ଶୀଘ୍ର ଶକ୍ତିଶାଳୀ, ବଳବାନ ଓ ସତେଜ ଶରୀର କରିବାକୁ ଚାହୁଁଛନ୍ତି କି ? ତେବେ ଏହି ପ୍ରକ୍ରିୟାଟି ଆପଣାନ୍ତୁ !

Spread the love

ପ୍ରତ୍ୟେକ ବ୍ୟକ୍ତିଙ୍କର ଇଚ୍ଛା ହୋଇଥାଏ ଯେ, ନିଜ ଶରୀରକୁ ସୁସ୍ଥ, ଶାବଳ ଓ ସର୍ବଦା ଫିଟ୍-ନେସ୍ ରଖିବା ପାଇଁ । ଯାହାଫଳରେ ସେ ଅନ୍ୟମାନଙ୍କ ଠାରୁ ବ୍ୟକ୍ତିଗତ ଭାବରେ ସମ୍ପୂର୍ଣ୍ଣ ଭଲ ରହିବ । ଏଥିପାଇଁ ଆଜିକାଲିର ଯୁବପୀଢ଼ିମାନେ ନିଜର ଶରୀରକୁ ଅର୍ଥାତ Bodyକୁ ଶକ୍ତ ସୁସ୍ଥ କରିବା ପାଇଁ ବିଭିନ୍ନ ଉପାୟମାନ ଆପଣାଇ ଥାନ୍ତି । କିନ୍ତୁ ଶରୀର ଶକ୍ତିଶାଳୀ ଆଉ ବଳବାନ ହେବା ଆପଣଙ୍କର ପାଚନ ଶକ୍ତି ଉପରେ ନିର୍ଭର କରିଥାଏ । ପାଚନ ପ୍ରକ୍ରିୟା କାରଣରୁ ହିଁ କିଛି ଲୋକଙ୍କ ପାଇଁ ପାଣି ମଧ୍ୟ ଘିଅ ଭଳି ଶରୀରକୁ ଲାଗିଥାଏ । ଯଦି ପାଚନ ଶକ୍ତି ଖରାପ ଥାଏ, ତେବେ ଘିଅ ଖାଇବା ପରେ ମଧ୍ୟ ଶରୀର ଦୁର୍ବଳ ଓ ପତଳା ହୋଇରହିଥାଏ । ପାଚନ ଶକ୍ତିକୁ ଶକ୍ତିଶାଳୀ କରିବା ପାଇଁ ଆଜି ଆମେ ଆପଣଙ୍କୁ ଏକ ଖାସ୍ ଜିନିଷ ବିଷୟରେ କହିବୁ । ଏହି ଜିନିଷ ଖାଇବା ଦ୍ୱାରା ଆପଣଙ୍କର ଶରୀରର ଓଜନ ବହୁତ ଶୀଘ୍ର ବଢିଯାଇଥାଏ । ତା’ହେଲେ ଚାଲନ୍ତୁ ଜାଣିବା । ଶୀଘ୍ର ଶକ୍ତିଶାଳୀ, ବଳବାନ ଓ ସତେଜ ଶରୀର କରିବାକୁ ଚାହୁଁଛନ୍ତି, ତେବେ ଥରଟିଏ ନିଶ୍ଚିତ ଏହି ଜିନିଷର ସେବନ କରନ୍ତୁ ।

ଗୁଡ଼ ଖାଇବାର ଲାଭ :-

ଆଜିକାଲି ଲୋକେ ଚିନି ଅତ୍ୟାଧିକ ମାତ୍ରାରେ ସେବନ କରନ୍ତି । ଚିନି ବହୁତ ଅଧିକ ସେବନ କରିବା ଦ୍ୱାରା ପେଟରେ ଏସିଡ୍ ହୋଇଥାଏ । ଏବଂ ପାଚନତନ୍ତ୍ର ୟୁପିଏ ଖରାପ ପ୍ରଭାବ ପଡିଥାଏ । ଯାହା ଦ୍ୱାରା ପାଚନତନ୍ତ୍ର, ପାଚନ ପ୍ରକ୍ରିୟାକୁ ତ୍ଵରାନିତ୍ଵ କରିପାରେ ନାହିଁ । ପୂର୍ବ କାଳରେ ମନୁଷ୍ୟ ଚିନି ବଦଳରେ ଗୁଡ଼ ବ୍ୟବହାର କରୁଥିଲେ । ଯାହାକି ପାଚନତନ୍ତ୍ରକୁ ଶକ୍ତିଶାଳୀ କରୁଥିଲା । ଗୁଡିରେ ପୋଟେସିୟମ, ଫାଇବର, ଏଞ୍ଜାଇମ ମ୍ୟାଗନେସିୟମ ଏହିପରି ପୌଷ୍ଟିକ ତତ୍ୱ ବହୁଳ ମାତ୍ରାରେ ମିଳିଥାଏ । ଗୁଡ଼ ଖାଇବା ଦ୍ୱାରା ପାଚନ ପ୍ରକ୍ରିୟା ଭଲ ଭାବରେ ହୋଇଥାଏ ଅର୍ଥାତ ଖାଇବା ହଜମ ଭଲ ହୋଇଥାଏ ଏବଂ ଶରୀରକୁ ପୋଷକ ତତ୍ୱ ମିଳିଥାଏ । ଯାହା ପାଇଁ ଶରୀର ଶକ୍ତିଶାଳୀ ଓ ବଳବାନ ହୋଇଥାଏ ।

ପ୍ରତିଦିନ ସକାଳେ ବ୍ୟାୟାମ କରିବା ପରେ କ୍ଷୀରରେ ବାଦାମ, କାଜୁ ଓ ଗୁଡ଼ର ଏକ ଗ୍ଲାସ ମିଶ୍ରଣ ପ୍ରସ୍ତୁତ କରି ନିୟମିତ ସେବନ କରନ୍ତୁ । ଏଥିରେ ଶରୀରକୁ ପର୍ଯ୍ୟାପ୍ତ ପୌଷ୍ଟିକ ତତ୍ୱ ଓ ଶକ୍ତି ମିଳିବ ଯାହାଫଳରେ ଶରୀର ଶକ୍ତିଶାଳୀ ଓ ହୃଷ୍ଟପୃଷ୍ଟ ହୋଇପାରିବ । ଯେଉଁମାନେ ନିଜ ଶରୀରକୁ ଶକ୍ତିଶାଳୀ, ବଳବାନ ଓ ସତେଜ ଶରୀର କରିବାକୁ ଚାହୁଁଛନ୍ତି, ତେବେ ଏହି ଉପାୟଟି ଅବଲମ୍ବନ କରନ୍ତୁ ।