବିଶେଷ ସ୍ଥାନ ରହିଛି । ଆପଣ ମୂଲ୍ୟବାନ ଜିନିଷଗୁଡିକୁ ଘରର ଐଶାନ୍ୟ କୋଣରେ ରଖନ୍ତୁ । ଏହି କୋଣରେ ସକାରାତ୍ମକ ଉର୍ଜାର କେନ୍ଦ୍ର ବୋଲି ମାନ୍ୟତା ରହିଛି ।

• ଆପଣ ଟଙ୍କାକୁ ଚିରା କୁତୁରା ପର୍ସ କିମ୍ବା ଭାଙ୍ଗି ଯାଇଥିବା ଆଲମାରୀରେ ରଖନ୍ତୁ ନାହିଁ । ଏହାଦ୍ୱାରା ଧନ ହାନି ହୋଇପାରେ ଏବଂ ଏହିପରି କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧ ପ୍ରକାଶ କରିଥାନ୍ତି । ଏହା ବ୍ୟତୀତ ଆପଣ ଆପଣଙ୍କ ଘରେ ଟଙ୍କା ରଖିବା ସ୍ଥାନରେ ଦେବୀ ଲକ୍ଷ୍ମୀଙ୍କ ପ୍ରତିମା, ଶ୍ରୀଯନ୍ତ୍ର, ଚରଣ ପାଦୁକା, ଗୁଆ କିମ୍ବା କଉଡ଼ି ନିଶ୍ଚିନ୍ତ ରଖନ୍ତୁ ।

• ଆପଣ ଆପଣଙ୍କ ଘରର ମୁଖ୍ୟ କୋଠରୀକୁ ସଫା ସୁତୁରା ରଖନ୍ତୁ । ଯଦି ଆପଣ ଏହିପରି ନ କରନ୍ତି; ତେବେ ଆପଣଙ୍କ ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଏହା ବ୍ୟତୀତ ଘରର ମୁଖ୍ୟ ଦ୍ଵାରକୁ ମଧ୍ୟ ସଫାସୁରୁରା ରଖିବା ଉଚିତ୍ । ଯଦି ଘରର ମୁଖ୍ୟ ଦ୍ୱାରା ସଫାସୁତୁରା ରଖା ନ ଯାଏ; ତେବେ ଆପଣଙ୍କୁ ଆର୍ଥିକ ସଙ୍କଟ ଘାରି ରହିବ ଏବଂ ଘର ପରିବାର ଲୋକଙ୍କ ମଧ୍ୟରେ ବାଦବିବାଦ ଲାଗି ରହିବ ।

• ଆପଣଙ୍କ ଘରର ମନ୍ଦିରରେ ସର୍ବଦା ସନ୍ଧ୍ୟା ସମୟରେ ଦୀପ ଜଳାଇ ଭଗବାନଙ୍କ ଆରତୀ ଅବଶ୍ୟ କରନ୍ତୁ ଏବଂ ତୁଳସୀ ଗଛ ପାଖରେ ମଧ୍ୟ ଦୀପ ପ୍ରଜ୍ବଳନ କରନ୍ତୁ ।ତୁଳସୀ ଗଛରେ ମାତା ଲକ୍ଷ୍ମୀଙ୍କ ବାସସ୍ଥାନ ବୋଲି ମାନ୍ୟତା ରହିଛି । ଯଦି ଆପଣ ଏହିପରି କରିଥାନ୍ତି; ତେବେ ଆପଣଙ୍କ ପରିବାର ଉପରେ ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ସର୍ବଦା ରହିବ ।